ଅଗଷ୍ଟ ପହିଲାରୁ ରାଜ୍ୟରେ କୋଭିଡ କଟକଣା କୋହଳ ହେବା ପରେ ଧୀରେ ଧୀରେ ଅନଲକ ମୁହାଁ ହେଉଛି ଓଡିଶା । ଖୋଲୁଛି ମଲ, ମନ୍ଦିର, ସିନେମା ହଲ ଏବଂ
ଶିକ୍ଷାନୁଷ୍ଠାନ । ଧୀରେ ଧୀରେ ଶିକ୍ଷାନୁଷ୍ଠାନ ଖୋଲାଯାଇ ଅଫଲାଇନ ପାଠପଢା ଆରମ୍ଭ କରାଯାଉଛି । ଆସନ୍ତାକାଲିଠୁ ଖୋଲିବ ରାଜ୍ୟର ସମସ୍ତ ବୈଷୟିକ ଶିକ୍ଷାନୁଷ୍ଠାନ । ଆଇଟିଆଇ, ପଲିଟେକନିକ୍ ଶିକ୍ଷାନୁଷ୍ଠାନ ମଧ୍ୟ ଖୋଲିବ । ବୈଷୟିକ ଶିକ୍ଷାର ଶେଷ ପାଇଁ ବୈଷୟିକ ଶିକ୍ଷାନୁଷ୍ଠାନ ଖୋଲିବ । କୋଭିଡ ଗାଇଡଲାଇନ ମାନି ଶେଷ ବର୍ଷ
ଛାତ୍ରଛାତ୍ରୀ ପାଠ ପଢିବେ । ପ୍ରାଥମିକ ସ୍ତରରେ କେବେଳ ଶେଷ ବର୍ଷ ଖୋଲିବା ପାଇଁ ନିଷ୍ପତି ନିଆଯାଇଛି । କ୍ଲାସ କଲା ବେଳେ କୋଭିଡ ଗାଇଡଲାଇନ ମାନିବ ବାଧ୍ୟ । ବାକି କ୍ଲାସ ପାଇଁ କୋଭିଡ ସ୍ଥିତି ଦେଖି ପରବର୍ତୀ ସମୟରେ ନିଷ୍ପତି ନିଆଯିବ ବୋଲି କହିଛନ୍ତି ବୈଷୟିକ ଶିକ୍ଷା ଦକ୍ଷତା ଓ ବିକାଶ ମନ୍ତ୍ରୀ ପ୍ରେମାନନ୍ଦ ନାୟକ । ମାସ୍କ ଓ ସାନିଟାଇଜର ବ୍ୟବହାର ସହ ସାମାଜିକ ଦୂରତା ଉପରେ ଗୁରୁତ୍ୱ ଦିଆଯିବ । ଯଦି କୌଣସି ଶିକ୍ଷାନୁଷ୍ଠାନ କୋଭିଡ ନିୟମ ଉଂଲଘନ କରନ୍ତି ତେବେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ । ବୋଲି ବୈଷୟିକ ଶିକ୍ଷା ଦକ୍ଷତା ଓ ବିକାଶ ମନ୍ତ୍ରୀ ପ୍ରେମାନନ୍ଦ ନାୟକ ଏନେଇ ସୂଚନା ଦେଇଛନ୍ତି ।
ପ୍ରମୁଖ ଖବର
ଯନ୍ତରମନ୍ତର ବିବାଦରେ ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ, କେନ୍ଦ୍ର ଓ ଦିଲ୍ଲୀ ପୁଲିସକୁ ନୋଟିସ୍
ନଭେମ୍ବର ୧ରୁ କଲର ଆଇଡି ବାଧ୍ୟତାମୂଳକ, ଅଜଣା ନମ୍ବରରୁ କଲ୍ ଆସିଲେ ବି ଦେଖାଯିବ ନାଁ
ପାକିସ୍ତାନରେ ହୃଦୟବିଦାରକ ଦୁର୍ଘଟଣା: ସ୍କୁଲ୍ ଛାତ ଭୁଶୁଡ଼ି ୨୯ ମୃତ
କାଉଣ୍ଟର ଟିକେଟ୍ରେ ବୀମା ବାଧ୍ୟତାମୂଳକ, ରେଳବାଇକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ