ପ୍ରମୁଖ ଖବର

ପେପର ଲିକ୍ ମାମଲାରେ କଠୋର ପଦକ୍ଷେପ: ଫାଷ୍ଟ ଟ୍ରାକ୍ କୋର୍ଟ ଗଠନ ଘୋଷଣା କଲେ ପ୍ରଧାନମନ୍ତ୍ରୀ
ଗଜପତି ଜିଲ୍ଲାର ମୋହନା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ଅଳିଆ ଗଦାରେ ପୁଳା ପୁଳା ନିରାମୟ ଔଷଧ
ମହାନଦୀ ଜଳ ବିବାଦ: ସମାଧାନ ପାଇଁ CWCକୁ ମଧ୍ୟସ୍ଥତା ନିର୍ଦ୍ଦେଶ, ଗଠନ ହେବ ଯୁଗ୍ମ କମିଟି
ଜନ୍ତର ମନ୍ତର ଅଞ୍ଚଳରେ ଇଣ୍ଟରନେଟ୍ ବନ୍ଦ, ସୁରକ୍ଷା କଡ଼ାକଡ଼ି
ସିଏମଓରୁ ଫାଇଲ ଗାଏବ ମାମଲା: ଅବସରପ୍ରାପ୍ତ ଆଇଏଏସ ଉପେନ୍ଦ୍ର ବେହେରା ଓ ରାଜେଶ ବର୍ମାଙ୍କୁ ପୁଣି ନୋଟିସ
ଦେଶରେ ବର୍ଷାର ତାଣ୍ଡବ: ୧୨୦ ମୃତ, ବନ୍ୟା-ଭୂସ୍ଖଳନରେ ଜନଜୀବନ ଅସ୍ତବ୍ୟସ୍ତ
ଶ୍ରୀମନ୍ଦିର ପାଇଁ ଆଉ ଏକ ବଡ଼ ସଫଳତା, ୫ଟି ନୂଆ ଟ୍ରେଡ୍ ମାର୍କକୁ ମିଳିଲା ଅନୁମୋଦନ
ଉତ୍ତରାଖଣ୍ଡରେ ପୁଣି ପେପର ଲିକ୍, ଦୁଇଟି ଇଞ୍ଜିନିୟରିଂ ପରୀକ୍ଷା ବାତିଲ
ରାଜ୍ୟ ସରକାରୀ କର୍ମଚାରୀଙ୍କ ପାଇଁ ବଡ଼ ଖୁସି ଖବର: ୫% ବଢ଼ିଲା ମହଙ୍ଗା ଭତ୍ତା

ନିୟନ୍ତ୍ରଣକୁ ଆସିପାରିନି ଖୋର୍ଦ୍ଧା ଓ କଟକ ଜିଲ୍ଲା

0

ଭୁବନେଶ୍ବର: ଅଗଷ୍ଟ ୧ ତାରିଖ ସକାଳୁ ରାଜ୍ୟରେ ଆଶିଂକ ଲକଡାଉନ ଅବଧି ସରୁଥିବା ବେଳେ ସରକାର ନୂଆ କରୋନା ଗାଇଲାଇନ ଆଜି କିମ୍ବା କାଲି ଘୋଷଣା କରିପାରନ୍ତି। ତେବେ ରାଜ୍ୟରେ ସବୁ ଜିଲ୍ଲାରେ ସଂକ୍ରମଣ କମୁଥିବା ବେଳେ ଖୋର୍ଦ୍ଧା ଓ କଟକରେ ସ୍ଥିତି ନିୟନ୍ତ୍ରଣକୁ ଆସିନାହିଁ। ତେଣୁ ଏହି ଦୁଇ ଜିଲ୍ଲାକୁ ଛାଡି ଅନ୍ୟ ସବୁ ଜିଲ୍ଲାରେ ସଂପୂର୍ଣ୍ଣ ଅନଲକ କରିପାରନ୍ତି ସରକାର।

ସେପଟେ ଗତ ଦୁଇ ଦିନ ହେବ ଦେଶରେ ବଢୁଥିବା ସଂକ୍ରମିତଙ୍କ ସଂଖ୍ୟା ଓ କେରଳରେ କରୋନାର ସାଂଘାତିକ ସ୍ଥିତି ଚିନ୍ତାଜନକ। ରାଜ୍ୟରେ ସ୍ଥିତି ଭଲ ଥିବା ବେଳେ ସଂକ୍ରମଣ ଧୀରେ ଧୀରେ କମୁଛି। ମେ’ ଓ ଜୁନରେ କରୋନା ମୃତ୍ୟୁ ସଂଖ୍ୟା ରାଜ୍ୟବାସୀଙ୍କୁ ଯେତେ ଭୟଭୀତ କରୁନଥିଲା ଜୁଲାଇରେ ସେତିକି ଚକିତ କଲା ଭଳି ଚିତ୍ର ଆସୁଛି।

ରାଜ୍ୟରେ ସଂକ୍ରମଣ ହାର ୨ ପ୍ରତିଶତକୁ ଖସିଛି। ଗତ ୨୪ ଘଣ୍ଟାରେ ୭୫ ହଜାର ୮୬୮ ନମୁନା ପରୀକ୍ଷା କରାଯାଇଥିବା ବେଳେ ୧୫୫୮ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଟିପିଆର ରହିଛି ୨.୦୫%। କେବଳ ଖୋର୍ଦ୍ଧା ଓ କଟକକୁ ଛାଡିଦେଲେ ଅନ୍ୟ ସବୁ ଜିଲ୍ଲାରେ ଶହେ ତଳେ ଆକ୍ରାନ୍ତଙ୍କ ସଂଖ୍ୟା ରହିଛି। ଖୋର୍ଦ୍ଧାରୁ ସର୍ବାଧିକ ୪୭୯ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

କଟକରୁ ୨୪୧, ଅନୁଗୁଳରୁ ୮୦, ବାଲେଶ୍ୱରର ୯୭,ଜଗତସିଂହପୁରରୁ ୬୭,ଯାଜପୁରରୁ ୭୮,ମୟୂରଭଂଜରୁ ୪୧,ପୁରୀରୁ ୮୨,ନୟାଗଡରୁ ୨୫ ଆକ୍ରାନ୍ତ ଚିହ୍ନଟ ହୋଇନ୍ତି। ନୂଆ ଆକ୍ରାନ୍ତଙ୍କୁ ମିଶାଇ ମୋଟ ଆକ୍ରାନ୍ତଙ୍କ ସଂଖ୍ୟର ୯ ଲକ୍ଷ ୭୫ ହଜାର ୬୯୦ରେ ପହଞ୍ଚିଛି। ସେହିପରି ଆଜି ଆଉ ୬୬ ମୃତ୍ୟୁର ହିସାବ ଦେଇଛନ୍ତି ସରକାର। ମୋଟ ମୃତ୍ୟୁ ସଂଖ୍ୟା ୫ ହଜାର ୮୩୪ରେ ପହଞ୍ଚିଛି। ସୁନ୍ଦରଗଡରୁ ସର୍ବାଧିକ ୧୧ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ କଟକରୁ ୧୦, ଖୋର୍ଦ୍ଧାରୁ ୮,ଭଦ୍ରକରୁ ୬, ଯାଜପୁରରୁ ୫, ଗଂଜାମ,ଜଗତସିଂହପୁର, ଓ ପୁରୀରୁ ୪ ଜଣ ଲେଖାଁରେ କରୋନାରେ ଆଖି ବୁଜିଛନ୍ତି। ସେହିପରି ବାଲେଶ୍ୱର, ଝାରସୁଗୁଡା, କେନ୍ଦ୍ରାପଡା, ମୟୂରଭଂଜରୁ ୨ ଜଣ ଲେଖାଁଏ,ବୌଦ୍ଧ,ଦେବଗଡ଼, ଗଜପତି,କଳାହାଣ୍ଡି,କନ୍ଧମାଳ ଓ କୋରାପୁଟରୁ ଜଣେ ଲେଖାଁଏ କରୋନାରେ ଆଖି ବୁଜିଛନ୍ତି ।

Leave A Reply

Your email address will not be published.