ପ୍ରମୁଖ ଖବର

୪୧୦୫ ଅଭିଯୋଗର ସମାଧାନ, ଆସୁଛି ‘ସ୍ପେଶାଲ କ୍ୟାମ୍ପେନ୍ ୬.୦’
କଏଦୀଙ୍କୁ ଅନାବଶ୍ୟକ ମାଡ଼ ମନା, ଜେଲ୍‌ ୱାର୍ଡେନ୍‌ଙ୍କୁ ହାଇକୋର୍ଟଙ୍କ ଚେତାବନୀ
ଜମ୍ମୁ-କଶ୍ମୀରକୁ ପୂର୍ଣ୍ଣ ରାଜ୍ୟ ମାନ୍ୟତା ଦାବି ପ୍ରସ୍ତାବ ପାରିତ
ଫାସ୍‌ଟ୍ୟାଗ୍ ବାର୍ଷିକ ପାସ୍ ବ୍ୟବହାରକାରୀ ୧ କୋଟି ଟପିଲେ
ଷଷ୍ଠ ଶ୍ରେଣୀ ପାଇଁ ବି ତୃତୀୟ ଭାଷାରେ ରିହାତି, ସିବିଏସ୍‌ଇକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ
ଏନ୍‌ଡିଏକୁ ଯିବୁନି, ଯିଏ ଆସିବାକୁ ଚାହୁଁଛି ଆମ ସହ ଆସୁ: ଶରଦ ପାୱାର
୧୦ ବର୍ଷରେ ତମାଖୁଜାତ ଦ୍ରବ୍ୟରୁ ୭୩୪୬ କୋଟି ଟିକସ ଆଦାୟ
ୟୁପିଆଇ ଚାର୍ଜକୁ ନେଇ ସୁପ୍ରିମକୋର୍ଟଙ୍କ ବଡ଼ ମତ
ଏଆଇ ଉପରେ ଲାଗୁ ହେଉ ନିୟନ୍ତ୍ରଣ, ନଚେତ ଭୟଙ୍କର ପରିଣାମ: ବିଲ୍ ଗେଟ୍ସ
ପଞ୍ଚମ ଦିନରେ ବି ଥମିଲାନି ଖଣି ଆଇନ ତାତି, ହଟ୍ଟଗୋଳରେ ଗୃହ ମୁଲତବୀ

କଟକ ବଡ଼ ମେଡିକାଲରେ ବିରଳ ଘଟଣା

0

ଓଡିଶାରେ ଚିକିତ୍ସା ଇତିହାସରେ ଏକ ବିରଳ ଘଟଣା ଘଟିଛି । ଏକା ସାଙ୍ଗେ ୪ଟି ଶିଶୁ କନ୍ୟାକୁ ଜନ୍ମଦେଇଛନ୍ତି ଜଣେ ମହିଳା । ଏସସିବିରେ ଡାକ୍ତରଙ୍କ ଚେଷ୍ଟାରେ ସୁରକ୍ଷିତ ଭାବେ ୪ ସନ୍ତାନଙ୍କୁ ଜନ୍ମ ଦେଇଛନ୍ତି ମହିଳା । ଉଭୟ ମା ଓ କନ୍ୟା ସନ୍ତାନଙ୍କର ସ୍ୱାସ୍ଥ୍ୟବସ୍ଥା ଭଲ ଥିବା କୁହାଯାଇଛି । ଭଞ୍ଜନଗର ଶରଣକୁଳର ଜଣେ ମହିଳାଙ୍କ ଗର୍ଭରେ ଚାରି ଶିଶୁ ରହିଥିଲେ । ମାତ୍ର ଆର୍ଥିକ ଅଭାବରୁ ସେ ତାଙ୍କ ଚିକିତ୍ସା କରାଇପାରୁନଥିଲେ ।ପ୍ରସୂତିଙ୍କର ମଧ୍ୟ ରକ୍ତହୀନତା,ଥାଲାସେମିଆ,ଜଣ୍ଡିସ ଭଳି ଅନେକ ରୋଗ ଥିଲା । ଘଟଣା ସଂପର୍କରେ ଜାଣିବା ପରେ ଅଭିନେତା ସବ୍ୟସାଚୀ ସହଯୋଗର ହାତ ବଢାଇଥିଲେ । ମହିଳା ଗର୍ଭବତୀ ଥିବାରୁ ତାଙ୍କ ୁ ସ୍ଥାନୀୟ ହସ୍ପିଟାଲକୁ ପ୍ରଥମେ ନିଆଯାଇଥିଲା । ହେଲେ ସ୍ୱାସ୍ଥ୍ୟବସ୍ଥା ଗୁରୁତର ଥିବାରୁ ତାଙ୍କୁ ସବ୍ୟସାଚୀ ଏସସିବିରେ ଭର୍ତି କରାଇଥିଲେ । ଏସସିବିରେ ସ୍ତ୍ରୀ ଓ ପ୍ରସୂତି ବିଭାଗ ମୁଖ୍ୟ ଡାକ୍ତର ତୁଷାର କରଙ୍କ ନେତୃତ୍ୱରେ ଏକ
ଟିମ ଗଠନ କରାଯାଇ ତାଙ୍କର ପ୍ରସବ କରାଇଥିଲେ । ଡାକ୍ତରଙ୍କ ପ୍ରଚେଷ୍ଟାରେ ମହିଳା ଜଣଙ୍କ ୪ଟି ଶୁଶୁ କନ୍ୟାକୁ ଜନ୍ମ ଦେଇଥିଲେ । ସମସ୍ତ ଶିଶୁଙ୍କ ଓଜନ କମ ରହିଛି । ନବଜାତକଙ୍କୁ ପ୍ରସୂତି ବିଭାଗର ଆଇସିୟୁରେ ଚିକିତ୍ସା କରାଯାଉଛି ଉଭୟ ମା ଓ କନ୍ୟା ସନ୍ତାନଙ୍କର ସ୍ୱାସ୍ଥ୍ୟବସ୍ଥା ଭଲ ଥିବା କୁହାଯାଇଛି । ସର୍ବସାଚୀ ଏନେଇ ଡାକ୍ତରୀ ଟିମକୁ ସୋସିଆଲ ମିଡିଆରେ ଧନ୍ୟବାଦ ଦେବା ସହ ମୁଁ ମାମୁଁ ହୋଇଗଲି ବୋଲି ଲେଖି ନିଜର ଖୁସି ବ୍ୟକ୍ତ କରିଛନ୍ତି ।

Leave A Reply

Your email address will not be published.