ପ୍ରମୁଖ ଖବର

୧୯ ତାରିଖରୁ ଆରମ୍ଭ ହେବ ହବିଷ୍ୟାଳୀ ପଞ୍ଜିକରଣ
ମୟୁରଭଞ୍ଜ: ୩୧ ଛାତ୍ରଛାତ୍ରୀଙ୍କୁ ମାଡ଼ ମାରିବା ଅଭିଯୋଗରେ ଶିକ୍ଷୟିତ୍ରୀ ନିଲମ୍ବିତ
ଗୁମା ଘାଟି ନିକଟରେ ତଳକୁ ଖସିଲା ବସ୍, ୮ ଯାତ୍ରୀ ଆହତ
ଶୁଭାରମ୍ଭ ହେଲା ସୁଭଦ୍ରା ଅଭିଯୋଗ ସମାଧାନ ମଡ୍ୟୁଲ
ନେପାଳରୁ ଯାଜପୁର ଫେରିଲେ ଓଡ଼ିଆ ପର୍ଯ୍ୟଟକ
ପୋଲିସ ଏନକାଉଣ୍ଟରରେ କୁଖ୍ୟାତ ମାଓବାଦୀ ନିହତ

ଟୋକିଓରୁ ଭଲ ଖବର ପଠାଇଲେ ଦୀପିକା

0

ଟୋକିଓ ଅଲିମ୍ପିକ୍ସରୁ ଆଉ ଏକ ଭଲ ଖବର ଦେଇଛନ୍ତି ତୀରନ୍ଦାଜୀ ଦୀପିକା କୁମାରୀ। ଦୀପିକା କୁମାରୀ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି । ଋଷିଆର କେସେନିଆ ପେରୋଭାଙ୍କୁସେ ୬-୫ରେ ପରାସ୍ତ କରିଛନ୍ତି।। କଡା ମୁକାବିଲାରେ ଦୀପିକା କୁମାରୀ କେସେନିଆଙ୍କୁ ହରାଇଛନ୍ତି । ଦୀପିକା ପ୍ରଥମ, ତୃତୀୟ କ୍ୱାର୍ଟରରେ ବିଜୟ ହୋଇଛନ୍ତି। ଆଜି ଭାରତୀୟ ସମୟ ୧୧ଟା ୩୦ ମିନିଟରେ ଦୀପିକାଙ୍କର କ୍ୱାର୍ଟର ଫାଇନାଲ ମୁକାବିଲା ଅଛି।

କ୍ୱାର୍ଟର ଫାଇନାଲରେ ସେ କୋରିଆ ଖେଳାଳିଙ୍କୁ ଭେଟିବେ। ୨ଟି ସ୍ୱର୍ଣ୍ଣ ଜିତିସାରିଥିବା କୋରିଆର
ଅନ ସେନଙ୍କୁ ସହ ତାଙ୍କର ମୁକାବିଲା ହେବ।

ସେପଟେ ଷ୍ଟିପଲଚେଜରେ ନିରାଶ ହୋଇଛନ୍ତି ଅବିନାଶ ମୁକୁନ୍ଦ। ୩ ହଜାର ମିଟର ଷ୍ଟିପଲଚେଜରେ ଅବିନାଶ ବିଫଳ ହୋଇଛନ୍ତି। ହିଟରେ ଜାତୀୟ ରେକର୍ଡ କରିବା ସତ୍ୱେ ଫାଇନାଲ ଯୋଗ୍ୟତାରୁ ବଞ୍ଚିତ ହୋଇଛନ୍ତି । ୪୪ ଆଥଲେଟଙ୍କ ଭିତରେ ତ୍ରୟୋଦଶ ସ୍ଥାନରେ ସେ ବିଦାୟ ନେଇଛନ୍ତି । ସୁଟିଂର ମହିଳା ୨୫ ମିଟର ପିସ୍ତଲରେ ଦୁଇ ଭାରତୀୟ ସୁଟର ଫେଲ ହୋଇଛନ୍ତି । ଫାଇନାଲ ପାଇଁ ଯୋଗ୍ୟତା ହାସଲ କରିପାରିନାହାନ୍ତି ରାହି ଓ ଭାକର।

ସେହିପରି ଆଉ କିଛି ସମୟରେ ଟୋକିଓ ଟ୍ରାକକୁ ଓହ୍ଲାଇବେ ଦୂତୀ ଚାନ୍ଦ । ଯାହା ଉପରେ ସମସ୍ତଙ୍କ ନଜର ରହିଛି । ୧୦୦ ମିଟର ହିଟରେ ଭାଗ୍ୟ ପରୀକ୍ଷା କରିବେ ଦୂତୀ । ୨୦୦ ମିଟର ଦୌଡ ପ୍ରତିଯୋଗୀତାରେ ବି ଭାଗ ନେବେ ଦୂତୀ । ଏକମାତ୍ର ଭାରତୀୟ ଆଥଲେଟ ଭାବେ ଦୂତୀ ୨ଟି ଇଭେଣ୍ଟରେ ଅଂଶଗ୍ରହଣ କରିବେ।

Leave A Reply

Your email address will not be published.