ପ୍ରମୁଖ ଖବର

କମନୱେଲଥ୍ ଗେମ୍ସ: ଅଷ୍ଟମ ଦିନରେ ଭାରତର ୬ ପଦକ, ମୋଟ ସଂଖ୍ୟା ୨୩
ରାଜ୍ୟ କ୍ୟାବିନେଟରେ ୧୧ ପ୍ରସ୍ତାବକୁ ମଞ୍ଜୁରି
ସୁନ୍ଦରଗଡ଼ରେ ହାତୀ ଆତଙ୍କ: ଦନ୍ତା ଆକ୍ରମଣରେ ୨ ମୃତ
ଭୋଗପୁରମରେ ଆଲୁରି ସୀତାରାମ ରାଜୁ ଅନ୍ତର୍ଜାତୀୟ ବିମାନବନ୍ଦର ଉଦ୍‌ଘାଟନ କଲେ ପ୍ରଧାନମନ୍ତ୍ରୀ
ଆକାଶମାର୍ଗରୁ ବନ୍ୟା ସ୍ଥିତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ
୧୯ ବର୍ଷ ପରେ କଲକାତା ଫେରିଲେ ତସଲିମା ନସରିନ୍
ରାଷ୍ଟ୍ରପତି ଭବନରେ ଚମକିଲା ଓଡ଼ିଶାର ୩ ଷ୍ଟାର୍ଟଅପ୍
ଶସ୍ତା ହେଲା କମର୍ସିଆଲ ଗ୍ୟାସ ସିଲିଣ୍ଡର, ବଢ଼ିଲା ବିମାନ ଇନ୍ଧନ ଦର

ଟୋକିଓରୁ ଭଲ ଖବର ପଠାଇଲେ ଦୀପିକା

0

ଟୋକିଓ ଅଲିମ୍ପିକ୍ସରୁ ଆଉ ଏକ ଭଲ ଖବର ଦେଇଛନ୍ତି ତୀରନ୍ଦାଜୀ ଦୀପିକା କୁମାରୀ। ଦୀପିକା କୁମାରୀ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି । ଋଷିଆର କେସେନିଆ ପେରୋଭାଙ୍କୁସେ ୬-୫ରେ ପରାସ୍ତ କରିଛନ୍ତି।। କଡା ମୁକାବିଲାରେ ଦୀପିକା କୁମାରୀ କେସେନିଆଙ୍କୁ ହରାଇଛନ୍ତି । ଦୀପିକା ପ୍ରଥମ, ତୃତୀୟ କ୍ୱାର୍ଟରରେ ବିଜୟ ହୋଇଛନ୍ତି। ଆଜି ଭାରତୀୟ ସମୟ ୧୧ଟା ୩୦ ମିନିଟରେ ଦୀପିକାଙ୍କର କ୍ୱାର୍ଟର ଫାଇନାଲ ମୁକାବିଲା ଅଛି।

କ୍ୱାର୍ଟର ଫାଇନାଲରେ ସେ କୋରିଆ ଖେଳାଳିଙ୍କୁ ଭେଟିବେ। ୨ଟି ସ୍ୱର୍ଣ୍ଣ ଜିତିସାରିଥିବା କୋରିଆର
ଅନ ସେନଙ୍କୁ ସହ ତାଙ୍କର ମୁକାବିଲା ହେବ।

ସେପଟେ ଷ୍ଟିପଲଚେଜରେ ନିରାଶ ହୋଇଛନ୍ତି ଅବିନାଶ ମୁକୁନ୍ଦ। ୩ ହଜାର ମିଟର ଷ୍ଟିପଲଚେଜରେ ଅବିନାଶ ବିଫଳ ହୋଇଛନ୍ତି। ହିଟରେ ଜାତୀୟ ରେକର୍ଡ କରିବା ସତ୍ୱେ ଫାଇନାଲ ଯୋଗ୍ୟତାରୁ ବଞ୍ଚିତ ହୋଇଛନ୍ତି । ୪୪ ଆଥଲେଟଙ୍କ ଭିତରେ ତ୍ରୟୋଦଶ ସ୍ଥାନରେ ସେ ବିଦାୟ ନେଇଛନ୍ତି । ସୁଟିଂର ମହିଳା ୨୫ ମିଟର ପିସ୍ତଲରେ ଦୁଇ ଭାରତୀୟ ସୁଟର ଫେଲ ହୋଇଛନ୍ତି । ଫାଇନାଲ ପାଇଁ ଯୋଗ୍ୟତା ହାସଲ କରିପାରିନାହାନ୍ତି ରାହି ଓ ଭାକର।

ସେହିପରି ଆଉ କିଛି ସମୟରେ ଟୋକିଓ ଟ୍ରାକକୁ ଓହ୍ଲାଇବେ ଦୂତୀ ଚାନ୍ଦ । ଯାହା ଉପରେ ସମସ୍ତଙ୍କ ନଜର ରହିଛି । ୧୦୦ ମିଟର ହିଟରେ ଭାଗ୍ୟ ପରୀକ୍ଷା କରିବେ ଦୂତୀ । ୨୦୦ ମିଟର ଦୌଡ ପ୍ରତିଯୋଗୀତାରେ ବି ଭାଗ ନେବେ ଦୂତୀ । ଏକମାତ୍ର ଭାରତୀୟ ଆଥଲେଟ ଭାବେ ଦୂତୀ ୨ଟି ଇଭେଣ୍ଟରେ ଅଂଶଗ୍ରହଣ କରିବେ।

Leave A Reply

Your email address will not be published.