ପ୍ରମୁଖ ଖବର

ବୁଣାକାର ଶ୍ରମିକଙ୍କ ପାଇଁ ଭତ୍ତା ବଢାଇଲେ ରାଜ୍ୟ ସରକାର
ମଣିପୁରରେ ଆହୁରି ୬ ମାସ ପାଇଁ ବୃଦ୍ଧି ହେଲା ରାଷ୍ଟ୍ରପତି ଶାସନ
ଏଣିକି ଓଡ଼ିଆରେ ପାଠ ପଢ଼ିବେ ଯୁକ୍ତ ୨ ବିଜ୍ଞାନ ଛାତ୍ରଛାତ୍ରୀ
ଭିଜିଲାନ୍ସ ଜାଲରେ ଜୟପୁର ଫରେଷ୍ଟ ରେଞ୍ଜର: ଘରୁ ମିଳିଲା ଟ୍ରେଜେରି ଭର୍ତ୍ତି ଟଙ୍କା
ଓଡ଼ିଶା ଟେକ୍ସର ଶୁଭାରମ୍ଭ,ସମଗ୍ର ଦେଶରେ ପହଞ୍ଚିବ ଓଡ଼ିଶାର ବସ୍ତ୍ର: ମୁଖ୍ୟମନ୍ତ୍ରୀ
ସବ୍‌ ଇନ୍ସିପେକ୍ଟର ନିଯୁକ୍ତି ପାଇଁ ବଢିଲା ବୟସସୀମା
ରେଳ ଷ୍ଚେସନ ଏବଂ ବସ ଷ୍ଟାଣ୍ଡରେ ପ୍ରତିଷ୍ଠା ହେବ ଶିଶୁ ସହାୟତା କେନ୍ଦ୍ର

ଅମିତାଭଙ୍କ ଘରେ ପାଣି ନାହିଁ!

0

ବିଗ ବି ଅମିତାଭ ବଚ୍ଚନଙ୍କ ଘରେ ପାଣି ସମସ୍ୟା। ଆଜ୍ଞା ହଁ ଏକଥା ଆଉ କେହି ନୁହେଁ ନିଜେ ଅମିତାଭ ତାଙ୍କ ବ୍ଲଗ ମାଧ୍ୟମରେ ଫ୍ୟାନଙ୍କୁ ଜଣାଇଛନ୍ତି।

ଅମିତାଭ ବଚ୍ଚନ ସବୁବେଳେ ନିଜ ବ୍ଲଗରେ କିଛି ଏମିତି ଲେଖିଥାନ୍ତି ,ଯାହାକୁ ଫ୍ୟାନ ମାନେ ସବୁବେଳେ ପଢିବାକୁ ଅପେକ୍ଷା କରି ରହିଥାନ୍ତି । ନିଜର ଅନେକ ବ୍ୟକ୍ତିଗତ କଥା ମଧ୍ୟ ସେ ବ୍ଲଗରେ ଫ୍ୟାନ ମାନଙ୍କ ସହ ସେୟାର କରିଥାନ୍ତି।

ନିକଟରେ ଅମିତାଭ ତାଙ୍କ ଘରେ ପାଣ ସମସ୍ୟା ଦେଖାଦେଇଥିବା ନେଇ ବ୍ଲଗରେ ଲେଖିଥିଲେ । ସେ ଲେଖିଥିଲେ, କଠିନ ପରିଶ୍ରମ ଚାଲିଛି ଏବଂ ଆଶା ଅଛି
ଆସନ୍ତାକାଲି ସୁଦ୍ଧା ସମସ୍ୟାର ସମାଧାନ ହୋଇଯିବ । ସେ ଆହୁରି ମଧ୍ୟ ଲେଖିଛନ୍ତି ଯେ, ଶରୀର ଥକିଗଲାଣି । ଯେହେତୁ ସବୁ ଦିନ ଅପେକ୍ଷା ଆଜି କାର୍ଯ୍ୟକ୍ଷେତ୍ରକୁ ଶୀଘ୍ର ଯାଇଥିଲି । ସକାଳ ୬ରୁ ଉଠି କେବିସିର ସୁଟିଂ ପାଇଁ ଯାଇଥିଲେ, ଏବଂ ସେଠାରେ ପହଞ୍ଚିଲା ପରେ ଭ୍ୟାନରେ ଯାଇ ସୁଟିଂ ପାଇଁ ପ୍ରସ୍ତୁତ
ହୋଇଥିଲି। ଘରେ ପାଣି ସମସ୍ୟା ଥିବାରୁ ଆଜି କାମକୁ ଶ୍ରୀଘ୍ର ଆସିବାକୁ ପଡିଥିଲା ବୋଲି ସେ ତାଙ୍କ ବ୍ଲଗରେ ଲେଖିଛନ୍ତି।

ଅମିତାଭ ଆହୁରି ମଧ୍ୟ ଲେଖିଛନ୍ତି ଯେ, ସିଷ୍ଟମ କାମ କରିବା ଆରମ୍ଭ କଲାଣି । ତାଙ୍କୁ ନିଜ ଫ୍ୟାନ ମାନଙ୍କ ସହ କଥାବାର୍ତା ହେବାର ସୁଯୋଗ ମିଳୁଛି । ଫ୍ୟାନ
ମାନଙ୍କୁ ତାଙ୍କ ଘରୋଇ ସମସ୍ୟା ବିଷୟରେ କହିଥିବାରୁ ତାଙ୍କୁ କ୍ଷମା କରିଦେବାକୁ ମଧ୍ୟ ସେ ଲେଖିଛନ୍ତି।

ବିଗ ବି ଅଧିକାଂଶ ସମୟରେ ନିଜ ଫ୍ୟାନ ମାନଙ୍କ ସହ ବ୍ଲଗରେ ଯୋଡି ହୁଅନ୍ତି। ତାଙ୍କ ପ୍ରଥମ ବ୍ଲକ ୨୦୦୮ ଏପ୍ରିଲ ୧୭ରେ ଲେଖିଥିଲେ । ଏବେ ଅମିତାଭଙ୍କ ନୂଆ ଫିଲ୍ମ ‘ଚେହେରେ’ରିଲିଜ ହୋଇଛି। ଏହାର ନିର୍ଦ୍ଦେଶନା ଦେଇଛନ୍ତି ରୁମି ଜାଫରି । ଫିଲ୍ମରେ ଅମିତାଭଙ୍କ ସହ ଇମ୍ରାନ ହାସମି, କ୍ରିସ୍ତିଆନ ଡିସୋଜା ଓ ରିୟା ଚକ୍ରବର୍ତ୍ତୀଙ୍କୁ ମୁଖ୍ୟ ଭୂମିକାରେ ଦେଖିବାକୁ ମିଳିବ।

Leave A Reply

Your email address will not be published.