ପ୍ରମୁଖ ଖବର

ଶୁଭେନ୍ଦୁ ଅଧିକାରୀଙ୍କ ପିଏ ହତ୍ୟାକାଣ୍ଡ: ଶାର୍ପ ସୁଟର ସହ ୩ ଗିରଫ
ମୁଖ୍ୟମନ୍ତ୍ରୀ ହେବା ପରେ ତ୍ରିଚି ଆସନ ଛାଡିଲେ ବିଜୟ
ମୁମ୍ବଇ-ପୁଣେ ଏକ୍ସପ୍ରେସୱେରେ ସୁପ୍ରିୟା ସୁଲେଙ୍କ କାର୍‌କୁ ଧକ୍କା, ଅଳ୍ପକେ ବର୍ତ୍ତିଲେ ସାଂସଦ
ଜୁଲାଇ ୧ରୁ ଲାଗୁ ହେବ ‘ଭିବି-ଜିରାମ-ଜି’ ଆଇନ
ମୋଦୀଙ୍କ ଦେଶବାସୀଙ୍କୁ ଆହ୍ୱାନ:‘ଗୋଟିଏ ବର୍ଷ ‘ସୁନା କିଣନ୍ତୁ ନାହିଁ,ୱାର୍କ ଫ୍ରମ୍ ହୋମ୍‌ କରନ୍ତୁ -ଇନ୍ଧନ ସଞ୍ଚୟ କରନ୍ତୁ’

କାଲିଠୁ ଖୋଲିବ ବୈଷୟିକ ଶିକ୍ଷାନୁଷ୍ଠାନ

0

ଅଗଷ୍ଟ ପହିଲାରୁ ରାଜ୍ୟରେ କୋଭିଡ କଟକଣା କୋହଳ ହେବା ପରେ ଧୀରେ ଧୀରେ ଅନଲକ ମୁହାଁ ହେଉଛି ଓଡିଶା । ଖୋଲୁଛି ମଲ, ମନ୍ଦିର, ସିନେମା ହଲ ଏବଂ
ଶିକ୍ଷାନୁଷ୍‌ଠାନ । ଧୀରେ ଧୀରେ ଶିକ୍ଷାନୁଷ୍ଠାନ ଖୋଲାଯାଇ ଅଫଲାଇନ ପାଠପଢା ଆରମ୍ଭ କରାଯାଉଛି । ଆସନ୍ତାକାଲିଠୁ ଖୋଲିବ ରାଜ୍ୟର ସମସ୍ତ ବୈଷୟିକ ଶିକ୍ଷାନୁଷ୍ଠାନ । ଆଇଟିଆଇ, ପଲିଟେକନିକ୍ ଶିକ୍ଷାନୁଷ୍ଠାନ ମଧ୍ୟ ଖୋଲିବ । ବୈଷୟିକ ଶିକ୍ଷାର ଶେଷ ପାଇଁ ବୈଷୟିକ ଶିକ୍ଷାନୁଷ୍ଠାନ ଖୋଲିବ । କୋଭିଡ ଗାଇଡଲାଇନ ମାନି ଶେଷ ବର୍ଷ
ଛାତ୍ରଛାତ୍ରୀ ପାଠ ପଢିବେ । ପ୍ରାଥମିକ ସ୍ତରରେ କେବେଳ ଶେଷ ବର୍ଷ ଖୋଲିବା ପାଇଁ ନିଷ୍ପତି ନିଆଯାଇଛି । କ୍ଲାସ କଲା ବେଳେ କୋଭିଡ ଗାଇଡଲାଇନ ମାନିବ ବାଧ୍ୟ । ବାକି କ୍ଲାସ ପାଇଁ କୋଭିଡ ସ୍ଥିତି ଦେଖି ପରବର୍ତୀ ସମୟରେ ନିଷ୍ପତି ନିଆଯିବ ବୋଲି କହିଛନ୍ତି ବୈଷୟିକ ଶିକ୍ଷା ଦକ୍ଷତା ଓ ବିକାଶ ମନ୍ତ୍ରୀ ପ୍ରେମାନନ୍ଦ ନାୟକ । ମାସ୍କ ଓ ସାନିଟାଇଜର ବ୍ୟବହାର ସହ ସାମାଜିକ ଦୂରତା ଉପରେ ଗୁରୁତ୍ୱ ଦିଆଯିବ । ଯଦି କୌଣସି ଶିକ୍ଷାନୁଷ୍ଠାନ କୋଭିଡ ନିୟମ ଉଂଲଘନ କରନ୍ତି ତେବେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ । ବୋଲି ବୈଷୟିକ ଶିକ୍ଷା ଦକ୍ଷତା ଓ ବିକାଶ ମନ୍ତ୍ରୀ ପ୍ରେମାନନ୍ଦ ନାୟକ ଏନେଇ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.