ପ୍ରମୁଖ ଖବର

ଚାନ୍ଦିପୁର କ୍ଷେପଣାସ୍ତ୍ର ପରୀକ୍ଷା କେନ୍ଦ୍ରରୁ ଉତ୍‌କ୍ଷେପଣ ହେଲା ଦୂରଗାମୀ କ୍ରୁଜ୍‌ ମିସାଇଲ
ବିଜେଡିରେ ମିଶିଲେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ, ଆଜି ଶଙ୍ଖ ଭବନରେ ରାଜ୍ୟସଭା ସାଂସଦ ସସ୍ମିତ ପାତ୍ରଙ୍କ ଉପସ୍ଥିତିରେ ସେ ବିଜେଡିରେ ଯୋଗ ଦେଇଛନ୍ତି
ଆସନ୍ତାକାଲି ଛତିଶଗଡରେ ମତଦାନ, ସୀମା ସିଲ ଓ ହାଇ ଆଲର୍ଟ ଜାରି କଲା ମାଲକାନଗିରି ପୁଲିସ
ଆରପାରିରେ ବିଶିଷ୍ଟ ଅଭିନେତା, ନାଟ୍ୟକାର ତଥା ନିର୍ଦ୍ଦେଶକ ସଚ୍ଚି ଦାସ
ଦିନ ୨ଟା ୩୦ରେ ଭୁବନେଶ୍ବର ଉତ୍ତପ୍ତ ସହର, ତାପମାତ୍ରା ୪୩.୬ ଡିଗ୍ରି ରେକର୍ଡ
ଲଢ଼ିବେନି ପ୍ରସାଦ ହରିଚନ୍ଦନ, ମନୋଜ ରଥ ସତ୍ୟବାଦୀରୁ କଂଗ୍ରେସ ପ୍ରାର୍ଥୀ
କଂଗ୍ରେସରେ ଯୋଗଦେଲେ କେନ୍ଦ୍ରାପଡ଼ାର ପୂର୍ବତନ ବିଜେଡ଼ି ବିଧାୟିକା ସିପ୍ରା ମଲ୍ଲିକ, କଂଗ୍ରେସ ଭବନ ଆସି ଦଳର ପ୍ରାଥମିକ ସଦସ୍ୟତା ଗ୍ରହଣ କଲେ

ମୋଦୀଙ୍କ ବିରୋଧରେ ଖେଳ ଆରମ୍ଭ: ନବୀନଙ୍କ ଉପରେ ନଜର

0

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସଂପର୍କରେ ବଡ଼ କଥାଟେ କହିଦେଲେ ମମତା

ନବୀନଙ୍କ ସହିତ ତାଙ୍କର ବନ୍ଧୁତା ରହିଛି, ଆଜି ନାହାନ୍ତି ଅର୍ଥ ନୁହେଁ ସେ ଆସିବେନି

ପୂରା ଦେଶରେ ଖେଳ ହେବ ବୋଲି ଦମ୍ଭୋକ୍ତି; କହିଲେ ସୋନିଆ ବି ଏୟା ଚାହାନ୍ତି

ସଂସଦରେ ପଡିଲା ଜୋରଦାର ପ୍ରଭାବ, ୧୬ ରାଜନୈତିକ ଦଳ ଏକାଠି ଓହ୍ଲାଇଲେ

ପ୍ରଧାନମନ୍ତ୍ରୀ ଅଭିଳାଷ ନାହିଁ; କେବଳ ସବୁ ବିରୋଧୀ ଏକାଠି କରିବାକୁ ଯୋଜନା

ନୂଆଦିଲ୍ଲୀ: ‘ମୋର ପ୍ରଧାନମନ୍ତ୍ରୀ ହେବାର ସ୍ବପ୍ନ କିମ୍ବା ଅଭି​ଳାଷ ନାହିଁ। ପଶ୍ଚିମବଙ୍ଗ ନିର୍ବାଚନ ପରେ ମୋର ଏକମାତ୍ର ଉଦ୍ୟମ ହେଉଛି, ୨୦୨୪ରେ ବିଜେପିକୁ କ୍ଷମତାଚ୍ୟୁତ କରାଇବା। ବିଜେପିକୁ ହରାଇବାକୁ ହେଲେ ସବୁ ବିରୋଧୀ ରାଜନୈତିକ ଦଳକୁ ଏକାଠି କରିବାକୁ ହେବ। ମୁଁ ସେହି ଲକ୍ଷ୍ୟରେ ରହିଛି।’ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନୂଆଦିଲ୍ଲୀରେ ଗଣମାଧ୍ୟମ ସାମ୍ନାରେ ଏଭଳି ଢଙ୍ଗରେ ନିଜ ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି।

ମମତାଙ୍କ ନୂଆଦିଲ୍ଲୀ ଗସ୍ତକୁ ନେଇ ଜାତୀୟ ରାଜନୀତିରେ ଏବେ ହଟଚମଟ ଚାଲିଥିବା ବେଳେ ତାଙ୍କର ଏଭଳି ବୟାନ ରାଜନୈତିକ ରଣନୀତିକାରମାନଙ୍କୁ ଆଲୋଚନା ପାଇଁ ବଳ ଦେଇଛି। ପଶ୍ଚିମବଙ୍ଗରେ ବିଜେପିକୁ ସେ ଶୋଚନୀୟ ଭାବେ ପରାସ୍ତ କରିବା ପରଠାରୁ ଏବେ ସବୁ ବିରୋଧୀ ରାଜନୈତିକ ଦଳଙ୍କର ନଜର ସୁଶ୍ରୀ ବାନାର୍ଜୀଙ୍କ ଉପରେ ରହିଛି। ପଶ୍ଚିମବଙ୍ଗ ନିର୍ବାଚନକୁ ବିଜେପି ଯେଉଁ ସ୍ତରକୁ ନେଇଯାଇଥିଲା, ସେଥିରେ ଦଳର ପରାଜୟ ସେମାନଙ୍କ ପାଇଁ ଯେତିକି ଘାତକ ହୋଇଛି, ନିଜ ଦଳର କର୍ମୀଙ୍କ ଆଗରେ ଶୀର୍ଷ ନେତାଙ୍କ ପତିଆରା ଯେତିକି ହ୍ରାସ କରିଛି, ଠିକ୍ ସେମିତି ରାଜନୀତିରେ ମମତାଙ୍କ ଉଚ୍ଚତା ବୃଦ୍ଧିରେ ମଧ୍ୟ ଏହା ସେତିକି ସହାୟକ ହୋଇଛି।

ସବୁଠାରୁ ବଡ଼ କଥା ହେଲା, ସୁଶ୍ରୀ ବାନାର୍ଜୀ ନୂଆଦିଲ୍ଲୀରେ ଆଞ୍ଚଳିକ ରାଜନୈତିକ ଦଳମାନଙ୍କ ସଂପର୍କରେ ମତ ରଖିବା ବେଳେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସଂପର୍କରେ ମଧ୍ୟ ଏକ ବଡ଼ କଥା କହିଛନ୍ତି। ସୁଶ୍ରୀ ବାନାର୍ଜୀ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କର ଜଣେ ଭଲ ବନ୍ଧୁ। ଏହି ବନ୍ଧୁତ୍ବ ସେ ବଜାୟ ରଖିଛନ୍ତି। ଟିଡିପି ନେତା ଚନ୍ଦ୍ରବାବୁ ନାଇଡୁ ଓ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଜଗନମୋହନ କିମ୍ବା ଟିଆରଏସ୍ ନେତା କେସିଆର୍ ମଧ୍ୟ। ସେମାନେ ଆଜି ସାଙ୍ଗରେ ନାହାନ୍ତି ଅର୍ଥ ସେମାନେ ଆମ ସାଙ୍ଗରେ ରହିବେନି। ରାଜନୈତିକ ପୃଷ୍ଠଭୂମି ଯେତେବେଳେ ବଦଳିବ, ସେତେବେଳେ ନବୀନ ପଟ୍ଟନାୟକ ତାଙ୍କ ସହିତ ଯୋଗଦାନ ଦେବା କଥାକୁ ଏଡାଇ ଦେଇ ହେବନାହିଁ।

ମମତାଙ୍କ ଏଭଳି ବୟାନ ଓଡ଼ିଶା ରାଜନୀତି ପରିପ୍ରେକ୍ଷୀରେ ଅତ୍ୟନ୍ତ ମୂଲ୍ୟ ରଖେ। ଏହା କେଉଁଠି ନା କେଉଁଠି ସଙ୍କେତ ଦେଉଛି,ସୁଶ୍ରୀ ବାନାର୍ଜୀଙ୍କ ଅଭିଯାନକୁ ବିଜେଡିର ଭିିତିରିଆ ବା ନୈତିକ ସମର୍ଥନ ରହିଥାଇପାରେ। ଏମିତିରେ ବି ବିଜେଡି ଏପର୍ଯ୍ୟନ୍ତ ମମତାଙ୍କ ରାଜନୈତିକ ରଣନୀତି ଉପରେ ଉଁ କି ଚୁଁ ପ୍ରତିକ୍ରିୟା ରଖିନାହିଁ। ନା ବିରୋଧ କରିଛି ନା ସମର୍ଥନ ଜଣାଇଛି। ଏଣୁ ମମତାଙ୍କ କଥା ପଛରେ କିଛି ଦମ୍ ଥିବ ନିଶ୍ଚୟ। କାରଣ ଭାରତ ରାଜନୀତିରେ ନବୀନ ସବୁବେଳେ ସ୍ବତନ୍ତ୍ର ଫର୍ମୁଲା ବ୍ୟବହାର କରିଆସିଛନ୍ତି। ଏହା ହିଁ ତାଙ୍କୁ ସବୁବେଳେ ସଫଳତା ଦେଇ ଆସିଛି। ନା ତାଙ୍କର କେହି କେବେ ଶତ୍ରୁ ଅଛନ୍ତି ନା ସେ କେବେ ବନ୍ଧୁତ୍ବର ଖାତିରରେ ଓହ୍ଲାଇ ବିପଦକୁ ଆମନ୍ତ୍ରଣ କରିଛନ୍ତି।

ରାଜନୈତିକ ପର୍ଯ୍ୟବେକ୍ଷକ ମହଲର କହିବା କଥା ହେଉଛି, ଓଡ଼ିଶାରେ ବିଜେଡିକୁ ବିଜେପି ସହିତ ପ୍ରତ୍ୟକ୍ଷ ଭାବେ ନିର୍ବାଚନ ଲଢିବାକୁ ପଡୁଛି। ବିଜେପି ସେବେ ନିର୍ବାଚନ ସମୟରେ ଯେଭଳି ଆକ୍ରମଣାତ୍ମକ ଆଚରଣ ପ୍ରଦର୍ଶନ କରୁଛି, ତାହାକୁ ଦୃଷ୍ଟିରେ ରଖି ବିଜେଡିର ଏଭଳି ସମାନ୍ତରାଳ କୌଶଳ ଆପଣାଇଥିବା ସମ୍ଭାବନାକୁ ଏଡାଇ ଦେଇ ହେବ ନାହିଁ। ଏକଥା ବି ହୋଇପାରେ ଯେ ବିଜେଡି ସେଥିରେ ଯୋଗଦେବନି କି ବିଜେପି ସହିତ ମଧ୍ୟ ହାତ ମିଳାଇବନି। ନିଜର ଦଳକୁ ଅଧିକ ସଶକ୍ତ କରିବା ଅର୍ଥ ମଧ୍ୟ ସମାନ, ଯାହା ମମତା ଚାହୁଁଛନ୍ତି। ଏହା ହେଲେ ବିଜେଡି ପୁଣି ଥରେ ରାଜ୍ୟରେ କ୍ଷମତାକୁ ଆସିପାରେ ଓ ବିଜେପିକୁ ଗତିରୋଧ କରିବାରେ ମଧ୍ୟ ମମତାଙ୍କ ଅଭିଯାନକୁ ଏହା ସହାୟକ ହେବ।

ଏଠାରେ ଉଲ୍ଲେଖଥାଉକି, ନୂଆଦିଲ୍ଲୀରେ ଏକ ଅନୌପଚାରିକ ଆଲୋଚନା ବେଳେ ଜାତୀୟ ରାଜନୀତିରେ ତାଙ୍କର ଭବିଷ୍ୟତ ସେ ଦେଖୁଛନ୍ତି କି ବୋଲି ଗଣମାଧ୍ୟମ ପ୍ରତିନିଧିଙ୍କ ସହିତ ପ୍ରଶ୍ନର ଉତ୍ତରରେ ମମତା କହିଛନ୍ତି ଯେ ସେ ନିଜକୁ ଜଣେ ସାଧାରଣ କର୍ମୀ ଭାବେ ବିବେଚନା କରନ୍ତି। ଭିଆଇପି ଭାବେ ନୁହେଁ। ‘ଏଲଆଇପି’ ମାନେ କମ୍ ଗୁରୁତ୍ବପୂର୍ଣ୍ଣ ବ୍ୟକ୍ତି ଭାବେ ସେ ନିଜକୁ ଦେଖିଆସିଛନ୍ତି। ଏବେ ତାଙ୍କର ଉଦ୍ୟମ ହେଉଛି, ବିରୋଧୀ ଦଳକୁ ଏକଜୁଟ୍ କରିବାକୁ ହେବ ଓ ବିଜେପିକୁ ପରାସ୍ତ କରିବା ଲାଗି ଗୋଟିଏ ଠୋସ୍ ଯୋଜନା ପ୍ରସ୍ତୁତ କରିବା ଲାଗି ସବୁ ଦଳ ମଧ୍ୟରେ ସହମତି ଆଣିବାକୁ ପଡିବ।

ମମତା ଆହୁରି କହିଛନ୍ତି ଯେ “ରାଜନୀତିରେ ଏମିତି କିଛି ସମୟ ଅଛି ଯେତେବେଳେ ସମସ୍ତଙ୍କୁ ନିଜର ମତଭେଦକୁ ସମାଧି ଦେଇ ଦେଶ ପାଇଁ ଏକାଠି ହେବାକୁ ପଡିବ। ଏହା ହେଉଛି ସମୟ। ଏହି କଥା ହିଁ ସେ ଅନ୍ୟ ରାଜନୈତକ ଦଳମାନଙ୍କୁ ବୁଝାଇଛନ୍ତି। କେବଳ ସେତିକି ନୁହେଁ, ଏବେ ସମସ୍ତେ ଦେଖିବାକୁ ହେବ ଯେ ଆମେ ଅନେକ ଅଚ୍ଛେ ଦିନ୍ (ଭଲ ଦିନ) ଦେଖିଲେ, ଏବେ କିନ୍ତୁ ସଚ୍ଚେ ଦିନ୍ (ସତ୍ୟର ଦିନ) ଦେଖିବାକୁ ଚାହୁଁଛୁ।

ମମତା ଆଜି ଯେ ଏଭଳି ଉଦ୍ୟମ କରିଛନ୍ତି, ତା ନୁହେଁ। ୨୦୧୯ ନିର୍ବାଚନ ପୂର୍ବରୁ ସେ ଅନୁରୂପ ଚେଷ୍ଟା କରିଥିଲେ। କିନ୍ତୁ ଅନ୍ୟ ରାଜନୈତିକ ଦଳ ସେବେ ତାଙ୍କୁ ସାଥ୍ ଦେଇନଥିଲେ। ଏବେ କିନ୍ତୁ ପରିସ୍ଥିତି ବଦଳିଯାଇଛି। ମମତାଙ୍କ ଲକ୍ଷ୍ୟ ହେଉଛି, ରାଜନୈତିକ ଦଳ ମାନେ ନିଜ ନିଜ ଅଞ୍ଚଳରେ ଅତ୍ୟନ୍ତ ସଶକ୍ତ ଭାବେ ମୁଣ୍ଡ ଟେକନ୍ତୁ। ଯେମିତି ପଶ୍ଚିମବଙ୍ଗରେ ତୃଣମୂଳ କଂଗ୍ରେସ ଉଠିଛି, ଠିକ୍ ସେମିତି ବିହାରରେ ରାଷ୍ଟ୍ରୀୟ ଜନତା ଦଳ, ଉତ୍ତରପ୍ରଦେଶରେ ସମାଜବାଦୀ ପାର୍ଟି, ଦିଲ୍ଲୀରେ ଆମ୍ ଆଦ୍‌ମି ପାର୍ଟି ଏବଂ ମଧ୍ୟପ୍ରଦେଶ, ରାଜସ୍ଥାନ, ହରିୟାନା ଆଦି ରାଜ୍ୟରେ କଂଗ୍ରେସ ପ୍ରମୁଖ ରାଜନୈତିକ ଦଳ ଭାବେ ମୁଣ୍ଡ ଟେକୁ। ଏଭଳି ରାଜନୈତିକ ଧ୍ରୁବୀକରଣ ମାଧ୍ୟମରେ ବିଜେପିର ଗତିରୋଧ କରିହେବ। ଏଭଳି ସଂଜୀବନୀ ମନ୍ତ୍ର ସେ ଆଲୋଚନା ବେଳେ ସବୁ ରାଜନୈତିକ ଦଳକୁ ଦେଇ ଆସିଛନ୍ତି।

ମମତା ନିଜେ କିଛି ଉଦାହରଣ ମଧ୍ୟ ରଖୁଛନ୍ତି। ଯେବେ ପେଗାସସ୍ ପ୍ରସଙ୍ଗରେ ଦିଲ୍ଲୀରେ ହଲ୍ଲାବୋଲ ଚାଲିଛି, ସେ ଆଉ ପାଦେ ଆଗକୁ ଯାଇ ଦେଶର ପ୍ରଥମ ମୁଖ୍ୟମନ୍ତ୍ରୀ ଭାବେ ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ମଦନ ଲୋକୁରଙ୍କ ନେତୃତ୍ବରେ ଏକ ନ୍ୟାୟିକ ତଦନ୍ତ ଘୋଷଣା କରି ଏହି ଗୁପ୍ତଚର କାର୍ଯ୍ୟକ୍ରମର ପର୍ଦାଫାଶ ପାଇଁ ଉଦ୍ୟମ କରିଛନ୍ତି।

ରାଜନୈତିକ ପର୍ଯ୍ୟବେକ୍ଷକ ମହଲର ମତ ହେଉଛି, ମମତାଙ୍କ ଅଭିଯାନ ରାଜନୀତିରେ ଏକ ନୂଆ ଚିନ୍ତାଧାରା ଲାଗି ସୁଯୋଗ ସୃଷ୍ଟି କରୁଛି। ସଂସଦରେ ପେଗାସସ୍ ପ୍ରସଙ୍ଗରେ ୧୬ଟି ରାଜନୈତିକ ଦଳ ଯେଭଳି ବିଜେପି ନେତୃତ୍ବାଧୀନ କେନ୍ଦ୍ର ସରକାରଙ୍କୁ ଘେରୁଛନ୍ତି, ଏହା ପଛରେ ବି ମମତାଙ୍କ ଅଭିଯାନର ଯୋଗଦାନ ରହିଛି। କେବଳ ସେତିକି ନୁହେଁ, କରୋନା ମହାମାରୀ ପ୍ରସଙ୍ଗ, କୃଷକ ପ୍ରସଙ୍ଗ, ମୂଲ୍ୟ ବୃଦ୍ଧି ଉପରେ ବିରୋଧୀଙ୍କ ଆକ୍ରମଣାତ୍ମକ ଅଭିଯାନ ମଧ୍ୟ ଏହି ରାଜନୈତିକ ଏଜେଣ୍ଡାର ଗୋଟିଏ ଅଂଶ।

କାହିଁକି ନା, ସାମ୍ବାଦିକମାନଙ୍କ ସହ ତାଙ୍କର ସାକ୍ଷାତ ସମୟରେ ସୁଶ୍ରୀ ବାନାର୍ଜୀ ନିରନ୍ତର ଭାବରେ କହିଛନ୍ତି ଯେ ଯଦି ବିଜେପିକୁ ମିଳିତ ଭାବେ ବିରୋଧ କରିବାକୁ ପଡିବ। ଏଥିପାଇଁ ସବୁ ରାଜନୈତିକ ଦଳ ଏବେ ପ୍ରସ୍ତୁତି ଆରମ୍ଭ କରିବେ। ସବୁ ରାଜନୈତିକ ଦଳ ଗମ୍ଭୀରତାର ସହିତ ଏହି ପ୍ରସଙ୍ଗକୁ ଗ୍ରହଣ କଲେ, ବିଜେପିକୁ ପରାସ୍ତ କରିବାକୁ ତିନିରୁ ଛଅମାସ ଯଥେଷ୍ଟ। ବର୍ତ୍ତମାନ ଠାରୁ ଉଦ୍ୟମ ଆରମ୍ଭ କଲେ ୨୦୨୪ ସୁଦ୍ଧା ଅଚିରେ ଏହା ହାସଲ ହୋଇପାରିବ। ବିଜେପି ଯେଉଁଭଳି ଭାବେ ଲୋକଙ୍କୁ ନିର୍ଯ୍ୟାତନା ଦେଉଛି, ସମସ୍ତଙ୍କ ଜୀବନ, ସୁରକ୍ଷା, ସଂପତ୍ତି ଆଜି ବିପଦରେ ରହିଛି, ଏହା ଜରୁରୀକାଳୀନ ପରିସ୍ଥିତି ଅପେକ୍ଷା ଅଧିକ ଗମ୍ଭୀର ଓ ଖରାପ ବୋଲି ସୁଶ୍ରୀ ବାନାର୍ଜୀ କହିଛନ୍ତି।

ସେହିଭଳି ମମତାଙ୍କ ଅଭିଯାନକୁ ତୃତୀୟ ସାମ୍ମୁଖ୍ୟର ସଙ୍କେତ ବୋଲି ଗୋଟିଏ ସମୟରେ କୁହାଯାଉଥିଲା। ମାତ୍ର ମମତା ଓ ରାଜନୀତି ରଣନୀତିକାର ପ୍ରଶାନ୍ତ କିଶୋର ଏବେ ଏକଥା ଆପାତତଃ ସ୍ପଷ୍ଟ କରିସାରିଲେଣି ଯେ କଂଗ୍ରେସକୁ ସାଙ୍ଗରେ ନେଇ କି ହିଁ ଯିବାକୁ ହେବ। ଏଣୁ ନିଜେ ପ୍ରଶାନ୍ତ କିଶୋର କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ, ରାହୁଲ ଓ ପ୍ରିୟଙ୍କାଙ୍କ ସହିତ ଆଲୋଚନା କରିଥିଲେ। ଏପରିକି ସେ କଂଗ୍ରେସରେ ଯୋଗଦେଉଥିବା କଥା ମଧ୍ୟ ଚର୍ଚ୍ଚା ଭିତରେ ରହିଛି। ସମାନ୍ତରାଳ ଭାବେ ମମତାଙ୍କ ନୂଆଦିଲ୍ଲୀ ଗସ୍ତ କାଳରେ ମଧ୍ୟ ସୋନିଆ ଓ ରାହୁଲଙ୍କ ସହିତ ତାଙ୍କର ଆଲୋଚନା ସବୁଠାରୁ ଗୁରୁତ୍ବପୂର୍ଣ୍ଣ ଥିଲା। ସେ ଆନନ୍ଦଶର୍ମା, କମଳ ନାଥ ଏବଂ ଅଭିଷେକ ମନୁ ସିଂଭିଙ୍କୁ ମଧ୍ୟ ଭେଟି ଆଲୋଚନା କରିଥିଲେ। ମମତା ଆଉ ପାଦେ ଆଗକୁ ଆସି ନୂଆଦିଲ୍ଲୀରେ ଏକଥା ବି ସ୍ପଷ୍ଟ କରିଦେଇଛନ୍ତି ଯେ ସେ ଯାହା ଚାହୁଁଛନ୍ତି, ସୋନିଆ ଗାନ୍ଧୀ ବି ସେୟା ଚାହୁଁଛନ୍ତି, ମାନେ ସବୁ ବିରୋଧୀ ରାଜନୈତିକ ଦଳ ଏକାଠି ହୁଅନ୍ତୁ।

ଏଠାରେ ଉଲ୍ଲେଖଥାଉକି, ପେଗାସନ୍, ଚାଷୀ ପ୍ରସଙ୍ଗ, ଦରଦାମ ବୃଦ୍ଧି ଆଦି ଘଟଣାରେ ଯେବେ ନୂଆଦିଲ୍ଲୀରେ କମ୍ପନ ସୃଷ୍ଟି ହେଉଛି, ସେବେ କିଛି ରାଜନୈତିକ ଦଳ ନିରବ ରହିଛନ୍ତି। ଏହା ସତ୍ତ୍ବେ ମମତା କହିଛନ୍ତି ପୂରା ଦେଶରେ ଖେଳ ହେବ।

Leave A Reply

Your email address will not be published.