ପ୍ରମୁଖ ଖବର

ୟୁଜିସି-ନେଟ୍ ପରୀକ୍ଷା ତାରିଖରେ ପରିବର୍ତ୍ତନ: ଏବେ ୟୁଜିସି-ନେଟ୍ ପରୀକ୍ଷା ଜୁନ୍ ୧୬ ରବିବାର ପରିବର୍ତ୍ତେ ଜୁନ ୧୮ ମଙ୍ଗଳବାର ଦିନ ଅନୁଷ୍ଠିତ ହେବ
ୟୁଜିସି ମୁଖ୍ୟ ଜଗଦୀଶ କୁମାର ମାଇକ୍ରୋବ୍ଲଗିଂ ସାଇଟ୍ ‘ଏକ୍ସ’ରେ ଏ ନେଇ ସୂଚନା ଦେଇଛନ୍ତି
ଇସ୍ତଫା ଦେବା ଖବରକୁ ନୀତେଶ ଗଙ୍ଗଦେବଙ୍କ ଖଣ୍ଡନ, ଫେସବୁକ୍ ଆଇଡି ହ୍ୟାକ୍ ହେଇଥିବା ନେଇ ଦେଲେ ସୂଚନା
୧୦% କର୍ମଚାରୀଙ୍କୁ ଛଟେଇ କରିବ ଓଲା, ଇସ୍ତଫା ଦେଲେ ସିଇଓ ହେମନ୍ତ ବକ୍ସି
ଆସନ୍ତାକାଲି ହିଞ୍ଜିଳି ଏବଂ ଆସନ୍ତା ୨ତାରିଖରେ କଣ୍ଟାବାଞ୍ଜି ବିଧାନସଭା ଆସନ ପାଇଁ ନିଜର ନାମାଙ୍କନ ପତ୍ର ଦାଖଲ କରିବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ
୪୪.୮ ଡିଗ୍ରୀ ସହ ବାରିପଦା ସବୁଠୁ ଉତ୍ତପ୍ତ ସହର, ଆହୁରି ୪ରୁ ୫ ଦିନ ପର୍ଯ୍ୟନ୍ତ ଜାରି ରହିବ ଗ୍ରୀଷ୍ମ ଲହରୀ

ସୁନା ପୁଅ ଉପରେ ଧନ ବର୍ଷା

0

ଟୋକିଓ ଅଲିମ୍ପିକ୍ସରେ ନିରଜ ଚୋପ୍ରା ସ୍ୱର୍ଣ୍ଣପଦକ ଜିତିବା ପରେ ଏବେ ସବୁଆଡୁ ଛୁଟୁଛି ପ୍ରଶଂସାର ସୁଅ । ପ୍ରଶଂସା ସହ ସୁନା ପୁଅ ଉପରେ ହେଉଛି ଟଙ୍କା ବର୍ଷା ।
ବିଭିନ୍ନ ରାଜ୍ୟ ଓ ସଂସ୍ଥା ନିରଜଙ୍କ ଉପରେ ଧନ ବର୍ଷା କରିଛନ୍ତି । ନିଜ ଘରୋଇ ରାଜ୍ୟ ହରିଆଣା ସରକାର ୬ କୋଟି ଦେବାକୁ ଘାଷଣା କରିଥିବା ବେଳେ ଏକ କ୍ଲାସ ୱାନ ଚାକିରି ପାଇଁ ମଧ୍ୟ ଘୋଷଣା କରିଛନ୍ତି । ସେହିପରି ପଞ୍ଜାବ ସରକାର ୨ କୋଟି ଦେବାକୁ ଘୋଷଣା କରିଛନ୍ତି । ନିରଜ ତାଙ୍କ ଜୀବନର ଅଧିକାଂଶ ତାଲିମ ପଞ୍ଜାବର ପଟିଆଲାରେ ନେଇଛନ୍ତି । ମଣିପୁର ସରକାର ଏକ କୋଟି,ବିସିସିଆଇ ଏକ କୋଟି,ଚେନ୍ନାଇ ସୁପରକିଙ୍ଗସ ଏକ କୋଟି ଏବଂ ଲର୍ଣ୍ଣିଂ ଆପ ବାଇଜୁସ ଦୁଇ କୋଟି ଦେବାକୁ ଘୋଷଣା କରିଛନ୍ତି ।
ବିମାନ ଚଳାଚଳ ସଂସ୍ଥା ଇଣ୍ଡିଗୋ ମଧ୍ୟ ନିରଜଙ୍କୁ ଏକ ବର୍ଷ ପାଇଁ ବିମାନ ଚଳାଚଳ ଯାତ୍ରା ମାଗଣାରେ ଦେବାକୁ ଘୋଷଣା କରିଛି । ଚଳିତ ବର୍ଷ ଅଗଷ୍ଟ ୮ରୁ ଆସନ୍ତା ବର୍ଷ ୭ ଅଗଷ୍‌ଟ ଯାଏଁ ନିରଜଙ୍କ ପାଇଁ ସ୍ପେଶାଲ ସ୍କିମ କରିବ ଇଣ୍ଡିଗୋ । ମହିନ୍ଦ୍ରା ଗ୍ରୁପ ଅଧ୍ୟକ୍ଷ ଆନନ୍ଦ ମହିନ୍ଦ୍ରା ମଧ୍ୟ ମହିନ୍ଦ୍ରା ଏକ୍ସୟୁଭି ୭୦୦ ଦେବାକୁ ଘୋଷଣା କରିଛନ୍ତି । ଜଣେ ୟୁଜର ମହିନ୍ଦ୍ରା ଚେୟାରମ୍ୟାନଙ୍କୁ ଏକ୍ସୟୁଭି ୭୦୦ କାର ଦିଅନ୍ତୁ ବୋଲି ଟ୍ୟାଗ କରିଥିଲେ । ଯାହାର ଉତରରେ ଆନନ୍ଦ ଲେଖିଥିଲେ ଏହା ମୋ ସୌଭାଗ୍ୟ ଓ ସମ୍ମାନ ହେବ ।
ନିରଜ ଚୋପ୍ରା ଟୋକିଓ ଅଲିମ୍ପିକ୍ସରେ ଜାଭେଲିନ ଥ୍ରୋରେ ସ୍ୱର୍ଣ୍ଣ ଜିତି ଭାରତ ପାଇଁ ଇତିହାସ ରିଚିଛନ୍ତି । ନିଜର ସର୍ବଶ୍ରେଷ୍ଠ୍ର ପ୍ରଦର୍ଶନ ଦେଇ ସୁନା ଜିତି ସେ ଭାରତର
ନାଁକୁ ଶୀର୍ଷରେ ପହଞ୍ଚାଇ ଦେଇଛନ୍ତି ।

Leave A Reply

Your email address will not be published.