ପ୍ରମୁଖ ଖବର

କମନୱେଲଥ୍ ଗେମ୍ସ: ଅଷ୍ଟମ ଦିନରେ ଭାରତର ୬ ପଦକ, ମୋଟ ସଂଖ୍ୟା ୨୩
ରାଜ୍ୟ କ୍ୟାବିନେଟରେ ୧୧ ପ୍ରସ୍ତାବକୁ ମଞ୍ଜୁରି
ସୁନ୍ଦରଗଡ଼ରେ ହାତୀ ଆତଙ୍କ: ଦନ୍ତା ଆକ୍ରମଣରେ ୨ ମୃତ
ଭୋଗପୁରମରେ ଆଲୁରି ସୀତାରାମ ରାଜୁ ଅନ୍ତର୍ଜାତୀୟ ବିମାନବନ୍ଦର ଉଦ୍‌ଘାଟନ କଲେ ପ୍ରଧାନମନ୍ତ୍ରୀ
ଆକାଶମାର୍ଗରୁ ବନ୍ୟା ସ୍ଥିତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ
୧୯ ବର୍ଷ ପରେ କଲକାତା ଫେରିଲେ ତସଲିମା ନସରିନ୍
ରାଷ୍ଟ୍ରପତି ଭବନରେ ଚମକିଲା ଓଡ଼ିଶାର ୩ ଷ୍ଟାର୍ଟଅପ୍
ଶସ୍ତା ହେଲା କମର୍ସିଆଲ ଗ୍ୟାସ ସିଲିଣ୍ଡର, ବଢ଼ିଲା ବିମାନ ଇନ୍ଧନ ଦର

ଫସିଗଲେ କି ବାଇଡେନ! ଧମକ ଦେଲାଣି ତାଲିବାନ

0

ଆମେରିକାକୁ ତାଲିବାନର ଧମକ । ପୂର୍ବରୁ ଆମେରିକା କହିଥିଲା ଯେ, ଅଗଷ୍ଟ ୩୧ ଭିତରେ ଲୋକଙ୍କୁ ଉଦ୍ଧାର ପରେ ସେନାକୁ ଫେରାଇ ନେବ। ଏବେ ପୂର୍ବ କଥା ଅନୁସାରେ ଆସନ୍ତା ୩୧ ସୁଦ୍ଧା ଆଫଗାନିସ୍ତାନ ଛାଡି ଚାଲିଯିବାକୁ ଆମେରିକାକୁ ତାଲିବାନ ଧମକ ଦେଇଛି। ଆମେରିକା ଓ ନାଟୋ ସେନା ଏବେ ଆଫଗାନିସ୍ତାନ ଛାଡିସାରିଥିବା ବେଳେ ଲୋକଙ୍କୁ ଉଦ୍ଧାର କରିବା ପାଇଁ କାବୁଲ ବିମାନବନ୍ଦରରେ ମହଜୁଦ ଅଛନ୍ତି।

ତାଲିବାନର ପ୍ରବକ୍ତା ସୋହେଲ ସାହିନ କହିଛନ୍ତି ଯେ, ଯଦି ଆମେରିକା ସେନା ହଟାଇବାରେ ବିଳମ୍ବ କରେ ତେବେ ସ୍ଥିତି ଭୟାବହ ହେବ। ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନଙ୍କ ପାଇଁ ତାଲିବାନର ଏହି ଧମକ ସହିତ ବ୍ରିଟେନ ଓ ଅନ୍ୟ ମିତ୍ରରାଷ୍ଟଙ୍କ ମନୋଭାବ ଅଡୁଆ ପରିସ୍ଥିତି ସୃଷ୍ଟି କରିଛି । ଜି -୭ ରାଷ୍ଟ୍ରର ପ୍ରାୟ ସବୁ ଦେଶ ଏବେ କାବୁଲକୁ ତାଲିବାନ ହାତରେ ଟେକିଦେବା ସପକ୍ଷରେ ନାହାନ୍ତି।

ବ୍ରିଟେନ ଏବେ କାବୁଲ ଛାଡିବାକୁ ପ୍ରସ୍ତୁତ ନାହିଁ। ବ୍ରିଟେନ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, କାବୁଲରେ ଆଉ କିଛି ଦିନ ପାଇଁ ମିତ୍ରରାଷ୍ଟ୍ରର ସୈନିକ ଉପସ୍ଥିତ ରହୁ।
ଏନେଇ ସେ ଆମେରିକାକୁ ଅପିଲ କରିବେ ବୋଲି କହିଛନ୍ତି। ତେବେ ଆମେରିକା ପାଇଁ ଚିନ୍ତାର କାରଣ ହେଲା, ଯଦି ଏହା ମିତ୍ର ଦେଶଙ୍କ ଅନୁରୋଧକୁ ମାନିନିଏ ତେବେ କାବୁଲ ବିମାନବନ୍ଦରରେ ତାକୁ ତାଲିବାନଙ୍କ ସହ ଲଢିବାକୁ ହେବ।

ପ୍ରଥମରୁ ସେପଟେମ୍ବର ୧୧ ସୁଦ୍ଧା ଆମେରିକା ସୈନ୍ୟ ଆଫଗାନିସ୍ତାନ ଛାଡିବେ ବୋଲି ବାଇଡେନ କହିଥିଲେ । ଏହା ପରେ ଅଚାନକ ତାଲିବାନର ଦେଶ ଦଖଲ ପରେ ପୁଣି ୫ ହଜାର ସୈନିକଙ୍କୁ ଆମେରିକା କାବୁଲ ବିମାନବନ୍ଦରରେ ମହଜୁଦ ରଖିଥିଲା । ଏହା ପରେ ଅଗଷ୍ଟ ୩୧ ସୁଦ୍ଧା ଆଫଗାନିସ୍ତାନ ଛାଡିବାକୁ କହିଥିବା ବେଳେ ଏବେ ତାଲିବାନଙ୍କ ଧମକ ଓ ମିତ୍ରରାଷ୍ଟ୍ରଙ୍କ ଭିତରେ ଫସିଯାଇଛନ୍ତି ବାଇଡେନ।

Leave A Reply

Your email address will not be published.