ପ୍ରମୁଖ ଖବର

କମନୱେଲଥ୍ ଗେମ୍ସ: ଅଷ୍ଟମ ଦିନରେ ଭାରତର ୬ ପଦକ, ମୋଟ ସଂଖ୍ୟା ୨୩
ରାଜ୍ୟ କ୍ୟାବିନେଟରେ ୧୧ ପ୍ରସ୍ତାବକୁ ମଞ୍ଜୁରି
ସୁନ୍ଦରଗଡ଼ରେ ହାତୀ ଆତଙ୍କ: ଦନ୍ତା ଆକ୍ରମଣରେ ୨ ମୃତ
ଭୋଗପୁରମରେ ଆଲୁରି ସୀତାରାମ ରାଜୁ ଅନ୍ତର୍ଜାତୀୟ ବିମାନବନ୍ଦର ଉଦ୍‌ଘାଟନ କଲେ ପ୍ରଧାନମନ୍ତ୍ରୀ
ଆକାଶମାର୍ଗରୁ ବନ୍ୟା ସ୍ଥିତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ
୧୯ ବର୍ଷ ପରେ କଲକାତା ଫେରିଲେ ତସଲିମା ନସରିନ୍
ରାଷ୍ଟ୍ରପତି ଭବନରେ ଚମକିଲା ଓଡ଼ିଶାର ୩ ଷ୍ଟାର୍ଟଅପ୍
ଶସ୍ତା ହେଲା କମର୍ସିଆଲ ଗ୍ୟାସ ସିଲିଣ୍ଡର, ବଢ଼ିଲା ବିମାନ ଇନ୍ଧନ ଦର

‘ତାଲିବାନ ପଛରେ ପାକିସ୍ତାନ’

0

ଆଫଗାନିସ୍ତାନକୁ ତାଲିବାନ କବଜା କରିବା ପରେ ମୁହଁ ଖୋଲିଛନ୍ତି ଆଫଗାନିସ୍ତାନର ପପ୍ ଷ୍ଟାର ଆର୍ଯ୍ୟାନ ସୟିଦ୍। ତାଲିବାନ ପଛରେ ରହିଛି ପାକିସ୍ତାନ ହାତ। ଏଭଳି ବୟାନ ଦେଇଛନ୍ତି ପପ୍ ଷ୍ଟାର। ସେ କହିଛନ୍ତି, ଆଫଗାନିସ୍ତାନରେ ଆଜି ଯେଉଁଭଳି ସ୍ଥିତି ଉପୁଜିଛି ସେଥିପାଇଁ ପାକିସ୍ତାନ ଦାୟୀ । ପାକିସ୍ତାନ ସରକାର ହିଁ ତାଲିବାନ ଆତଙ୍କବାଦୀଙ୍କୁ ପ୍ରଶିକ୍ଷଣ ଦେଇ ଦୃଢ କରୁଛି । ତାଲିବାନକୁ ପାକିସ୍ତାନ ହିଁ ବଳ ଦେଉଛି।

ପାକିସ୍ତାନକୁ ତାଲିବାନ ଶକ୍ତିଶାଳୀ କରୁଥିବାର ଅନେକ ପ୍ରମାଣ ବର୍ଷ ବର୍ଷ ଧରି ଦେଖିଆସୁଥିବା କହିଛନ୍ତି ପପ ଷ୍ଟାର ଆର୍ଯ୍ୟାନ ସୟିଦ। ପାକିସ୍ତାନକୁ କୌଣସି ଆର୍ଥିକ ସହାୟତା ନକରିବାକୁ ସେ ବିଶ୍ୱ ସମୁଦାୟକୁ ଅପିଲ କରିଛନ୍ତି। ଏବେ ତାଲିବାନ କେବଳ ଆଫଗାନିସ୍ତାନ ପାଇଁ ନୁହେଁ ସମଗ୍ର ବିଶ୍ୱ ପାଇଁ ଏକ ସତର୍କ ସୂଚନା। ତେଣୁ ବର୍ତମାନ ପରିସ୍ଥିତିର ସମାଧାନ ପାଇଁ ସବୁ ରାଷ୍ଟ୍ର ଆଲୋଚନା ମାଧ୍ୟମରେ ସମାଧାନର ସୂତ୍ର ବାହାର କରିବାକୁ ସେ ଗଣମାଧ୍ୟମ ଆଗରେ ଗୁହାରି କରିଛନ୍ତି।

ସେହିପରି ବର୍ତମାନ ସ୍ଥିତିରେ ଭାରତର ସହାୟତାକୁ ନେଇ କୃତଜ୍ଞତା ଜଣାଇଛନ୍ତି ପପ୍ ଷ୍ଟାର ଆର୍ଯ୍ୟାନ। ଦୁର୍ଦ୍ଦିନ ସମୟରେ ସହଯୋଗକୁ ସେ ପ୍ରଶଂସା କରିବା ସହ ଭାରତକୁ ପ୍ରକୃତ ବନ୍ଧୁ ବୋଲି କହିଛନ୍ତି। ଆଫଗାନିସ୍ତାନକୁ ତାଲିବାନ କବଜା କରିନେଇଥିବା ବେଳେ ଆଜି ତାଲିବାନ ବିରୋଧରେ ଏକାଠି ହେବ ବିଶ୍ୱର ୭ ଦେଶ । ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ମଧ୍ୟ ଭର୍ଚୁଆଲ ବୈଠକରେ ଉପସ୍ଥିତ ରହିବେ। ଆଫଗାନିସ୍ତାନରେ ତାଲିବାନ ଶାସନକୁ ଆନ୍ତର୍ଜାତୀୟ ସ୍ତରରେ ଅନୁମୋଦନ କରାଯିବ କି ନାହିଁ ସେ ନେଇ ବଡ଼ ନିଷ୍ପତି ନିଆଯିବ।

Leave A Reply

Your email address will not be published.