ପ୍ରମୁଖ ଖବର

ବାଲେଶ୍ୱର ମିଶନ ଶକ୍ତି କାଫେରେ ଅଗ୍ନିକାଣ୍ଡ: ଜିଲ୍ଲାପାଳଙ୍କ ଅଫିସ କାର୍ଯ୍ୟାଳୟରେ ଥିବା ମିଶନ ଶକ୍ତି କାଫେର ରୋଷେଇ ଘରେ ଭୟାବହ ଅଗ୍ନିକାଣ୍ଡ
ରଘୁନାଥପାଲି, ବୀରମିତ୍ରପୁର, ବଣାଇରେ ପାଣ୍ଡିଆନଙ୍କ ମାରାଥନ ପ୍ରଚାର
ସମ୍ବଲପୁରର ବୀର ସୁରେନ୍ଦ୍ର ସାଏ ଷ୍ଟାଡିୟମରେ କ୍ରୀଡ଼ାବିତମାନଙ୍କୁ ଭେଟିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
ଆସନ୍ତାକାଲି ଦେଶରେ ଚତୁର୍ଥ ପର୍ଯ୍ୟୟ ଭୋଟ ଗ୍ରହଣ ଓ ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ, ୪ଟି ସଂସଦୀୟ କ୍ଷେତ୍ର ଓ ୨୮ ବିଧାନସଭା ନିର୍ବାଚନ ମଣ୍ଡଳିରେ ଭୋଟ ଗ୍ରହଣ ହେବ

ଗର୍ଜିଲା ବିଜେଡି: ଚାଷୀ ହତାଶ; ବୀମା କଂପାନି ଲାଲେଲାଲ୍

0

ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରି ବିଜେଡିର ସାମ୍ବାଦିକ ସମ୍ମିଳନୀ

ଭୁବନେଶ୍ବର: ସେ ବରଗଡ ହେଉ କି ସମ୍ବଲପୁର। ସୋନପୁର, ଦେବଗଡ, ବଲାଙ୍ଗୀର, କଳାହାଣ୍ଡି ଅଥବା ନୂଆପଡା। ଲକ୍ଷ ଲକ୍ଷ ଚାଷୀ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ନାକେଦମ ହେଉଛନ୍ତି। ବୀମା ବାବାଦ ପ୍ରିମିୟମ୍ ନେଇଯାଉଛନ୍ତି, ଅଥଚ ଚାଷୀଙ୍କୁ କ୍ଷତିପୂରଣ ଦେବା ବେଳକୁ କୁ୍ନ୍ଥକୁନ୍ଥ। କୋଟି କୋଟି ଟଙ୍କା ବୀମା କଂପାନି ରୋଜଗାର କରୁଛନ୍ତି, ଚାଷୀ ହତାଶ।

ଆଜି ବିଜୁ ଜନତା ଦଳ ଏଭଳି ଏକ ସଙ୍ଗିନ ଅଭିଯୋଗ ଆଣି କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛି। ବିଜେଡି ମୁଖପାତ୍ର ଡ. ସସ୍ମିତ ପାତ୍ର ଆଜି ଦଳୀୟ କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀ କରି ଏହି ଯୋଜନା ପଛର ବଡ଼ କେଳେଙ୍କାରୀକୁ ସାମ୍ନାକୁ ଆଣିବାକୁ ଚେଷ୍ଟା କରିଛନ୍ତି।

ଡ. ପାତ୍ର କହିଛନ୍ତି, ଗତ ପାଞ୍ଚବର୍ଷ ମଧ୍ୟରେ ସାରା ଭାରତରେ ୧.୨୬ ଲକ୍ଷ କୋଟି ଟଙ୍କା ଫସଲ ବୀମା ପ୍ରିମିୟମ୍ ବାବଦରେ ପ୍ରଦାନ କରାଗଲାଣି। ହେଲେ ବୀମା କଂପାନିମାନେ ମାନେ ୮୭ କୋଟି ୩୨ ଲକ୍ଷ ଟଙ୍କାର କ୍ଷତିପୂରଣ ପ୍ରଦାନ କରିଛନ୍ତି। ବୀମା କଂପାନିମାନେ ଇତିମଧ୍ୟରେ ୪୦ ହଜାର କୋଟି ଟଙ୍କା ଏଥିରୁ ରୋଜଗାର କରିଛନ୍ତି। ଚାଷୀଙ୍କ ସ୍ବାର୍ଥ ବିନିମୟରେ ଏହି ଅର୍ଥ ରୋଜଗାର ହୋଇଛି।

ଓଡ଼ିଶାର ଚାଷୀ ବି ଏଥିରୁ ବାଦ୍ ପଡିନାହାନ୍ତି। ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ଚାଷୀଙ୍କୁ ସାଂଘାତିକ ଅବହେଳା କରାଯାଉଛି। ଓଡ଼ିଶାର ସରକାର ବୀମା ପ୍ରିମିୟମ ବାବଦରେ ୩୨୫୦ କୋଟି ୪୮ ଲକ୍ଷ ଟଙ୍କା ପ୍ରଦାନ କରିଥିବା ବେଳେ ଚାଷୀମାନେ ୧୦୦୯ କୋଟି ୮୪ଲକ୍ଷ ଟଙ୍କା ଦେଇଛନ୍ତି। କେନ୍ଦ୍ର ସରକାରଙ୍କ ଅର୍ଥରାଶିକୁ ମିଶାଇଲେ ଏଯାଏ ବୀମା କଂପାନି ଓଡ଼ିଶାରୁ ୭୫୧୦ କୋଟି ୮ ଲକ୍ଷ ଟଙ୍କା ନେଇଛନ୍ତି।

୨୦୨୦ ଖରିଫ୍ ଋତୁ ସୁଦ୍ଧା ବୀମା କଂପାନିମାନଙ୍କୁ ୬୧୬୩ କୋଟି ୨୮ ଲକ୍ଷ ଟଙ୍କା ଦିଆଯାଇଥିଲା। କୌତୂହଳ କଥା ହେଲା, ୫୦୯୮ କୋଟି ୬୪ ଲକ୍ଷ ଟଙ୍କା ଚାଷୀମାନଙ୍କୁ ପ୍ରଦାନ କରାଯାଇଛି। ଅର୍ଥାତ୍ ୧୦୬୪ କୋଟି ୬୪ଲକ୍ଷ ଟଙ୍କା ଅର୍ଥାତ୍ ପ୍ରାୟ ୧୭ ପ୍ରତିଶତ ଅର୍ଥ ବୀମା କଂପାନି ଲାଭ କଲେଣି।

ବିଜେଡି କହିଛି, ୨୦୧୮ରୁ ୨୦୨୦ ମଧ୍ୟରେ ବୀମା କଂପାନିଙ୍କୁ ୨୦୯୦ କୋଟି ଟଙ୍କା ଦିଆଯାଇଥିବା ବେଳେ ବୀମା କଂପାନି ମାତ୍ର ୧୦୨୬ କୋଟି ଚାଷୀଙ୍କୁ ପ୍ରଦାନ କରିଛନ୍ତି। ଏହା ସତ୍ତ୍ବେ ବୀମା କଂପାନି ଓଡ଼ିଶାର ଚାଷୀମାନଙ୍କୁ ହାରାଶ କରିବାକୁ ପଛାଉ ନାହାନ୍ତି। ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ବାବଦରେ ଯେବେ ଚାଷୀ କ୍ଷତିପୂରଣ ମାଗୁଛି,ସେବେ ବୀମା କଂପାନି ହଇରାଣ କରୁଛନ୍ତି।

ଆନ୍ଧ୍ରପ୍ରଦେଶ, ବିହାର, ଝାଡ଼ଖଣ୍ଡ, ତେଲେଙ୍ଗାନା, ବିହାର ଭଳି ୬ଟି ରାଜ୍ୟ ଏବେ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରୁ ଓହରିଗଲେଣି। ଏବେ କେନ୍ଦ୍ର ସରକାର ତୁରନ୍ତ ଯଦି ଉପୁଜୁଥିବା ସମସ୍ୟାର ସମାଧାନ ନ କରନ୍ତି, ଚାଷୀଙ୍କ ସମସ୍ୟା ସମାଧାନ ଦିଗରେ ପଦକ୍ଷେପ ନ ନିଆଯାଏ, ଚାଷୀଙ୍କୁ ତାଙ୍କ ପ୍ରାପ୍ୟ ପ୍ରଦାନରେ କର୍ତ୍ତୃପକ୍ଷ କାଳକ୍ଷେପଣ ନୀତି ଅବଲମ୍ବନ କରନ୍ତି, ତେବେ ବିଜେଡି ଚୁପ୍ ବସିବ ନାହିଁ ବୋଲି ଡ. ପାତ୍ର କହିଛନ୍ତି। ପୂର୍ବରୁ ଅନେକ ବାର ଏ ପ୍ରସଙ୍ଗ ସଂସଦରେ ଉଠିଛି। ଚାଷୀଙ୍କ ହକ୍ ମିଳିବା ପର୍ଯ୍ୟନ୍ତ ଏ ଲଢେଇ ଜାରି ରହିବ।

Leave A Reply

Your email address will not be published.