ପ୍ରମୁଖ ଖବର

ଓଡିଶା, ଗୁଜୁରାଟ, ସୌରାଷ୍ଟ୍ର, ପଶ୍ଚିମ ମଧ୍ୟପ୍ରଦେଶ, ମଧ୍ୟ ମହାରାଷ୍ଟ୍ର ଏବଂ କୋଙ୍କନ ଅତ୍ୟନ୍ତ ଭାରି ବର୍ଷା ସମ୍ଭାବନା
୨୦ସେମିରୁ ଅଧିକ ବର୍ଷା ସମ୍ଭାବନା ନେଇ ରେଡ ଓ୍ବାର୍ଣ୍ଣିଂ ଜାରି
ସକ୍ରିୟ ସ୍ପଷ୍ଟ-ଚିହ୍ନିତ ଲଘୁଚାପ କ୍ଷେତ୍ର ପ୍ରଭାବରେ କରାଯାଇଛି ବଡ଼ ବର୍ଷାର ପୂର୍ବାନୁମାନ
୮ ଯାଏଁ ବର୍ଷା: ୯ ଜିଲ୍ଲାକୁ ରେଡ୍‌ ଆଲର୍ଟ, ଦକ୍ଷିଣ ଓ ଆଭ୍ୟନ୍ତରୀଣ ଓଡ଼ିଶାକୁ ବିପଦ
ଓମ୍‌ସା ସହିତ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ବୈଠକ ପରେ ନିଷ୍ପତ୍ତି; ଡାକ୍ତର ଆନ୍ଦୋଳନ ସ୍ଥଗିତ
ଭୁବନେଶ୍ୱର ବାଣୀବିହାର ଅଞ୍ଚଳରେ ଡ୍ରେନ୍‌ରେ ଭାସି ଯାଇ ଯୁବକ ନିଖୋଜ
ଚଳଚ୍ଚିତ୍ର ଓ ଓଟିଟି କଣ୍ଟେଣ୍ଟ ପାଇରେସି ଉପରେ କଟକଣା ଲଗାଇବାକୁ ଟେଲିଗ୍ରାମକୁ ନିର୍ଦ୍ଦେଶ
ମମତାଙ୍କୁ ଝଟକା: ବରିଷ୍ଠ ନେତ୍ରୀ ଚନ୍ଦ୍ରିମା ଭଟ୍ଟାଚାର୍ଯ୍ୟ ତୃଣମୂଳର ରାଜ୍ୟ ସଭାପତି ପଦ ସମେତ ଦଳର ସମସ୍ତ ପଦବୀରୁ ଦେଲେ ଇସ୍ତଫା
ଅଧିକ ଦାମ ନେଲେ ଫାର୍ମା କମ୍ପାନୀଙ୍କ ବିରୋଧରେ କଡ଼ା ଆକ୍ସନ
ଥାନା କ୍ୱାର୍ଟର୍ସରୁ ମହିଳା ଆଇଆଇସିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
ସେ ଆତ୍ମହତ୍ୟା କରିଥିବା ସୂଚନା ମିଳୁଛି
ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି
ମୁଖ୍ୟମନ୍ତ୍ରୀ ବିଜୟଙ୍କୁ ନେଇ ବିବାଦୀୟ ମନ୍ତବ୍ୟ: ଡିଏମକେ ବିଧାୟକ ଅନିତା ରାଧାକୃଷ୍ଣନ ଗିରଫ
ରାଜଧାନୀ ବୁଦ୍ଧବିହାର ରାସ୍ତାରେ ଗୋଷ୍ଠୀ ସଂଘର୍ଷ ମାମଲାରେ ବଡ଼ କାର୍ଯ୍ୟାନୁଷ୍ଠାନ
୧୦ ଅଭିଯୁକ୍ତଙ୍କୁ ଗିରଫ କଲା କମିସନରେଟ୍ ପୁଲିସ
ଶୁକ୍ରବାର ରାତିରେ ଖଣ୍ଡା, ଭୁଜାଲି ବୁଲାଇବା ସହ ଟେକାପଥର ଫିଙ୍ଗାଫିଙ୍ଗି ହୋଇଥିଲେ
ରଥଯାତ୍ରାଙ୍କୁ ଶୃଙ୍ଖଳିତ କରିବା ପାଇଁ ବରିଷ୍ଠ ପୁଲିସ ଅଧିକାରୀଙ୍କ ସହିତ ଡିଜିଙ୍କ ସ୍ଥିତି ସମୀକ୍ଷା
ଏଥର ମୁତୟନ ହେବେ ୧୨ହଜାର ପୁଲିସ
୩୦୦୦ ହୋମ୍‌ଗାର୍ଡଙ୍କୁ ମଧ୍ୟ ରଥଯାତ୍ରା ସମୟରେ ମୁତୟନ କରାଯିବ

କାଲି ଆସୁଛନ୍ତି ହକି ଦଳ… କଣ ଖାଇବେ, କେଉଁଠି ରହିବେ?

0


ଟୋକିଓ ଅଲିମ୍ପିକ୍ସରେ ଦମଦାର ପ୍ରଦର୍ଶନ ପରେ ଆସନ୍ତାକାଲି ଓଡିଶା ଆସୁଛନ୍ତି ଭାରତୀୟ ହକି ଟିମ। ଉଭୟ ମହିଳା ଓ ପୁରୁଷ ହକି ଦଳ ଭୁବନେଶ୍ୱରରେ ବିମାନବନ୍ଦରରେ ଦିନ ୧୧ଟାରେ ପହଞ୍ଚିବେ। ବିମାନବନ୍ଦରରେ ଖେଳାଳିଙ୍କୁ ସ୍ୱାଗତ ନେଇ ବ୍ୟାପକ ପ୍ରସ୍ତୁତି କରାଯାଇଛି। ବିମାନବନ୍ଦର ରାସ୍ତାରେ ମଧ୍ୟ ହକି ଖେଳାଳିଙ୍କ ବଡ ବଡ ପୋଷ୍ଟର ଲଗାଯାଇଛି । ଅଲିମ୍ପିକ୍ସରେ ପୁରୁଷ ହକି ଦଳ ବ୍ରୋଞ୍ଜ ପଦକ ଜିତିବା ଏବଂ ମହିଳା ହକି ଦଳର ଦମଦାର ପ୍ରଦର୍ଶନ ପରେ ଉଭୟ ଟିମର ଖେଳାଳିଙ୍କୁ ଓଡିଶା ଆସିବାକୁ ଆମନ୍ତ୍ରଣ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ଅପରାହ୍ନରେ ଉଭୟ ଦଳର ଖେଳାଳି ମୁଖ୍ୟମନ୍ତ୍ରୀଙ୍କୁ ଭେଟିବେ। ମୁଖ୍ୟମନ୍ତ୍ରୀ ଭାରତୀୟ ପୁରୁଷ ଓ ମହିଳା ହକି ଦଳର ଖେଳାଳିଙ୍କୁ ସମ୍ବର୍ଧିତ କରିବେ। ଖେଳାଳିଙ୍କ ରହଣି ପାଇଁ ହୋଟେଲ ସ୍ୟାଣ୍ଡି ଟାୱାରରେ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି। ଖେଳାଳିଙ୍କ ପାଇଁ ସକାଳ ଜଳିଖିଆଠୁ ଆରମ୍ଭ କରି ରାତ୍ରି ଭୋଜନ ପର୍ଯ୍ୟନ୍ତ କଣ କଣ ଖାଇବେ ତାର ମେନ୍ୟୁ ପ୍ରସ୍ତୁତ କରାଯାଇଛି।

()ସକାଳ ଜଳଖିଆରେ (ଫଳ ଜୁସ୍‌, ମିଲ୍କ ସେକ,କର୍ଣ୍ଣଫ୍ଲେକ୍ସ,ପରଟା, ଇଡଲି, ବରା,ଦୋସା,ଉପମା, ସିଝା ଅଣ୍ଡା)ରହିଛି।

()ମଧ୍ୟାହ୍ନ ଭୋଜନରେ ନିରାମିଷଙ୍କ ପାଇଁ(ସୁଫିଆନା ପନିର ଟିକା,କ୍ରିସ୍ପି କର୍ଣ୍ଣ କବାବ,ମେଥି କର୍ଣ୍ଣ ପନିର ପଲକ,ଡାଲ ଫ୍ରାଏ, ଚିଲି ମସରୁମ ବେବି କର୍ଣ୍ଣ,ଛେନା ପୋଡ, ରସଗୁଲା, ଗୁଲାବ ଜାମୁନ ଆଇସକ୍ରିମ) ରହିଛି। ସେହିପରି ଆମିଷରେ ( ତନ୍ଦୁରୀ ଚିକେନ, ଫିସ ଫିଙ୍ଗର, ମଟନ ଦମ ବିରିୟାନୀ, ବଟର ଚିକେନ, ପେପର ଗାର୍ଲିକ ଫିସ,ମଟନ କୁରମା) ମେନ୍ୟୁରେ ରହିଛି।

() ସେହିପରି ରାତ୍ରି ଭୋଜନରେ ନିରାମିଷଙ୍କ ପାଇଁ ( ପନିର ପଞ୍ଜାବ ମସାଲା, ମେଥି ମଲାଇ ମଟର, ଡାଲ ମଖନୀ, ମସରୁମ ବେବି କର୍ଣ୍ଣ, ଚିଲି ଗାର୍ଲିକ ନୁଡୁଲ) ରହିଛି। ଆମିଷରେ ମେନ୍ୟୁ ରହିଛି(ମଟନ କଷା ଚକୁଳି, ଚିଲି ପ୍ରନ୍‌, ଫିସ ହଟ ଗାର୍ଲିକ ସସ)।

ଟୋକିଓ ଅଲିମ୍ପିକ୍ସରେ ଜବରଦସ୍ତ ପ୍ରଦର୍ଶନ କରି ଭାରତୀୟ ହକି ଦଳ କୋଟି କୋଟି ଭାରତୀୟଙ୍କ ହୃଦୟ ଜିତିନେଇଛନ୍ତି। ପୁରୁଷ ହକି ଦଳ ବ୍ରୋଞ୍ଜ ପଦକ ଜିତି ଇତିହାସ ରଚିଛନ୍ତି । ସେହିପରି ମହିଳା ହକି ଦଳ ମଧ୍ୟ ପ୍ରଥମ ଥର ପାଇଁ ସେମିଫାଇନାଲରେ ପ୍ରବେଶ କରିଥିଲେ। ବ୍ରୋଞ୍ଜ ପଦକ ପାଇବାରୁ ଅଳ୍ପକେ ବଞ୍ଚିତ ହୋଇଥିଲେ ମଧ୍ୟ ଲଢୁଆ ପ୍ରଦର୍ଶନ ପାଇଁ ସମସ୍ତ ମନ ଜିତିନେଇଥିଲେ ମହିଳା ଦଳ।

Leave A Reply

Your email address will not be published.