ପ୍ରମୁଖ ଖବର

ପଶ୍ଚିମବଙ୍ଗରେ ଟିଏମସି ସାଂସଦଙ୍କ ବାପି ହଲଦରଙ୍କ ଅଫିସ ଉପରେ ଆକ୍ରମଣ
ଚେତାବନୀ ସତ୍ତ୍ୱେ କାନାଡାରେ ପୁଣି ଅଦିନିଆ ରଥଯାତ୍ରା, ଇସ୍କନକୁ ନେଇ ବଢ଼ିଲା ବିବାଦ
ମମତାଙ୍କ ବୈଠକକୁ ଆସିଲେନି ଟିଏମସିର ୬୦ ବିଧାୟକ
୩ ମାସ ମଧ୍ୟରେ ୫ ହଜାର ନର୍ସିଂ ପଦବୀ ପୂରଣ, ଖୁବ୍‌ଶୀଘ୍ର ବିଜ୍ଞପ୍ତି: ସ୍ୱାସ୍ଥ୍ୟମନ୍ତ୍ରୀ
ପୁଣି ବଢ଼ିଲା ବାଣିଜ୍ୟିକ ଏଲପିଜି ସିଲିଣ୍ଡର ଦର

ସୂର୍ଯ୍ୟମନ୍ଦିର ଖୋଲିଲା..ଶ୍ରୀମନ୍ଦିର କେବେ?

0

ଭୁବନେଶ୍ବର: ସଂକ୍ରମିତଙ୍କ ସଂଖ୍ୟା କମୁଥିବାରୁ ରାଜ୍ୟରେ ଆରମ୍ଭ ହୋଇଛି ଅନଲକ ବା ତାଲାଖୋଲା ପ୍ରକ୍ରିୟା। ଧୀରେ ଧୀରେ ଅନଲକ ମୁହାଁ ହେଉଛି ଓଡିଶା। ସରକାରଙ୍କ ନୂଆ ଗାଇଡଲାଇନ ପରେ ଆଜି ସକାଳୁ ସକାଳୁ ପାର୍କ, ମନ୍ଦିର ଓ ମଲ ଖୋଲିଛି। ସରକାର କହିଛନ୍ତି, ସଂକ୍ରମଣ ସ୍ଥିତିକୁ ଦେଖି ମନ୍ଦିର ଖୋଲିବା ନିଷ୍ପତ୍ତି ଜିଲ୍ଲା ପ୍ରଶାସନ ନେବେ। ଆଜିଠୁ ସକାଳୁ ଖୋଲିଛି କୋଣାର୍କ ସୂର୍ଯ୍ୟମନ୍ଦିର। ସ୍ୱତନ୍ତ୍ର ଏସଓପିରେ ପର୍ଯ୍ୟଟକଙ୍କୁ ପ୍ରବେଶ ପାଇଁ ଅନୁମତି ଦିଆଯାଇଛି। କରୋନା କଟକଣା ମାନି କୋଣାର୍କ ବୁଲିପାରିବେ ପର୍ଯ୍ୟଟକ।

ଦୈନିକ ୨ ହଜାର ପର୍ଯ୍ୟଟକ ସୂଯ୍ୟମନ୍ଦିର ଦର୍ଶନ କରିପାରିବେ। ଏଥିପାଇଁ ଅନଲାଇନ ଟିକେଟର ବ୍ୟବସ୍ଥା ହୋଇଛି। ଗାଇଡ଼ ଓ ଫଟୋଗ୍ରାଫରଙ୍କ ମନ୍ଦିର
ଭିତରେ ପ୍ରବେଶ ନେଇ କଟକଣା ରହିଛି। ଏଏସଆଇ ସୁପରିଟେଣ୍ଡେ ଅରୁଣ ମଲ୍ଲିକ ଏନେଇ ସୂଚନା ଦେଇଛନ୍ତି। ଏଥିସହିତ ମହାମାରୀ କରୋନା ପାଇଁ ଗତ ୩ ମାସ ପରେ ଆଜି ପର୍ଯ୍ୟଟକ ଓ ସ୍ଥାନୀୟ ଶ୍ରଦ୍ଧାଳୁ ସୂର୍ଯ୍ୟ ନାରାୟଣଙ୍କୁ ଦର୍ଶନ କରୁଛନ୍ତି।

ସେପଟେ କୋଣାର୍କ ଖୋଲିଥିବା ବେଳେ ଖୁବ ଶୀଘ୍ର କରୋନା କଟକଣା ଭିତରେ ଶ୍ରୀମନ୍ଦିର ଖୋଲିପାରେ। ଏନେଇ ଅଗଷ୍ଟ ୪ରେ ଏକ ବୈଠକ ବସିବ । ବୈଠକରେ ଶ୍ରୀମନ୍ଦିର ଖୋଲିବା ନେଇ ନିଷ୍ପତି ନିଆଯିବ। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡାକ୍ତର କ୍ରିଷନ୍ କୁମାରଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ବସିବ। ଅତି ବିଶ୍ବସ୍ତ ସୂତ୍ରରୁ ମିଳୁଥିବା ସୂଚନା ଅନୁସାରେ, ଅଗଷ୍ଟ ୧୫ ତାରିଖ ପରେ ଯେ କୌଣସି ଦିନ ଶ୍ରୀମନ୍ଦିର ଖୋଲିପାରେ। ୧୬ ତାରିଖରେ ଖୋଲିବା ସମ୍ଭାବନା ଅଧିକ ବୋଲି କୁହାଯାଉଛି। ରାଜ୍ୟ ସରକାର ମନ୍ଦିର ଖୋଲିବା ନେଇ ନିର୍ଦ୍ଦେଶ ଦେବା ପରେ ଭକ୍ତ ଏବେ ମହାପ୍ରଭୁଙ୍କ ଦର୍ଶନ ପାଇଁ ବ୍ୟାକୁଳ ହୋଇଉଠିଲେଣି। ତେବେ କିଭଳି ଦର୍ଶନ ହେବ, କେତେ ଶ୍ରଦ୍ଧାଲୁ ପ୍ରତ୍ୟହ ଦର୍ଶନ କରିବେ, ସେ ନେଇ ଏସଓପି ନିର୍ଧାରଣ ପରେ ପ୍ରଶାସନ ପଦକ୍ଷେପ ନେବ ବୋଲି ସୂଚନା ମିଳୁଛି। କୋଭିଡ କଟକଣା ଭିତରେ ସମୁଦ୍ରକୂଳରେ ଲୋକମାନେ ବୁଲିପାରିବେ ବୋଲି ଅନୁମତି ମିଳିବା ପରେ ଆଜିଠାରୁ ପୁରୀ ପୁଣି ଥରେ ଚଳଚଞ୍ଚଳ ହେବ ବୋଲି ଆଶା କରାଯାଉଛି।

ସେହିପରି ଆସନ୍ତାକାଲିଠାରୁ ସମ୍ବଲପୁରର ସମସ୍ତ ଧର୍ମାନୁଷ୍ଠାନ ଓ ସମଲେଶ୍ୱରୀ ମନ୍ଦିର ଖୋଲିବ। କାଲିଠାରୁ ମା’ ସମଲେଶ୍ୱରୀଙ୍କୁ ଦର୍ଶନ କରିପାରିବେ ଶ୍ରଦ୍ଧାଳୁ। କେବଳ ମନ୍ଦିର ବିଶୋଧନ ଓ ରକ୍ଷଣାବେକ୍ଷଣ ଲାଗି ସୋମବାର ଧର୍ମାନୁଷ୍ଠାନ ଗୁଡିକ ବନ୍ଦ ରହିବ।

ସେହିଭଳି ଆସନ୍ତା ୫ ତାରିଖରୁ କୋଭିଡ କଟକଣା ଭିତରେ ଖୋଲିବ ଭିତରକନିକା ଅଭୟାରଣ୍ୟ। ହେଲେ ଅଭୟାରାଣ୍ୟରେ ରାତ୍ରିଯାପନ କରିପାରିବେନି
ପର୍ଯ୍ୟଟକ। ଡାଙ୍ଗମାଳ, ଖେଳା ଓ ଗୁପ୍ତି ଦେଇ ଭିତରକନିକା ଯିବେ ପର୍ଯ୍ୟଟକ।

Leave A Reply

Your email address will not be published.