ପ୍ରମୁଖ ଖବର

ନାମାଙ୍କନର ପରଦିନ ନିର୍ବାଚନରୁ ଓହରିଲେ ଭାଜପା ପ୍ରାର୍ଥୀ ଅଭିଷେକ ସିହ୍ନା
କେଜିରୁ ପିଜି ମାଗଣା ଶିକ୍ଷାକୁ ନେଇ ଦ୍ୱନ୍ଦ୍ୱ ଦୂର କଲେ ମନ୍ତ୍ରୀ, ନାମଲେଖା ଫି ଫେରସ୍ତ ପାଇବେ ଛାତ୍ରଛାତ୍ରୀ
ସୁପ୍ରିମକୋର୍ଟରେ ହଙ୍ଗାମା: ବିଚାରପତିଙ୍କ ଉପରକୁ କାଗଜ ଫିଙ୍ଗିଲେ ଆବେଦନକାରୀ
ସୁଭଦ୍ରା ଯୋଜନାକୁ ନେଇ ବଡ଼ ଅପଡେଟ୍: ଯୋଗ୍ୟ ହିତାଧିକାରୀଙ୍କୁ ମିଳିବ ଏକାଥରେ ୫ କିସ୍ତି
ପରୀକ୍ଷା ଦାବିରେ ମନ୍ତ୍ରୀଙ୍କ ପାଦତଳେ ପଡ଼ିଲେ ନର୍ସିଂ ଛାତ୍ରଛାତ୍ରୀ
ଏପ୍ରିଲ-ମେ’ରେ ପଞ୍ଚାୟତ ନିର୍ବାଚନ, ଘରକୁ ଘର ବୁଲି ପ୍ରସ୍ତୁତ ହେବ ଭୋଟର ତାଲିକା
ଗୁରୁଗ୍ରାମରେ ଏନକାଉଣ୍ଟର: ୪ ଗ୍ୟାଙ୍ଗଷ୍ଟର ନିହତ, ୩ ପୋଲିସ କର୍ମଚାରୀ ଆହତ
ମହାରାଷ୍ଟ୍ରର ରାୟଗଡ ଜିଲ୍ଲାରେ ବନ୍ୟା ପାଣିରେ ଭାସିଗଲା ୩ ହଜାର ଏଲପିଜି ସିଲିଣ୍ଡର

ଛାତ୍ରଙ୍କ ଠାରୁ ଲୁଟିନେଲେ ଅଢେଇ ଲକ୍ଷ, କେମିତି ଜାଣନ୍ତୁ

0

ଯୁବତୀଙ୍କୁ ମୋହରା କରି ଅନଲାଇନରେ ଠକୁଛନ୍ତି ସାଇବର୍‍ ଠକ

ଭୁବନେଶ୍ବର ଦିନକୁ ଦିନ ଅନଲାଇନ ଲୁଟେରାଙ୍କ ସଂଖ୍ୟା ବଢିବାର ଲାଗିଛି, ଟଙ୍କା ଲୁଟିବାକୁ ଠକ ଆପଣାଉଛନ୍ତି ନୂଆ ନୂଆ କୌଶଳ। ଏବେ ସାମାଜିକ ଗଣମାଧ୍ୟମରେ ଯୁବତୀଙ୍କୁ ମୋହରା କରି ଛଦ୍ମବେଶୀ ସାଇବର୍‍ ଠକ ଲକ୍ଷଲକ୍ଷ ଟଙ୍କା ରୋଜଗାର କରୁଛନ୍ତି।

ଏହି କ୍ରମରେ ଇନ୍‍ଫୋସିଟି ଥାନା ଅଞ୍ଚଳରେ ଏକ ପ୍ରତିଷ୍ଠିତ ଶିକ୍ଷାନୁଷ୍ଠାନରେ ପଢ଼଼ୁଥିବା ବିହାରର ଜଣେ ଛାତ୍ର ପଡ଼ିଛନ୍ତି। ଛାତ୍ରଙ୍କୁ ସେକ୍ସଟ୍ରୋରସନ୍‍ ଜରିଆରେ ଡିଜିଟାଲ ସୁନ୍ଦରୀ ଫସାଇଥିଲେ। ଅଶ୍ଲୀଳ ଭିଡ଼ିଓକୁ ସୋସିଆଲ ମିଡିଆରେ ଭାଇରାଲ କରିବାର ଧମକ ଦେଇ ଛାତ୍ର ଠାରୁ ଅଢ଼େଇ ଲକ୍ଷ ଟଙ୍କାର ଚୂନ ଲଗାଇଥିଲେ।

ଆହୁରି ଟଙ୍କା ଲାଗି ସାଇବର ଠକ ଦାବି କରିବା ପରେ ଛାତ୍ରଜଣକ ଅସହାୟ ହୋଇ ସାଇବର୍‍ ହେଲ୍ପଡେସ୍କର ଦ୍ୱାରସ୍ଥ ହୋଇଛନ୍ତି। ଛାତ୍ରଙ୍କୁ ସୁନ୍ଦରୀ ତରୁଣୀ ଅଶ୍ଲୀଳ ଭିଡିଓ କଲ୍‍ କରିଥିଲା। ଏହାପରେ ଗୋପନୀୟ ଦୃଶ୍ୟ ରେକର୍ଡିଂ କରି ଛାତ୍ରଙ୍କୁ ଟଙ୍କା ମାଗିଥିଲେ। ସେ ଲୋକ ଲଜ୍ଜା ଭୟରେ ୧୦ଟି ପର୍ଯ୍ୟାୟରେ ଅଢ଼େଇ ଲକ୍ଷ ଟଙ୍କା ଦେଇଥିଲେ। ପୁଣି ସାଇବର୍‍ ଠକ ଟଙ୍କା ମାଗିବାରୁ ସେ ପୁଲିସକୁ ଜଣାଇଥିଲେ। ପୁଲିସ ପ୍ରାଥମିକ ପର୍ଯ୍ୟାୟରେ ସାଇବର୍‍ ଠକର ନମ୍ବରକୁ ବନ୍ଦ କରିବା ସହ ଯୁବକର ଆକାଉଣ୍ଟକୁ ବନ୍ଦ କରିଦେଇଛି।

Leave A Reply

Your email address will not be published.