ରେଡ ଆଲର୍ଟରେ ଭୁବନେଶ୍ୱର ବିମାନବନ୍ଦର । ଦିଲ୍ଲୀ ବିମାନବନ୍ଦରକୁ ବିସ୍ପୋରଣରେ ଉଡାଇଦେବାକୁ ଆତଙ୍କବାଦୀ ଧମକ ମିଳିବା ପରେ ଭୁବନେଶ୍ୱର ବିମାନବନ୍ଦରରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ଆସନ୍ତା ୧୦ ଦିନ ପାଇଁ ଭୁବନେଶ୍ୱର ବିମାନବନ୍ଦରରେ ରେଡ ଆଲର୍ଟ ଜାରି କରାଯାଇଛି । ଦିଲ୍ଲୀ ବିମାନବନ୍ଦରକୁ ଆତଙ୍କବାଦୀଙ୍କ ଧମକ ଆସିବ ପରେ ବଢିଲା କଡ଼ା ସୁରକ୍ଷା । ଭୁବନେଶ୍ୱର ବିମାନବନ୍ଦରର ସୁରକ୍ଷା ବ୍ୟବସ୍ଥାର ପରିସୀମାକୁ ବଢାଯିବ । ସମସ୍ତ ଯାତ୍ରୀଙ୍କୁ ଭଲ ଭାବେ ଯା କରି ଛଡାଯିବ । ଯେହେତୁ ଧମକ ଆସିଛି ସଜାଗ ରହିବା ଜରୁରୀ ବୋଲି ଭୁବନେଶ୍ୱର ବିମାନ ବନ୍ଦର ନିର୍ଦ୍ଦେଶକ କହିଛନ୍ତି । ସ୍ୱାଧୀନତା ଦିବସ ପାଇଁ ସୁରକ୍ଷା ବ୍ୟବସ୍ଥାକୁ ଆହୁରି କଡାକଡି କରାଯିବ । ସୁରକ୍ଷା ବ୍ୟବସ୍ଥା ପାଇଁ ରାଜ୍ୟ ପୁଲିସର ସହଯୋଗ ନିଆଯିବ ବୋଲି କହିଛନ୍ତି ଭୁବନେଶ୍ୱର ବିମାନ ବନ୍ଦର ନିର୍ଦ୍ଦେଶକ । ଗତ କିଛି ଦିନ ତଳେ ଆତଙ୍କବାଦୀ ସଂଗଠନ ଅଲକାଏଦା ଦ୍ୱାରା ଦିଲ୍ଲୀ ପୁଲିସକୁ ଏକ ଇମେଲ ଆସିଥିଲା । ଯେଉଁଥିରେ ଆଗାମୀ ୩ ଦିନ ମଧ୍ୟରେ ଦିଲ୍ଲୀ ବିମାନବନ୍ଦରକୁ ବମରେ ଉଡାଇଦେବାକୁ ଧମକ ଦିଆଯାଇଛି । ଏହି ଇମେଲ ପାଇବା ପରେ ସବୁଆଡେ ସୁରକ୍ଷା ବ୍ୟବସ୍ଥା ବଢାଇଦେଇଛି ଦିଲ୍ଲୀ ପୁଲିସ । ଅଲକାଏଦାର ଏହି ମେଲ ପାଇବା ପରେ ବିମାନ ବନ୍ଦରରେ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି । ସମସ୍ତ ସୁରକ୍ଷା ଏଜେନ୍ସିଙ୍କୁ ଆଲର୍ଟ କରାଯଇଛି ା ଶନିବାର ସନ୍ଧ୍ୟା ୫ଟା ୪୫ ମିନିଟରେ ଏକ ମେଲ ଆସିଥିଲା । ଏଥରେ ଲେଖାଯାଇଥିଲା କରଣବୀର ସୁରି ଓରଫ ମହମ୍ମଦ ଜଲାଲ ଓ ପତ୍ନୀ ଶୈଳୀ ଶାରଦା ଓରଫ ହସିନା ରବିବାର ଦିନ ସିଙ୍ଗାପୁରରୁ ଭାରତ ଆସୁଛନ୍ତି । ଏବଂ ୩ ଦିନ ମଧ୍ୟରେ ଇନ୍ଦିରାଗାନ୍ଧୀ ଆନ୍ତର୍ଜାତୀୟ ବିମାନ ବନ୍ଦର ଉପରେ ଆକ୍ରମଣ କରିବାକୁ ଯୋଜନା କରୁଛନ୍ତି ।
ପ୍ରମୁଖ ଖବର
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୭ ବିଭାଗର ୧୨୯୪ ଜଣ ନବନିଯୁକ୍ତଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିଛନ୍ତି
କଳାହାଣ୍ଡିର ଡେପୁଟି କଲେକ୍ଟର ଚିତ୍ତ ରଂଜନ ପିଲ୍ଲାଙ୍କୁ ଆଜି ରାଜ୍ୟ ସରକାର କାର୍ଯ୍ୟରୁ ନିଲମ୍ବିତ କରିଛନ୍ତି
କରୋନା ଭଳି ଲକ୍ଷଣ ଥିଲେ ରଥଯାତ୍ରା ଯିବାକୁ ମନା, ସ୍ୱାସ୍ଥ୍ୟ ବିଭାଗ
ଲଗାତର ତୃତୀୟ ଥର ରେପୋ ରେଟ କମାଇଲା ରିଜର୍ଭ ବ୍ୟାଙ୍କ
ବର୍ଷା ପୂର୍ବରୁ ହେବ ଡ୍ରେନ୍ ସମସ୍ୟାର ସମାଧାନ: ନଗର ଉନ୍ନୟନ ମନ୍ତ୍ରୀ
ପରଲୋକରେ ପୂର୍ବତନ ବିଧାୟକ ମହମ୍ମଦ ରଫିକ୍
ଯୋଗାଣ ମନ୍ତ୍ରୀଙ୍କ ଗାଡ଼ିକୁ ମୁହାଁମୁହିଁ ଧକ୍କା ଦେଲା ଟ୍ରକ୍
ଅଗଷ୍ଟ ୩ରେ ନିଟ୍ ପିଜି ପରୀକ୍ଷା, ମଞ୍ଜୁରୀ ଦେଲେ ସୁପ୍ରିମକୋର୍ଟ