ପ୍ରମୁଖ ଖବର

କମନୱେଲଥ୍ ଗେମ୍ସ: ଅଷ୍ଟମ ଦିନରେ ଭାରତର ୬ ପଦକ, ମୋଟ ସଂଖ୍ୟା ୨୩
ରାଜ୍ୟ କ୍ୟାବିନେଟରେ ୧୧ ପ୍ରସ୍ତାବକୁ ମଞ୍ଜୁରି
ସୁନ୍ଦରଗଡ଼ରେ ହାତୀ ଆତଙ୍କ: ଦନ୍ତା ଆକ୍ରମଣରେ ୨ ମୃତ
ଭୋଗପୁରମରେ ଆଲୁରି ସୀତାରାମ ରାଜୁ ଅନ୍ତର୍ଜାତୀୟ ବିମାନବନ୍ଦର ଉଦ୍‌ଘାଟନ କଲେ ପ୍ରଧାନମନ୍ତ୍ରୀ
ଆକାଶମାର୍ଗରୁ ବନ୍ୟା ସ୍ଥିତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ
୧୯ ବର୍ଷ ପରେ କଲକାତା ଫେରିଲେ ତସଲିମା ନସରିନ୍
ରାଷ୍ଟ୍ରପତି ଭବନରେ ଚମକିଲା ଓଡ଼ିଶାର ୩ ଷ୍ଟାର୍ଟଅପ୍
ଶସ୍ତା ହେଲା କମର୍ସିଆଲ ଗ୍ୟାସ ସିଲିଣ୍ଡର, ବଢ଼ିଲା ବିମାନ ଇନ୍ଧନ ଦର

ପୁଣି ଉପରମୁହାଁ ହେଲା ସଂକ୍ରମଣ, ଡରାଇଲାଣି କରୋନା

0

ନୂଆଦିଲ୍ଲୀ: ୪ମାସ ପରେ ଗତକାଲି ଦେଶର ସଂକ୍ରମଣ ୩୦ ହଜାର ତଳକୁ ଖସିଥିଲା। ସମସ୍ତେ ଟିକେ ଆଶ୍ବସ୍ତ ହୋଇଥିଲେ। ଗୋଟିଏ ଝଟକାରେ ଏହା ଏତେ ଉପରକୁ ଉଠିଛି ଯେ ପୁଣି ଥରେ ସମଗ୍ର ଦେଶ କୋଭିଡ୍ ଚିନ୍ତାରେ ଥରି ଉଠିଲାଣି। ଗତ ୨୪ ଘଣ୍ଟା ମଧ୍ୟରେ କୋଭିଡ୍ ସଂକ୍ରମିତଙ୍କ ସଂଖ୍ୟା ଦେଶରେ ପ୍ରାୟ ୪୭ ପ୍ରତିଶତ ବୃଦ୍ଧି ଘଟି ୪୩ ହଜାର ୬୫୪ରେ ପହଞ୍ଚିଛି। ପଜିଟିଭିଟି ହାର ୨.୫୧ ପ୍ରତିଶତ ରହିଛି। ମୃତ୍ୟୁ ସଂଖ୍ୟା ୬୪୦ ରେକର୍ଡ କରାଯାଇଛି। ଏଥିସହିତ ଦେଶରେ ମୋଟ କରୋନା ମୃତ୍ୟୁ ସଂଖ୍ୟା ୪.୨୨ଲକ୍ଷରେ ପହଞ୍ଚିଛି।

ସବୁଠାରୁ ବଡ କଥା ହେଲା, ଗତ ୨୪ ଘଣ୍ଟା ମଧ୍ୟରେ କେରଳରେ ୨୨ ହଜାର ୧୨୯ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଅନ୍ୟ ରାଜ୍ୟରେ ସଂକ୍ରମଣ ଯଥେଷ୍ଟ ହ୍ରାସ ଘଟିଥିବା ବେଳେ କେରଳ ସଂକ୍ରମଣ ବୃଦ୍ଧି ଘଟିବା ଏକ ଚିନ୍ତାଜନକ ଘଟଣା। ସ୍ବାସ୍ଥ୍ୟ ମନ୍ତ୍ରାଳୟ ସୂଚନା ଦେଲାଣି ଯେ ଉଭୟ କେରଳ ଏବଂ ମହାରାଷ୍ଟ୍ରରେ ୫୦ ପ୍ରତିଶତ ପର୍ଯ୍ୟନ୍ତ ନୂଆ ସଂକ୍ରମିତ ଆସୁଛନ୍ତି। ତେବେ ସ୍ବାସ୍ଥ୍ୟ ଭିତ୍ତିଭୂମି ଆୟତ୍ତ ଭିତରେ ଥିବାରୁ ଏବେ ମୃତ୍ୟୁ ସଂଖ୍ୟା କମ୍ ରହିଛି।

କେନ୍ଦ୍ର ସରକାର ସତର୍କ କରାଇ ଦେଇଛନ୍ତି ଯେ ଦେଶର ୨୨ଟି ସହରରେ ଏବେ କୋଭିଡ୍ ପୁଣି ଉପରମୁହାଁ ଆରମ୍ଭ କରିଛି। ରାଷ୍ଟ୍ରୀୟ ବିଶେଷଜ୍ଞ କମିଟିର ସଭାପତି ଡ. ଭି କେ ପଲ୍ କହିଛନ୍ତି ଯେ ଆମେ ଥକିଯାଇପାରିବା। କିନ୍ତୁ କେହି ଭାବିବା ଉଚିତ୍ ନୁହେଁ ଯେ ଜୀବାଣୁ ଥକିବେ ବା ଅଳସୁଆ ଭଳି ବସିବେ। ଏଣୁ ଆମ ପାଇଁ ଏକ ସତର୍କ ସୂଚନା। ଏକଥା ବି ସମସ୍ତେ ଜାଣିବା ଦରକାର ଯେ ବିଶ୍ବର କୌଣସି ଟିକା ଶତ ପ୍ରତିଶତ ଗ୍ୟାରେଣ୍ଟି ଦେଉନାହାନ୍ତି। କିନ୍ତୁ ଏହା ଗୁରୁତର ହେବାରୁ ରକ୍ଷା କରୁଛି ଏବଂ ମୃତ୍ୟୁର ସମ୍ଭାବନା ଯଥେଷ୍ଟ କମ୍ ରହୁଛି।

ସ୍ବାସ୍ଥ୍ୟ ମନ୍ତ୍ରାଳୟ ତଥ୍ୟ ଅନୁସାରେ, ଚଳିତବର୍ଷ ଶେଷ ସୁଦ୍ଧା ସମସ୍ତଙ୍କୁ ଟିକାକରଣ କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି। ଏପର୍ଯ୍ୟନ୍ତ ୪୪.୬୧ କୋଟି ଟିକା ଡୋଜ୍ ଦିଆଯାଇଛି। ଅନ୍ୟପକ୍ଷରେ ମହାରାଷ୍ଟ୍ରରେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୬୨୫୮ ରହିଥିବା ବେଳେ କର୍ଣ୍ଣାଟକରେ ଏହି ସଂଖ୍ୟା ୧୫୦୧ ରହିଛି ଓ ତାମିଲନାଡୁରେ ୧୭୬୭। ବିଶ୍ବବ୍ୟାପି ଏ ପର୍ଯ୍ୟନ୍ତ ପ୍ରାୟ ୧୯ କୋଟି ୫୩ଲକ୍ଷ କୋଭିଡ୍ ମାମଲା ରେକର୍ଡ କରାଯାଇଛି ଏବଂ ୪୧ଲକ୍ଷରୁ ଅଧିକ ଲୋକଙ୍କର ମୃତ୍ୟୁ ହେଲାଣି। ଭାରତରେ ୩.୧୪ କୋଟି ଲୋକ ସଂକ୍ରମିତ ହୋଇଥିବା କୁହାଯାଉଛି।

Leave A Reply

Your email address will not be published.