ପ୍ରମୁଖ ଖବର

କୋଟିପତି ଡେପୁଟି ରେଞ୍ଜର ଗିରଫ
ସ୍ୱତନ୍ତ୍ର ଓଟିଇଟି ପରୀକ୍ଷା ବାତିଲ୍ ଘଟଣାରେ; ବଦଳି ହେଲେ ୬ ଅଧିକାରୀ
ବିନା ସିସିଟିଭିରେ ଔଷଧ ବିକିପାରିବେନି ଦୋକାନୀ
ଏଫଏମ କଲେଜ ଛାତ୍ରୀ ମୃତ୍ୟୁ ଘଟଣା, ନିଲମ୍ବିତ ଅଧ୍ୟାପକଙ୍କ ଜେଲ୍ ଅବଧି ବୃଦ୍ଧି
ଲାଞ୍ଚ ଅଭିଯୋଗରେ ଡାକ୍ତରଙ୍କୁ ୫ ବର୍ଷ ଜେଲ

ଛାତ୍ରଙ୍କ ଠାରୁ ଲୁଟିନେଲେ ଅଢେଇ ଲକ୍ଷ, କେମିତି ଜାଣନ୍ତୁ

0

ଯୁବତୀଙ୍କୁ ମୋହରା କରି ଅନଲାଇନରେ ଠକୁଛନ୍ତି ସାଇବର୍‍ ଠକ

ଭୁବନେଶ୍ବର ଦିନକୁ ଦିନ ଅନଲାଇନ ଲୁଟେରାଙ୍କ ସଂଖ୍ୟା ବଢିବାର ଲାଗିଛି, ଟଙ୍କା ଲୁଟିବାକୁ ଠକ ଆପଣାଉଛନ୍ତି ନୂଆ ନୂଆ କୌଶଳ। ଏବେ ସାମାଜିକ ଗଣମାଧ୍ୟମରେ ଯୁବତୀଙ୍କୁ ମୋହରା କରି ଛଦ୍ମବେଶୀ ସାଇବର୍‍ ଠକ ଲକ୍ଷଲକ୍ଷ ଟଙ୍କା ରୋଜଗାର କରୁଛନ୍ତି।

ଏହି କ୍ରମରେ ଇନ୍‍ଫୋସିଟି ଥାନା ଅଞ୍ଚଳରେ ଏକ ପ୍ରତିଷ୍ଠିତ ଶିକ୍ଷାନୁଷ୍ଠାନରେ ପଢ଼଼ୁଥିବା ବିହାରର ଜଣେ ଛାତ୍ର ପଡ଼ିଛନ୍ତି। ଛାତ୍ରଙ୍କୁ ସେକ୍ସଟ୍ରୋରସନ୍‍ ଜରିଆରେ ଡିଜିଟାଲ ସୁନ୍ଦରୀ ଫସାଇଥିଲେ। ଅଶ୍ଲୀଳ ଭିଡ଼ିଓକୁ ସୋସିଆଲ ମିଡିଆରେ ଭାଇରାଲ କରିବାର ଧମକ ଦେଇ ଛାତ୍ର ଠାରୁ ଅଢ଼େଇ ଲକ୍ଷ ଟଙ୍କାର ଚୂନ ଲଗାଇଥିଲେ।

ଆହୁରି ଟଙ୍କା ଲାଗି ସାଇବର ଠକ ଦାବି କରିବା ପରେ ଛାତ୍ରଜଣକ ଅସହାୟ ହୋଇ ସାଇବର୍‍ ହେଲ୍ପଡେସ୍କର ଦ୍ୱାରସ୍ଥ ହୋଇଛନ୍ତି। ଛାତ୍ରଙ୍କୁ ସୁନ୍ଦରୀ ତରୁଣୀ ଅଶ୍ଲୀଳ ଭିଡିଓ କଲ୍‍ କରିଥିଲା। ଏହାପରେ ଗୋପନୀୟ ଦୃଶ୍ୟ ରେକର୍ଡିଂ କରି ଛାତ୍ରଙ୍କୁ ଟଙ୍କା ମାଗିଥିଲେ। ସେ ଲୋକ ଲଜ୍ଜା ଭୟରେ ୧୦ଟି ପର୍ଯ୍ୟାୟରେ ଅଢ଼େଇ ଲକ୍ଷ ଟଙ୍କା ଦେଇଥିଲେ। ପୁଣି ସାଇବର୍‍ ଠକ ଟଙ୍କା ମାଗିବାରୁ ସେ ପୁଲିସକୁ ଜଣାଇଥିଲେ। ପୁଲିସ ପ୍ରାଥମିକ ପର୍ଯ୍ୟାୟରେ ସାଇବର୍‍ ଠକର ନମ୍ବରକୁ ବନ୍ଦ କରିବା ସହ ଯୁବକର ଆକାଉଣ୍ଟକୁ ବନ୍ଦ କରିଦେଇଛି।

Leave A Reply

Your email address will not be published.