ପ୍ରମୁଖ ଖବର

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୭ ବିଭାଗର ୧୨୯୪ ଜଣ ନବନିଯୁକ୍ତଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିଛନ୍ତି
କଳାହାଣ୍ଡିର ଡେପୁଟି କଲେକ୍ଟର ଚିତ୍ତ ରଂଜନ ପିଲ୍ଲାଙ୍କୁ ଆଜି ରାଜ୍ୟ ସରକାର କାର୍ଯ୍ୟରୁ ନିଲମ୍ବିତ କରିଛନ୍ତି
କରୋନା ଭଳି ଲକ୍ଷଣ ଥିଲେ ରଥଯାତ୍ରା ଯିବାକୁ ମନା, ସ୍ୱାସ୍ଥ୍ୟ ବିଭାଗ
ଲଗାତର ତୃତୀୟ ଥର ରେପୋ ରେଟ କମାଇଲା ରିଜର୍ଭ ବ୍ୟାଙ୍କ
ବର୍ଷା ପୂର୍ବରୁ ହେବ ଡ୍ରେନ୍‍ ସମସ୍ୟାର ସମାଧାନ: ନଗର ଉନ୍ନୟନ ମନ୍ତ୍ରୀ
ପରଲୋକରେ ପୂର୍ବତନ ବିଧାୟକ ମହମ୍ମଦ ରଫିକ୍‌
ଯୋଗାଣ ମନ୍ତ୍ରୀଙ୍କ ଗାଡ଼ିକୁ ମୁହାଁମୁହିଁ ଧକ୍କା ଦେଲା ଟ୍ରକ୍‌
ଅଗଷ୍ଟ ୩ରେ ନିଟ୍ ପିଜି ପରୀକ୍ଷା, ମଞ୍ଜୁରୀ ଦେଲେ ସୁପ୍ରିମକୋର୍ଟ

କେରଳରେ କରୋନାର ସାଂଘାତିକ ସ୍ଥିତି

0


କରୋନା ସଂକ୍ରମଣ ତଳମୁହାଁ ନେଇ କିଛି ଦିନ ହେବ ଦେଶରୁ ଆଶ୍ୱସ୍ତି ଖବର ଆସୁଥିଲା । ସଂକ୍ରମଣ ହାର ବୃଦ୍ଧିରେ ବ୍ରେକ ଲାଗିଥିଲା । କିନ୍ତୁ ଗତ ୩ ଦିନ ହେବ ଦେଶରେ ଦୈନିକ ସଂକ୍ରମଣ ପୁଣି ବଢିଛି । ୪୦ ହଜାର ଉପରେ ରହୁଛି ଆକ୍ରାନ୍ତଙ୍କ ସଂଖ୍ୟା । ତେବେ ଚିନ୍ତାର ବିଷୟ ହେଉଛି ଦେଶରୁ ଯେତିକି ସଂକ୍ରମିତ ଚିହ୍ନଟ ହେଉଛନ୍ତି ତାର ଅଧାରୁ ଅଧିକ ହେଉଛନ୍ତି କେରଳରୁ। କେରଳରୁ କରୋନାରୁ ସାଂଘାତିକ ଚିତ୍ର ପୁଣି ଦେଖିବାକୁ ମିଳିଛି । ଦୈନିକ
ସଂକ୍ରମିତ କେରଳରୁ ୨୨ ହଜାରରୁ ଉର୍ଦ୍ଧ୍ୱ ଚିହ୍ନଟ ହେବା ସରକାରଙ୍କ ନିଦ ହଜାଇଦେଇଛି।

ଏଭଳି ସ୍ଥିତିରେ ପୁଣି ଫେରିଛି ସଂପୂର୍ଣ୍ଣ ଲକଡାଉନ । କେରଳ ସରକାର ଦୁଇଦିନ ସଂପୂର୍ଣ୍ଣ ଲକଡାଉନ ଘୋଷଣା କରିଛନ୍ତି । ଆସନ୍ତାଲି ଓ ଅଗଷ୍ଟ ୧ରେ ଦୁଇଦିନ ସଂପୂର୍ଣ୍ଣ ଲକଡାଉନ ରହିବ କେରଳ । ତେବେ ବିଶେଷଜ୍ଞ ମାନେ ଆଗକୁ ତୃତୀୟ ଲହର ଆସିବ ବୋଲି କହୁଥିବା ବେଳେ ତା ପୂର୍ବରୁ କେରଳରେ ଏଭଳି ଦୈନିକ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ଚିନ୍ତାଜନକ। ଦ୍ୱିତୀୟ ଲହର ସରିନି । ଆଗକୁ ତୃତୀୟ ଲହର ଆସିବାର ସମ୍ଭାବନା ରହିଛି । ସଂକ୍ରମଣ ସାମାନ୍ୟ କମୁଥିବାରୁ ଅନେକ ରାଜ୍ୟ ଅନଲକ ନିଷ୍ପତି ନେବାକୁ ଗଲା ବେଳେ କେରଳରେ ହଠାତ ସଂକ୍ରମଣର ବୃଦ୍ଧି ଯୋଗୁଁ ସଂପୂର୍ଣ୍ଣ ଅନଲକ କରିବାକୁ କେହି ସାହାସ
ଜୁଟାଇପାରୁନାହାନ୍ତି।

କେରଳ ସରକାର ରାଜ୍ୟରେ କରୋନାକୁ ନିୟନ୍ତ୍‌ଣ କରିବାରେ ସଫଳ ହୋଇପାରିନାହାନ୍ତି । ଦେଶରେ ଦୈନିକ ସଂକ୍ରମଣରୁ ଅଧା ହେଉଛନ୍ତି କେରଳରୁ । ବଢୁଥିବା ସଂକ୍ରମଣକୁ ଦୃଷ୍ଟିରେ ରଖି ଦୁଇଦିନିଆ ସଂପୂ୍‌ର୍ଣ ଲକଡାଉନ ଘୋଷଣା କରିଛନ୍ତି କେରଳ ସରକାର । କେରଳର ଅଧିକ ସଂକ୍ରମିତ ଜିଲ୍ଲା ହେଉଛି ମାଲାପୁରମ, ତ୍ରୁିସୁର, କୋଝିକୋଡ଼, ଏର୍ଣ୍ଣାକୁଲମ, ପାଲାକାଡ଼, କୋଲ୍ଲାମ, କାନ୍ନୁର,ଥିରୁବନନ୍ତପୁରମ ଓ କୋଟ୍ଟାୟମ । ସ୍ବାସ୍ଥ୍ୟକର୍ମୀ ମାନେ ଅଧିକରୁ ଅଧିକ ଏଠାରେ ସଂକ୍ରମିତ ହେଉଛନ୍ତି । କେରଳରେ ଆଟିଂବଡି ପରିମାଣ ମଧ୍ୟ ଜାତୀୟ ସ୍ତରରେ ସର୍ବନିମ୍ନ । ରାଜ୍ୟରେ ମାତ୍ର ୪୪.୪ ପ୍ରତିଶତ ଆଟିଂବଡି ଲୋକଙ୍କ ଦେହରେ ରହିଛି । ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଂଚଳରେ ଅଧିକରୁ ଅଧିକ ସେରୋ ସର୍ଭେ କରିବାକୁ ଆଇସିଏମଆର ପକ୍ଷରୁ କୁହାଯାଇଛି ।

କରୋନା ସ୍ଥିତି ନିୟନ୍ତ୍ରଣ ପାଇଁ କେନ୍ଦ୍ର ୬ ଜଣିଆ ଟିମ ପଠାଇଛି । କରୋନରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୩୩ ଲକ୍ଷ ଉପରେ ରହିଛି । ସୁସ୍ଥଙ୍କ ସଂଖ୍ୟା ରହିଛି ୩୧ ଲକ୍ଷ ୪ ହଜାର । । ମୃତ୍ୟୁସଂଖ୍ୟା ୧୬ ହଜାର ଉପରେ ରହିଛି । ତେବେ ଓଡିଶାରେ ମଧ୍ୟ କରୋନା ସ୍ଥିତିରେ ସାମାନ୍ୟ ସୁଧାର ଆସିଥିବା ବେଳେ ଖୋର୍ଦ୍ଧା,କଟକରେ ସଂକ୍ରମଣ କମୁନାହିଁ । । ଆସନ୍ତାକାଲି ତେଣୁ ସଂପୂର୍ଣ୍ଣ ଅନଲକ ସରକାର କରିନପାରନ୍ତି ବୋଲି ଡିଏମଇଟି କହିଛନ୍ତି । । ତେବେ
କେରଳରୁ ବଢୁଥିବା ସଂକ୍ରମଣକୁ ନେଇ ଅନ୍ୟ ରାଜ୍ୟ କଣ ଫର୍ମୂଲା ଆପଣାଇବେ ଏବେ ତା ଉପରେ ନଜର ।

Leave A Reply

Your email address will not be published.