ଖୋଲିଛି କେନ୍ଦୁଝରର ମା’ ତାରିଣୀ ମନ୍ଦିର । ଆଜିଠୁ ମା’ଙ୍କୁ ଦର୍ଶନ କରିପାରିବେ ଭକ୍ତ । କଟକଣା ଅନୁଯାୟୀ ଭକ୍ତ ମାନେ ବ୍ୟାରିକେଡ ମଧ୍ୟରେ ମା’ଙ୍କୁ ଦର୍ଶନ କରିପାରିବେ । ଭୋଗ ଓ ଦୀପ ମନ୍ଦିର ଭିତରକୁ ନେଇପାରିବେନି । ସେହିପରି ମନ୍ଦିର ଭିତରକୁ ଏକାଥରକେ ୫ ଜଣରୁ ଅଧିକ ଭକ୍ତ ପ୍ରବେଶ କରିପାରିବେ ନାହିଁ । ସମସ୍ତ ଶ୍ରଦ୍ଧାଳୁ ମାସ୍କ ପିନ୍ଧିବାସହ ସାମାଜିକ ଦୂରତା ରକ୍ଷା କରିବା ଉପରେ ଗୁରୁତ୍ୱ ଦିଆଯିବ ।ଦୈନିକ ଦୁଇଟି ପର୍ଯ୍ୟାୟରେ ଭକ୍ତମାନେ ମା’ଙ୍କୁ ଦର୍ଶନ କରିବେ । ସକାଳ ୭.୩୦ରୁ ୧୨.୩୦ ଏବଂ ଦ୍ୱିତୀୟ ପର୍ଯ୍ୟାୟରେ ଅପରାହ୍ନ ୪ଟାରୁ ୭ଟା ଯାଏ ଭକ୍ତଙ୍କୁ ଦର୍ଶନ ସୁଯୋଗ ମିଳିବ । ମନ୍ଦିର ମଧ୍ୟକୁ ୧୦ ବର୍ଷରୁ କମ ପିଲା ଓ ୬୫ ବର୍ଷରୁ ଅଧିକ ବୟସର ବ୍ୟକ୍ତିଙ୍କ ପ୍ରବେଶ ଉପରେ କଟକଣା ଲଗାଯାଇଛି ।ସେହିପରି କୋଭିଡ କଟକଣା ମଧ୍ୟରେ ଆସନ୍ତା ୨୩ରୁ ଭୁବନେଶ୍ୱର ମହାନଗର ନିଗମ ଅ ଳର ସମସ୍ତ ଧର୍ମାନୁଷ୍ଠାନ ଖୋଲିବ । । ୨୩ରୁ ଭୁବନେଶ୍ୱରରେ ସମସ୍ତ ମସଜିଦ, ଚର୍ଚ୍ଚ, ଗୁରୁଦ୍ୱାର ଖୋଲିବାକୁ ଅନୁମତି ଦିଆଯାଇଛି । ହେଲେ ଏକାଥରକେ ୨୫ରୁ ଅଧିକ ଭକ୍ତଙ୍କୁ ଭିତରକୁ ଛଡାଯିବନି । ତେବେ ଲିଙ୍ଗରାଜ ମନ୍ଦିର ଖୋଲିବା ନେଇ ମନ୍ଦିର ପ୍ରଶାସନ ଚୂଡାନ୍ତ ନିଷ୍ପତି ନେବ । ତେବେ ମନ୍ଦିର ଖୋଲିଲେ କୌଣସି ଭକ୍ତ ଭୋଗ ନେଇ ମନ୍ଦିର ଭିତରକୁ ଯାଇପାରିବେ ନାହିଁ କି ଗର୍ଭଗୃହ ଭିତରେ ପ୍ରବେଶ କରିପାରିବେ ନାହିଁ ।
ପ୍ରମୁଖ ଖବର
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୭ ବିଭାଗର ୧୨୯୪ ଜଣ ନବନିଯୁକ୍ତଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିଛନ୍ତି
କଳାହାଣ୍ଡିର ଡେପୁଟି କଲେକ୍ଟର ଚିତ୍ତ ରଂଜନ ପିଲ୍ଲାଙ୍କୁ ଆଜି ରାଜ୍ୟ ସରକାର କାର୍ଯ୍ୟରୁ ନିଲମ୍ବିତ କରିଛନ୍ତି
କରୋନା ଭଳି ଲକ୍ଷଣ ଥିଲେ ରଥଯାତ୍ରା ଯିବାକୁ ମନା, ସ୍ୱାସ୍ଥ୍ୟ ବିଭାଗ
ଲଗାତର ତୃତୀୟ ଥର ରେପୋ ରେଟ କମାଇଲା ରିଜର୍ଭ ବ୍ୟାଙ୍କ
ବର୍ଷା ପୂର୍ବରୁ ହେବ ଡ୍ରେନ୍ ସମସ୍ୟାର ସମାଧାନ: ନଗର ଉନ୍ନୟନ ମନ୍ତ୍ରୀ
ପରଲୋକରେ ପୂର୍ବତନ ବିଧାୟକ ମହମ୍ମଦ ରଫିକ୍
ଯୋଗାଣ ମନ୍ତ୍ରୀଙ୍କ ଗାଡ଼ିକୁ ମୁହାଁମୁହିଁ ଧକ୍କା ଦେଲା ଟ୍ରକ୍
ଅଗଷ୍ଟ ୩ରେ ନିଟ୍ ପିଜି ପରୀକ୍ଷା, ମଞ୍ଜୁରୀ ଦେଲେ ସୁପ୍ରିମକୋର୍ଟ