ପ୍ରମୁଖ ଖବର

ବିଜେପିରେ ଯୋଗ ଦେଲେ ଭର୍ତ୍ତୃହରି ମହତାବ
ଶିବସେନା ସିନ୍ଦେ ଗୋଷ୍ଠୀରେ ସାମିଲ ହେଲେ ବଲିଉଡ୍ ତାରକା ଗୋବିନ୍ଦା
ପଦ୍ମ ଧରିଲେ ଅଭିନେତା ତଥା ବ୍ରହ୍ମପୁରର ପୂର୍ବତନ ସାଂସଦ ସିଦ୍ଧାନ୍ତ ମହାପାତ୍ର

କାଲି ଆସୁଛନ୍ତି ହକି ଦଳ… କଣ ଖାଇବେ, କେଉଁଠି ରହିବେ?

0


ଟୋକିଓ ଅଲିମ୍ପିକ୍ସରେ ଦମଦାର ପ୍ରଦର୍ଶନ ପରେ ଆସନ୍ତାକାଲି ଓଡିଶା ଆସୁଛନ୍ତି ଭାରତୀୟ ହକି ଟିମ। ଉଭୟ ମହିଳା ଓ ପୁରୁଷ ହକି ଦଳ ଭୁବନେଶ୍ୱରରେ ବିମାନବନ୍ଦରରେ ଦିନ ୧୧ଟାରେ ପହଞ୍ଚିବେ। ବିମାନବନ୍ଦରରେ ଖେଳାଳିଙ୍କୁ ସ୍ୱାଗତ ନେଇ ବ୍ୟାପକ ପ୍ରସ୍ତୁତି କରାଯାଇଛି। ବିମାନବନ୍ଦର ରାସ୍ତାରେ ମଧ୍ୟ ହକି ଖେଳାଳିଙ୍କ ବଡ ବଡ ପୋଷ୍ଟର ଲଗାଯାଇଛି । ଅଲିମ୍ପିକ୍ସରେ ପୁରୁଷ ହକି ଦଳ ବ୍ରୋଞ୍ଜ ପଦକ ଜିତିବା ଏବଂ ମହିଳା ହକି ଦଳର ଦମଦାର ପ୍ରଦର୍ଶନ ପରେ ଉଭୟ ଟିମର ଖେଳାଳିଙ୍କୁ ଓଡିଶା ଆସିବାକୁ ଆମନ୍ତ୍ରଣ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ଅପରାହ୍ନରେ ଉଭୟ ଦଳର ଖେଳାଳି ମୁଖ୍ୟମନ୍ତ୍ରୀଙ୍କୁ ଭେଟିବେ। ମୁଖ୍ୟମନ୍ତ୍ରୀ ଭାରତୀୟ ପୁରୁଷ ଓ ମହିଳା ହକି ଦଳର ଖେଳାଳିଙ୍କୁ ସମ୍ବର୍ଧିତ କରିବେ। ଖେଳାଳିଙ୍କ ରହଣି ପାଇଁ ହୋଟେଲ ସ୍ୟାଣ୍ଡି ଟାୱାରରେ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି। ଖେଳାଳିଙ୍କ ପାଇଁ ସକାଳ ଜଳିଖିଆଠୁ ଆରମ୍ଭ କରି ରାତ୍ରି ଭୋଜନ ପର୍ଯ୍ୟନ୍ତ କଣ କଣ ଖାଇବେ ତାର ମେନ୍ୟୁ ପ୍ରସ୍ତୁତ କରାଯାଇଛି।

()ସକାଳ ଜଳଖିଆରେ (ଫଳ ଜୁସ୍‌, ମିଲ୍କ ସେକ,କର୍ଣ୍ଣଫ୍ଲେକ୍ସ,ପରଟା, ଇଡଲି, ବରା,ଦୋସା,ଉପମା, ସିଝା ଅଣ୍ଡା)ରହିଛି।

()ମଧ୍ୟାହ୍ନ ଭୋଜନରେ ନିରାମିଷଙ୍କ ପାଇଁ(ସୁଫିଆନା ପନିର ଟିକା,କ୍ରିସ୍ପି କର୍ଣ୍ଣ କବାବ,ମେଥି କର୍ଣ୍ଣ ପନିର ପଲକ,ଡାଲ ଫ୍ରାଏ, ଚିଲି ମସରୁମ ବେବି କର୍ଣ୍ଣ,ଛେନା ପୋଡ, ରସଗୁଲା, ଗୁଲାବ ଜାମୁନ ଆଇସକ୍ରିମ) ରହିଛି। ସେହିପରି ଆମିଷରେ ( ତନ୍ଦୁରୀ ଚିକେନ, ଫିସ ଫିଙ୍ଗର, ମଟନ ଦମ ବିରିୟାନୀ, ବଟର ଚିକେନ, ପେପର ଗାର୍ଲିକ ଫିସ,ମଟନ କୁରମା) ମେନ୍ୟୁରେ ରହିଛି।

() ସେହିପରି ରାତ୍ରି ଭୋଜନରେ ନିରାମିଷଙ୍କ ପାଇଁ ( ପନିର ପଞ୍ଜାବ ମସାଲା, ମେଥି ମଲାଇ ମଟର, ଡାଲ ମଖନୀ, ମସରୁମ ବେବି କର୍ଣ୍ଣ, ଚିଲି ଗାର୍ଲିକ ନୁଡୁଲ) ରହିଛି। ଆମିଷରେ ମେନ୍ୟୁ ରହିଛି(ମଟନ କଷା ଚକୁଳି, ଚିଲି ପ୍ରନ୍‌, ଫିସ ହଟ ଗାର୍ଲିକ ସସ)।

ଟୋକିଓ ଅଲିମ୍ପିକ୍ସରେ ଜବରଦସ୍ତ ପ୍ରଦର୍ଶନ କରି ଭାରତୀୟ ହକି ଦଳ କୋଟି କୋଟି ଭାରତୀୟଙ୍କ ହୃଦୟ ଜିତିନେଇଛନ୍ତି। ପୁରୁଷ ହକି ଦଳ ବ୍ରୋଞ୍ଜ ପଦକ ଜିତି ଇତିହାସ ରଚିଛନ୍ତି । ସେହିପରି ମହିଳା ହକି ଦଳ ମଧ୍ୟ ପ୍ରଥମ ଥର ପାଇଁ ସେମିଫାଇନାଲରେ ପ୍ରବେଶ କରିଥିଲେ। ବ୍ରୋଞ୍ଜ ପଦକ ପାଇବାରୁ ଅଳ୍ପକେ ବଞ୍ଚିତ ହୋଇଥିଲେ ମଧ୍ୟ ଲଢୁଆ ପ୍ରଦର୍ଶନ ପାଇଁ ସମସ୍ତ ମନ ଜିତିନେଇଥିଲେ ମହିଳା ଦଳ।

Leave A Reply

Your email address will not be published.