ପ୍ରମୁଖ ଖବର

ସ୍ବର୍ଗତଃ ମନ୍ତ୍ରୀ ନବ ଦାସଙ୍କ ପୁଅ ବିଶାଳ ଦାସଙ୍କୁ ପଚରାଉଚରା ସୂଚନା। ଆୟକର ବିଭାଗର ପଚରାଉଚରା ସୂଚନା। ପ୍ରାୟ ୪ ଘଣ୍ଟା ଧରି ପଚରାଉଚରା କରାଯାଇଥିବା ପ୍ରାଥମିକ ସୂଚନା
।ବିଜେପିରୁ ବରିଷ୍ଠ ନେତା ବିଜୟ ମହାପାତ୍ର ବହିଷ୍କୃତ, ଦଳ ବିରୋଧୀ କାର୍ଯ୍ୟ ଓ ଅନୁଶାସନ ଭଙ୍ଗ ଅଭିଯୋଗରେ ବହିଷ୍କୃତ
ବିଜେଡି କର୍ମୀଙ୍କ ଆକ୍ରମଣ ବିଜେପି କର୍ମୀଙ୍କ ମୃତ୍ୟୁ, ୩ ଜଣ ଗୁରୁତର ଆହତ
ସ୍ଥିତି ଅଣାୟତ୍ତ ହେଉଥିବା ଦେଖି ଗଞ୍ଜାମ ଜିଲ୍ଲା ପ୍ରଶାସନ ୧୪୪ ଧାରି ଜାରି, ଗଞ୍ଜାମ ଜିଲ୍ଲାରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି
ପୁରୀରେ ସଫେଇ କର୍ମଚାରୀଙ୍କ ଉପରେ ବୋମା ମାଡ଼, ଘଟଣାରେ ଦୁଇ ଜଣ ସଫେଇ କର୍ମଚାରୀ ଆହତ

ତାଲାବନ୍ଦ କଟକଣା ଉଠିବା ରାସ୍ତାରେ ତିନି ଜିଲ୍ଲା କଣ୍ଟା

0

ଭୁବନେଶ୍ବର: ରାଜ୍ୟରେ ସଂକ୍ରମଣ ତଳକୁ ଖସୁଥିଲେ ମଧ୍ୟ ଉପକୂଳ ଜିଲ୍ଲା ଏବେ ସଂପୂର୍ଣ୍ଣ ନିୟନ୍ତ୍ରଣ ଆସିନି> ତାଲା ବନ୍ଦ ଅବଧି ଆଉ ୩ ଦିନ ଥିବା ବେଳେ ଉପକୂଳ ଜିଲ୍ଲାଗୁଡିକରେ ସ୍ଥିତି ଚିନ୍ତାଜନକ ରହିଛି। ବିଶେଷକରି ଖୋର୍ଦ୍ଧା,କଟକ, ପୁରୀ, ବାଲେଶ୍ୱରରେ ସଂକ୍ରମଣ ହାର ଅଧିକ ରହୁଛି। ତେଣୁ ଆଗକୁ ସରକାର ସଂକ୍ରମଣ ହାର ଅଧିକ ଥିବା ଜିଲ୍ଲାରେ କଟକଣା ବଳବତର ରଖିବା ନେଇ ନିଷ୍ପତି ନେଇପାରନ୍ତି।

ରାଜ୍ୟରେ ୨୪ ଘଣ୍ଟାରେ ୧୬ ଶହ ୧୫ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୩ ଜିଲ୍ଲାରେ ଶହେ ଉପରେ ସଂକ୍ରମିତଙ୍କ ସଂଖ୍ୟା ରହିଛି। ଖୋର୍ଦ୍ଧାରୁ ସର୍ବାଧିକ ୪୪୨ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ କଟକରୁ ୨୨୯ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେହିପରି ପୁରୀରୁ ୧୨. ଅନୁଗୁଳରୁ ୭୨, ବାଲେଶ୍ୱରରୁ ୯୮,ଭଦ୍ରକରୁ ୬୦,
ଜଗତସିଂହପୁରରୁ ୯୬,ଯାଜପୁରରୁ ୭୦,କେନ୍ଦ୍ରାପଡାରୁ ୪୦,ମୟୂରଭଂଜରୁ ୪୮,ନୟାଗଡରୁ ୪୨,ସୁନ୍ଦରଗଡରୁ ୩୦ ଆକ୍ରାନ୍ତ ଚିହ୍ନଟ ହୋଇଛି।

ନୂଆ ଆକ୍ରାନ୍ତକୁ ମିଶାଇ ମୋଟ ସଂକ୍ରମିତଙ୍କ ସଂଖ୍ୟା ୯ ଲକ୍ଷ ୭୪ ହଜାର ୧୩୨ରେ ପହଞ୍ଚିଛି। ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ରହିଛି ୧୭ ହଜାର ୨୬୨। ରାଜ୍ୟରେ ମୃତ୍ୟୁ ସଂଖ୍ୟାର ତାଲିକା ମଧ୍ୟ ଲମ୍ବିବାରେ ଲାଗିଛି । ୬୫ ମୃତ୍ୟୁର ହିସାବ ଦିଆଯାଇଥିବା ବେଳେ ଖୋର୍ଦ୍ଧା ଜିଲ୍ଲାରୁ ୯ ଜଣ ରହିଛନ୍ତି । ବରଗଡରୁ ୭
ଜଣ, ସୁନ୍ଦରଗଡରୁ ୬ ଜଣ, ସମ୍ବଲପୁର, ଝାରସୁଗୁଡା ଜିଲ୍ଲାରେ ୫ ଜଣ ଲେଖାଁଏ ରହିଛନ୍ତି। ସେହିପରି ଅନୁଗୁଳ,ବଲାଙ୍ଗୀର,କଟକ, ଗଂଜାମ, ଯାଜପୁର, ପୁରୀ ଜିଲ୍ଲାରୁ ୩ ଜଣ ଲେଖାଁଏ କରୋନାରେ ପ୍ରାଣ ହରାଇଛନ୍ତି।

ଭଦ୍ରକ, ଗଜପତି, ଜଗତସିଂହପୁର,କେନ୍ଦ୍ରାପଡା ଜିଲ୍ଲାରୁ ୨ ଜଣ ଲେଖାଁଏ ରହିଥିବା ବେଳେ ବାଲେଶ୍ୱର, ଢେଙ୍କାନାଳ, କଳାହାଣ୍ଡି, କେନ୍ଦୁଝର, କୋରାପୁଟ, ମୟୂରଭଂଜ ଓ ନୂଆପଡା ଜିଲ୍ଲାରୁ ଜଣେ ଲେଖାଁଏ ରହିଛନ୍ତି । କରୋନା ଜନିତ ମୃତ୍ୟୁ ସଂଖ୍ୟା ୫ ହଜାର ୭୬୮କୁ ବୃଦ୍ଧି ପାଇଛି।

Leave A Reply

Your email address will not be published.