ପ୍ରମୁଖ ଖବର

ବନ୍ଧୁକ ଦେଖାଇ ଜୁଏଲାରୀ ମାଲିକଙ୍କଠୁ ଝାମ୍ପିନେଲେ ୪ କୋଟି ଟଙ୍କାର ଅଳଙ୍କାର
ବିଲ୍ ମଞ୍ଜୁରୀ ନେଇ ରାଷ୍ଟ୍ରପତି ଓ ରାଜ୍ୟପାଳଙ୍କ ଲାଗି ରହିବ ନାହିଁ ସମୟ ସୀମା : ସୁପ୍ରିମକୋର୍ଟ
ଅନିଲ୍ ଅମ୍ବାନୀଙ୍କୁ ଇଡି ଝଟକା: ଭୁବନେଶ୍ବରର ସମେତ ଏକାଧିକ ସ୍ଥାନରେ ସମ୍ପତ୍ତି ଆଟାଚ୍
ନୂଆପଡା ବିଧାୟକ ଭାବେ ଶପଥ ନେଲେ ଜୟ ଢ଼ୋଲକିଆ
ପୋଲିସ ସୁରକ୍ଷା ହଟାଇବାକୁ ପୀତବାସ ପଣ୍ଡାଙ୍କ ପତ୍ନୀଙ୍କ ଅନୁରୋଧ
ମୁଖ୍ୟମନ୍ତ୍ରୀ ଭାବେ ନେଲେ ଶପଥ ନୀତୀଶ କୁମାର

ହୃଦୟ ଜିତିଲେ ପୱନଦୀପ

0

ସୋନି ଟିଭିରେ ପ୍ରସାରିତ ସବୁଠାରୁ ଲୋକପ୍ରିୟ ସଙ୍ଗୀତ ଭିତ୍ତିକ କାର୍ଯ୍ୟକ୍ରମ ଇଣ୍ଡିଆନ ଆଇଡଲ ସିଜିନ ୧୨ର ବିଜେତା ହୋଇଛନ୍ତି ପୱନଦୀପ ରାଜନ। ସମସ୍ତଙ୍କୁ ପଛରେ ପକାଇ ବିଜୟ ମୁକୁଟ ପିନ୍ଧିଛନ୍ତି ପୱନଦୀପ। ସେହିପରି ପ୍ରଥମ ଓ ଦ୍ୱିତୀୟ ରନର୍ସ ଅପ ହୋଇଛନ୍ତି ଅରୁଣିତା କାଞ୍ଜିଲାଲ ଓ ସାୟଲି କମ୍ବଲେ।

ପୱନଦୀପ ରାଜନଙ୍କୁ ଇଣ୍ଡିଆନ ଆଇଡଲ ଟ୍ରଫି ସହ ୨୫ ଲକ୍ଷ ଟଙ୍କାର ପୁରସ୍କାର ଦିଆଯାଇଛି । ଏହା ସହ ଏକ ମାରୁତୀ ସୁଇଫ୍ଟ କାର ଦିଆଯାଇଛି। ସେହିପରି ଅରୁଣିତା କାଞ୍ଜିଲାଲ ଓ ସାୟଲି କମ୍ବଲେଙ୍କୁ ୫ ଲକ୍ଷ ଟଙ୍କାର ପୁରସ୍କାର ମିଳିଛି। ପ୍ରଥମ ଥର ପାଇଁ ଏହି ସିଜିନରେ ଫାଇନାଲରେ ୬ ଜଣଙ୍କ ବଦଳରେ ୬ ଜଣ ପ୍ରତିଯୋଗୀଙ୍କୁ ଦେଖିବାକୁ ମିଳିଥିଲା। ଚତୁର୍ଥ ସ୍ଥାନରେ ମହମ୍ମଦ ଦାନିସ, ପଞ୍ଚମ ସ୍ଥରନା ନିହାଲ ଓ ଷଷ୍ଠ ସ୍ଥାନରେ ସନମୁଖ ପ୍ରିୟା ରହିଥିଲେ।

ପ୍ରଥମ ଥର ପାଇଁ ଇଣ୍ଡିଆନ ଆଇଡଲର ଫାଇନାଲ ଏପିସୋଡ ୧୨ ଘଣ୍ଟା ଧରି ଚାଲିଥିଲା। ବହୁ ବଡ ବଡ କଳାକାର,ସଂଗୀତଜ୍ଞଙ୍କୁ ମଧ୍ୟ ଫାଇନାଲରେ ଦେଖିବାକୁ ମିଳିଥିଲା। ପୱନଦୀପ ୱିନର ହେବା ପରେ କହିଛନ୍ତି ଯେ, ଏହା ତାଙ୍କ ପାଇଁ ଏକ ବଡ଼ ସମ୍ମାନ। ଏ ଟ୍ରଫି ତାଙ୍କର ନୁହେଁ, ନିର୍ମାତାଙ୍କ ଠାରୁ ଆରମ୍ଭ କରି ବିଚାରକ, ପ୍ରଶିକ୍ଷକ, ସହଯୋଗୀ ସମସ୍ତଙ୍କର ବୋଲି କହିଥିଲେ। ତାଙ୍କୁ ଏତେ ସଂଖ୍ୟାରେ ଭୋଟ ଦେଇ ଜିତେଇଥିବା ଦର୍ଶକଙ୍କୁ ମଧ୍ୟ ସେ ଧନ୍ୟବାଦ ଦେଇଥିଲେ।

ଏହା ପୂର୍ବରୁ ପୱନଦୀପ ୨୦୧୫ ମ୍ୟୁଜିକ ରିୟଲିଟି ସୋ ‘ଦ ଭଏସ ଅଫ ଇଣ୍ଡିଆର’ ବିଜେତା ହୋଇଥିଲେ ।୨୦୨୦ ନଭେମ୍ବର ୨୮ରେ ୧୫ ଜଣ ପ୍ରତିଯୋଗୀଙ୍କୁ ନେଇ ଆରମ୍ଭ ହୋଇଥିବା ଏହି ରିୟଲିଟି ସୋ ଗତକାଲି ସ୍ୱାଧୀନତା ଦିବସରେ ଶେଷ ହୋଇଛି।

Leave A Reply

Your email address will not be published.