ପ୍ରମୁଖ ଖବର

ପେପର ଲିକ୍ ମାମଲାରେ କଠୋର ପଦକ୍ଷେପ: ଫାଷ୍ଟ ଟ୍ରାକ୍ କୋର୍ଟ ଗଠନ ଘୋଷଣା କଲେ ପ୍ରଧାନମନ୍ତ୍ରୀ
ଗଜପତି ଜିଲ୍ଲାର ମୋହନା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ଅଳିଆ ଗଦାରେ ପୁଳା ପୁଳା ନିରାମୟ ଔଷଧ
ମହାନଦୀ ଜଳ ବିବାଦ: ସମାଧାନ ପାଇଁ CWCକୁ ମଧ୍ୟସ୍ଥତା ନିର୍ଦ୍ଦେଶ, ଗଠନ ହେବ ଯୁଗ୍ମ କମିଟି
ଜନ୍ତର ମନ୍ତର ଅଞ୍ଚଳରେ ଇଣ୍ଟରନେଟ୍ ବନ୍ଦ, ସୁରକ୍ଷା କଡ଼ାକଡ଼ି
ସିଏମଓରୁ ଫାଇଲ ଗାଏବ ମାମଲା: ଅବସରପ୍ରାପ୍ତ ଆଇଏଏସ ଉପେନ୍ଦ୍ର ବେହେରା ଓ ରାଜେଶ ବର୍ମାଙ୍କୁ ପୁଣି ନୋଟିସ
ଦେଶରେ ବର୍ଷାର ତାଣ୍ଡବ: ୧୨୦ ମୃତ, ବନ୍ୟା-ଭୂସ୍ଖଳନରେ ଜନଜୀବନ ଅସ୍ତବ୍ୟସ୍ତ
ଶ୍ରୀମନ୍ଦିର ପାଇଁ ଆଉ ଏକ ବଡ଼ ସଫଳତା, ୫ଟି ନୂଆ ଟ୍ରେଡ୍ ମାର୍କକୁ ମିଳିଲା ଅନୁମୋଦନ
ଉତ୍ତରାଖଣ୍ଡରେ ପୁଣି ପେପର ଲିକ୍, ଦୁଇଟି ଇଞ୍ଜିନିୟରିଂ ପରୀକ୍ଷା ବାତିଲ
ରାଜ୍ୟ ସରକାରୀ କର୍ମଚାରୀଙ୍କ ପାଇଁ ବଡ଼ ଖୁସି ଖବର: ୫% ବଢ଼ିଲା ମହଙ୍ଗା ଭତ୍ତା

ତାଲାବନ୍ଦ କଟକଣା ଉଠିବା ରାସ୍ତାରେ ତିନି ଜିଲ୍ଲା କଣ୍ଟା

0

ଭୁବନେଶ୍ବର: ରାଜ୍ୟରେ ସଂକ୍ରମଣ ତଳକୁ ଖସୁଥିଲେ ମଧ୍ୟ ଉପକୂଳ ଜିଲ୍ଲା ଏବେ ସଂପୂର୍ଣ୍ଣ ନିୟନ୍ତ୍ରଣ ଆସିନି> ତାଲା ବନ୍ଦ ଅବଧି ଆଉ ୩ ଦିନ ଥିବା ବେଳେ ଉପକୂଳ ଜିଲ୍ଲାଗୁଡିକରେ ସ୍ଥିତି ଚିନ୍ତାଜନକ ରହିଛି। ବିଶେଷକରି ଖୋର୍ଦ୍ଧା,କଟକ, ପୁରୀ, ବାଲେଶ୍ୱରରେ ସଂକ୍ରମଣ ହାର ଅଧିକ ରହୁଛି। ତେଣୁ ଆଗକୁ ସରକାର ସଂକ୍ରମଣ ହାର ଅଧିକ ଥିବା ଜିଲ୍ଲାରେ କଟକଣା ବଳବତର ରଖିବା ନେଇ ନିଷ୍ପତି ନେଇପାରନ୍ତି।

ରାଜ୍ୟରେ ୨୪ ଘଣ୍ଟାରେ ୧୬ ଶହ ୧୫ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୩ ଜିଲ୍ଲାରେ ଶହେ ଉପରେ ସଂକ୍ରମିତଙ୍କ ସଂଖ୍ୟା ରହିଛି। ଖୋର୍ଦ୍ଧାରୁ ସର୍ବାଧିକ ୪୪୨ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ କଟକରୁ ୨୨୯ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେହିପରି ପୁରୀରୁ ୧୨. ଅନୁଗୁଳରୁ ୭୨, ବାଲେଶ୍ୱରରୁ ୯୮,ଭଦ୍ରକରୁ ୬୦,
ଜଗତସିଂହପୁରରୁ ୯୬,ଯାଜପୁରରୁ ୭୦,କେନ୍ଦ୍ରାପଡାରୁ ୪୦,ମୟୂରଭଂଜରୁ ୪୮,ନୟାଗଡରୁ ୪୨,ସୁନ୍ଦରଗଡରୁ ୩୦ ଆକ୍ରାନ୍ତ ଚିହ୍ନଟ ହୋଇଛି।

ନୂଆ ଆକ୍ରାନ୍ତକୁ ମିଶାଇ ମୋଟ ସଂକ୍ରମିତଙ୍କ ସଂଖ୍ୟା ୯ ଲକ୍ଷ ୭୪ ହଜାର ୧୩୨ରେ ପହଞ୍ଚିଛି। ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ରହିଛି ୧୭ ହଜାର ୨୬୨। ରାଜ୍ୟରେ ମୃତ୍ୟୁ ସଂଖ୍ୟାର ତାଲିକା ମଧ୍ୟ ଲମ୍ବିବାରେ ଲାଗିଛି । ୬୫ ମୃତ୍ୟୁର ହିସାବ ଦିଆଯାଇଥିବା ବେଳେ ଖୋର୍ଦ୍ଧା ଜିଲ୍ଲାରୁ ୯ ଜଣ ରହିଛନ୍ତି । ବରଗଡରୁ ୭
ଜଣ, ସୁନ୍ଦରଗଡରୁ ୬ ଜଣ, ସମ୍ବଲପୁର, ଝାରସୁଗୁଡା ଜିଲ୍ଲାରେ ୫ ଜଣ ଲେଖାଁଏ ରହିଛନ୍ତି। ସେହିପରି ଅନୁଗୁଳ,ବଲାଙ୍ଗୀର,କଟକ, ଗଂଜାମ, ଯାଜପୁର, ପୁରୀ ଜିଲ୍ଲାରୁ ୩ ଜଣ ଲେଖାଁଏ କରୋନାରେ ପ୍ରାଣ ହରାଇଛନ୍ତି।

ଭଦ୍ରକ, ଗଜପତି, ଜଗତସିଂହପୁର,କେନ୍ଦ୍ରାପଡା ଜିଲ୍ଲାରୁ ୨ ଜଣ ଲେଖାଁଏ ରହିଥିବା ବେଳେ ବାଲେଶ୍ୱର, ଢେଙ୍କାନାଳ, କଳାହାଣ୍ଡି, କେନ୍ଦୁଝର, କୋରାପୁଟ, ମୟୂରଭଂଜ ଓ ନୂଆପଡା ଜିଲ୍ଲାରୁ ଜଣେ ଲେଖାଁଏ ରହିଛନ୍ତି । କରୋନା ଜନିତ ମୃତ୍ୟୁ ସଂଖ୍ୟା ୫ ହଜାର ୭୬୮କୁ ବୃଦ୍ଧି ପାଇଛି।

Leave A Reply

Your email address will not be published.