ପ୍ରମୁଖ ଖବର

ଡାକସେବାରେ ବଡ଼ ପରିବର୍ତ୍ତନ: ଅପ୍‌ଗ୍ରେଡ୍ ହେଲା ‘ଡାକ ମିତ୍ର’ ଓ ‘ଡାକ ସେବା’ ଆପ୍‌
ଶିକ୍ଷକ ଦିବସରେ ୨୧ ଉଚ୍ଚଶିକ୍ଷା ଶିକ୍ଷକଙ୍କୁ ଜାତୀୟ ପୁରସ୍କାର ଦେବେ ରାଷ୍ଟ୍ରପତି
ପ୍ରତି ପରିବାରକୁ ବର୍ଷକୁ ୩ ମାଗଣା ଏଲ୍‌ପିଜି ସିଲିଣ୍ଡର, ବିଜୟଙ୍କ ବଡ଼ ଘୋଷଣା
ଇମ୍ରାନଙ୍କ ଚିକିତ୍ସା ପାଇଁ ଏକାଠି ହେଲେ ୨୧ ଜଣ ପୂର୍ବତନ ଅନ୍ତର୍ଜାତୀୟ କ୍ୟାପ୍‌ଟେନ
ପିଆଜ ଦର ନିୟନ୍ତ୍ରଣ ପାଇଁ ସରକାରଙ୍କ ପଦକ୍ଷେପ, ଆଜିଠୁ ଚାଲିବ ‘କାନ୍ଦା ଏକ୍ସପ୍ରେସ’
ଅମରାବତୀ ହସ୍ପିଟାଲ ଏନଆଇସିୟୁରେ ଅଗ୍ନିକାଣ୍ଡ, ୩ ନବଜାତଙ୍କ ମୃତ୍ୟୁ
ଡିଜିଟାଲ ହେବ ଡାକ୍ତରୀ ପ୍ରେସ୍‌କ୍ରିପସନ୍‌, ଲାଗୁ ହେବ ‘ୱାନ୍‌ ନେସନ, ୱାନ୍‌ ହେଲ୍‌ଥ’

ବିନା ବାଦ୍ୟଯନ୍ତ୍ରରେ ଗୀତ

0

ଭୁବନେଶ୍ବର: ଓଡ଼ିଆ ମାନଙ୍କ ମଉଡମଣି ତଥା ଗର୍ବ ଓ ଗୌରବ ହେଉଛନ୍ତି ଜଗନ୍ନାଥ। ଓଡ଼ିଆଙ୍କ ପରିଚୟ ହେଉଛି ଶ୍ରୀମନ୍ଦିର। ତେବେ ତରଂଗ ଟିଭିରେ ପ୍ରସାରିତ ହେବାକୁ ଥିବା ଐତିହାସିକ ଧାରାବାହିକ ଶ୍ରୀମନ୍ଦିରର ଶୀର୍ଷକ ଗୀତରେ ଏକ ପରୀକ୍ଷା କରିଛନ୍ତି ସଙ୍ଗୀତ ନିର୍ଦେଶକ ପ୍ରେମାନନ୍ଦ l ସବୁଠୁ ରୋଚକ କଥା ହେଲାକି, ଏଥିରେ କୌଣସି ପ୍ରକାର ବାଦ୍ୟ ଯନ୍ତ୍ରର ବ୍ୟବହାର କରାଯାଇନାହିଁ l ଗାୟକ ଗାୟିକାମାନଙ୍କର କଣ୍ଠସ୍ଵର ଓ ତାଳି କୁ ବ୍ୟବହାର କରି ସମ୍ପୂର୍ଣ୍ଣ ଗୀତଟି ପ୍ରସ୍ତୁତ କରାଯାଇଛି l

ଶ୍ରୀମନ୍ଦିର ର ଶୀର୍ଷକ ଗୀତର ଆଉ ଏକ ବିଶେଷତ୍ୱ ହେଲା ଏଥିରେ କଣ୍ଠଦାନ କରିଛନ୍ତି ଓଡିଶାର ଆଗଧାଡିର ୧୫ ଜଣ କଣ୍ଠଶିଳ୍ପୀ l ସେମାନେ ହେଲେ
ଶ୍ରୀଚରଣ ମହାନ୍ତି ,ଆଶୁତୋଷ ମହାନ୍ତି ,ବିଶ୍ୱଜିତ ମହାପାତ୍ର, ଗୌତ୍ତମ ଗିରି, ବିଷ୍ନୁ ମୋହନ କବି,ଅଭିଜିତ ମିଶ୍ର, ଶଶାଙ୍କ ଶେଖର, ସତ୍ୟଜିତ ପ୍ରଧାନ, ଦେବାଶିଷ ମିଶ୍ର, ଦୀପ୍ତିରେଖା ପାଢ଼ୀ, ସୋହିନୀ ମିଶ୍ର, ଲୋପାମୁଦ୍ରା ଦାସ,ଅର୍ପିତା ଚୌଧୁରୀ, ରୋଜାଲିନ ସାହୁ, ସମୀକ୍ଷା ମିଶ୍ର |

“ଜଗନ୍ନାଥ ଆମର ପରିଚୟ ଓ ଶ୍ରୀ ମନ୍ଦିର ଆମର ଗର୍ବ l ସମ୍ପୂର୍ଣ୍ଣ ନହେଲେ ନାହିଁ, ଶ୍ରୀମନ୍ଦିର ଶୀର୍ଷକ ଗୀତ ରୁ ଶବ୍ଦ ଟିଏ ବି ଗାଇବାର ସୁଯୋଗ ମିଳିଛି ତାହା ଆମ ପାଇଁ ମହାପ୍ରସାଦ ଭଳି “-ଏକଥା କୁହନ୍ତି ଏଥିରେ କଣ୍ଠ ଦାନ କରିଥିବା ଗାୟକ ଗାୟିକା ମାନେ l

ଏ ଗୀତର ଗୀତିକାର ଦେବୀଦତ୍ତ ମହାନ୍ତି ଗବେଷକ ସୁରେନ୍ଦ୍ର ମିଶ୍ର, କ୍ରିଏଟିଭ ହେଡ୍ ରଞ୍ଜନ ସତପଥୀ, ପ୍ରବଚକ ଶରଣାବିନ୍ଦଙ୍କ ସହ ଶ୍ରୀମନ୍ଦିର ସାମ୍ନାରେ ସାରା ରାତି ଆସର ରେ ବସି ସେ ଗୀତ ଟି ଲେଖୁଥିବା ଓ ପ୍ରେମ୍ ଆନନ୍ଦ ସ୍ଵର କରୁଥିବା ବେଳର ସେ ସୁନ୍ଦର ଅନୁଭବ କୁ ଜୀବନରେ କେବେ ଭୁଲି ପାରିବେନି ବୋଲି କୁହନ୍ତି ଦେବୀଦତ୍ତ ମହାନ୍ତି।

ପ୍ରକାଶ ଥାଉକି, ଓଡିଶା ର କିଛି ଐତିହାସିକ ଗଳ୍ପ କୁ ନେଇ ତରଂଗ ଟିଭି ଓ ତରଙ୍ଗ ପ୍ଲସ୍ ପାଇଁ ପ୍ରସ୍ତୁତ କରାଯାଉଛି ଏହି ଶ୍ରୀ ମନ୍ଦିର ଧାରାବାହିକ l ପ୍ରଥମ ସିରିଜ୍ ରେ ପ୍ରଦର୍ଶିତ ହେବାକୁ ଥିବା କାଞ୍ଚି ବିଜୟ ଗଳ୍ପରେ ବୁଦ୍ଧାଦିତ୍ୟ ମହାନ୍ତି ଓ ଜାଗୃତି ରଥ ଙ୍କୁ ଗଜପତି ପୁରୁଷୋତ୍ତମ ଦେବ ଓ ପଦ୍ମାବତୀ ଚରିତ୍ରରେ ଦେଖିବାକୁ ମିଳିବ।

Leave A Reply

Your email address will not be published.