ଅଗଷ୍ଟ ପହିଲାରୁ ରାଜ୍ୟରେ କୋଭିଡ କଟକଣା କୋହଳ ହେବା ପରେ ଧୀରେ ଧୀରେ ଅନଲକ ମୁହାଁ ହେଉଛି ଓଡିଶା । ଖୋଲୁଛି ମଲ, ମନ୍ଦିର, ସିନେମା ହଲ ଏବଂ
ଶିକ୍ଷାନୁଷ୍ଠାନ । ଧୀରେ ଧୀରେ ଶିକ୍ଷାନୁଷ୍ଠାନ ଖୋଲାଯାଇ ଅଫଲାଇନ ପାଠପଢା ଆରମ୍ଭ କରାଯାଉଛି । ଆସନ୍ତାକାଲିଠୁ ଖୋଲିବ ରାଜ୍ୟର ସମସ୍ତ ବୈଷୟିକ ଶିକ୍ଷାନୁଷ୍ଠାନ । ଆଇଟିଆଇ, ପଲିଟେକନିକ୍ ଶିକ୍ଷାନୁଷ୍ଠାନ ମଧ୍ୟ ଖୋଲିବ । ବୈଷୟିକ ଶିକ୍ଷାର ଶେଷ ପାଇଁ ବୈଷୟିକ ଶିକ୍ଷାନୁଷ୍ଠାନ ଖୋଲିବ । କୋଭିଡ ଗାଇଡଲାଇନ ମାନି ଶେଷ ବର୍ଷ
ଛାତ୍ରଛାତ୍ରୀ ପାଠ ପଢିବେ । ପ୍ରାଥମିକ ସ୍ତରରେ କେବେଳ ଶେଷ ବର୍ଷ ଖୋଲିବା ପାଇଁ ନିଷ୍ପତି ନିଆଯାଇଛି । କ୍ଲାସ କଲା ବେଳେ କୋଭିଡ ଗାଇଡଲାଇନ ମାନିବ ବାଧ୍ୟ । ବାକି କ୍ଲାସ ପାଇଁ କୋଭିଡ ସ୍ଥିତି ଦେଖି ପରବର୍ତୀ ସମୟରେ ନିଷ୍ପତି ନିଆଯିବ ବୋଲି କହିଛନ୍ତି ବୈଷୟିକ ଶିକ୍ଷା ଦକ୍ଷତା ଓ ବିକାଶ ମନ୍ତ୍ରୀ ପ୍ରେମାନନ୍ଦ ନାୟକ । ମାସ୍କ ଓ ସାନିଟାଇଜର ବ୍ୟବହାର ସହ ସାମାଜିକ ଦୂରତା ଉପରେ ଗୁରୁତ୍ୱ ଦିଆଯିବ । ଯଦି କୌଣସି ଶିକ୍ଷାନୁଷ୍ଠାନ କୋଭିଡ ନିୟମ ଉଂଲଘନ କରନ୍ତି ତେବେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ । ବୋଲି ବୈଷୟିକ ଶିକ୍ଷା ଦକ୍ଷତା ଓ ବିକାଶ ମନ୍ତ୍ରୀ ପ୍ରେମାନନ୍ଦ ନାୟକ ଏନେଇ ସୂଚନା ଦେଇଛନ୍ତି ।
ପ୍ରମୁଖ ଖବର
୪୧୦୫ ଅଭିଯୋଗର ସମାଧାନ, ଆସୁଛି ‘ସ୍ପେଶାଲ କ୍ୟାମ୍ପେନ୍ ୬.୦’
କଏଦୀଙ୍କୁ ଅନାବଶ୍ୟକ ମାଡ଼ ମନା, ଜେଲ୍ ୱାର୍ଡେନ୍ଙ୍କୁ ହାଇକୋର୍ଟଙ୍କ ଚେତାବନୀ
ଜମ୍ମୁ-କଶ୍ମୀରକୁ ପୂର୍ଣ୍ଣ ରାଜ୍ୟ ମାନ୍ୟତା ଦାବି ପ୍ରସ୍ତାବ ପାରିତ
ଫାସ୍ଟ୍ୟାଗ୍ ବାର୍ଷିକ ପାସ୍ ବ୍ୟବହାରକାରୀ ୧ କୋଟି ଟପିଲେ
ଷଷ୍ଠ ଶ୍ରେଣୀ ପାଇଁ ବି ତୃତୀୟ ଭାଷାରେ ରିହାତି, ସିବିଏସ୍ଇକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ
ଏନ୍ଡିଏକୁ ଯିବୁନି, ଯିଏ ଆସିବାକୁ ଚାହୁଁଛି ଆମ ସହ ଆସୁ: ଶରଦ ପାୱାର
୧୦ ବର୍ଷରେ ତମାଖୁଜାତ ଦ୍ରବ୍ୟରୁ ୭୩୪୬ କୋଟି ଟିକସ ଆଦାୟ
ୟୁପିଆଇ ଚାର୍ଜକୁ ନେଇ ସୁପ୍ରିମକୋର୍ଟଙ୍କ ବଡ଼ ମତ
ଏଆଇ ଉପରେ ଲାଗୁ ହେଉ ନିୟନ୍ତ୍ରଣ, ନଚେତ ଭୟଙ୍କର ପରିଣାମ: ବିଲ୍ ଗେଟ୍ସ
ପଞ୍ଚମ ଦିନରେ ବି ଥମିଲାନି ଖଣି ଆଇନ ତାତି, ହଟ୍ଟଗୋଳରେ ଗୃହ ମୁଲତବୀ