ପ୍ରମୁଖ ଖବର

ଦିଲ୍ଲୀରେ କାଲି ‘ନାରୀ ଶକ୍ତି ବନ୍ଦନ ସମ୍ମେଳନ’
୩୬ ଦିନ ପରେ ଓଡ଼ିଶା ଫେରିଲେ ମେରାଇନ୍ ଅଫିସର ଅଶୋକ ଦୀକ୍ଷିତ
ସ୍ୱତନ୍ତ୍ର ସଂସଦ ଅଧିବେଶନ ପୂର୍ବରୁ ସାଂସଦଙ୍କୁ କଡ଼ା ନିର୍ଦ୍ଦେଶ :୩ ଦିନ ଗୃହରେ ଉପସ୍ଥିତ ରହିବା ବାଧ୍ୟତାମୂଳକ
ପରିବାରିକ କଳହର କରୁଣ ପରିଣତି, ମା’ଙ୍କ ହାତରେ ଦୁଇ ଶିଶୁର ମୃତ୍ୟୁ
ଅଦିନିଆ ରଥଯାତ୍ରା ନେଇ ଚିନ୍ତା: ପ୍ରଧାନମନ୍ତ୍ରୀଙ୍କୁ ଗଜପତିଙ୍କ ଚିଠି
୨୧ରେ ରାଉରକେଲା ଗସ୍ତରେ ରାଷ୍ଟ୍ରପତି
ଜମି ଦେବା ନାମରେ ଦିବ୍ୟାଙ୍ଗ ବ୍ୟକ୍ତିଙ୍କଠୁ ୯୫ ଲକ୍ଷ ଠକିନେଲେ ଆଇଏଏସ୍‌ ଅଧିକାରୀ
ପରଲୋକରେ କିମ୍ବଦନ୍ତୀ ଗାୟିକା ଆଶା ଭୋସଲେ

ଘରେ ବସି ୨ କୋଟି ରୋଜଗାର କଲା ୧୨ ବର୍ଷର ପିଲା…ଜାଣନ୍ତୁ କେମିତି?

0

ମହାମାରୀ କରୋନା ଅନେକ ଲୋକଙ୍କ ଜୀବନ ବଦଳାଇଦେଇଛି । କିଏ ନିଜର ଚାକିରି ହରାଇ ତ କାହାର ବ୍ୟବସାୟ ବନ୍ଦ ହୋଇଯାଇଛି । ଲୋକମାନେ ବିଭିନ୍ନ ଆର୍ଥିକ ସମସ୍ୟା ଦେଇ ଗତି କରିଛନ୍ତି । ସ୍କୁଲ, କଲେଜ ବନ୍ଦ ଯୋଗୁଁ ପିଲାମାନେ ଅନଲାଇନରେ ପାଠ ପଢୁଛନ୍ତି । ଲକଡାଉନ ଯୋଗୁଁ ଦୋକନ ବଜାର ବନ୍ଦ ହୋଇଯାଇଛି । କିନ୍ତୁ ଏହି ଲକଡାଉନର ଫାଇଦା ଉଠାଇଛନ୍ତି ଜଣେ ୧୨ ବର୍ଷର ପିଲା । ଘରେ ବସି ରୋଜଗାର କରିଛନ୍ତି ୨ କୋଟିରୁ ଅଧିକ ଟଙ୍କା।

ଲଣ୍ଡନରେ ରହୁଥିବା ବେନ୍ୟାମିନ ଅହମ୍ମଦ ନିଜର ବୁଦ୍ଧି ଖଟାଇ ଘରେ ବସି ୨ କୋଟିରୁ ଅଧିକ ଟଙ୍କା ରୋଜଗାର କରିଛନ୍ତି । ବେନ୍ୟାମିନ ତିମି ମାଛର ଡିଜିଟାଲ କଳାକୃତି ତିଆରି କରି ଅନଲାଇନରେ ବିକ୍ରି କରି ଏହି ଅର୍ଥ ଉପାର୍ଜନ କରିଛନ୍ତି। ସ୍କୁଲ ବନ୍ଦ ଥିବାରୁ ଘରେ ଖାଲି ସମୟରେ ବେନ୍ୟାମିନ ତିମି ମାଛର
କଳାକୃତି ନିଜେ ତିଆରି କରିଥିଲେ । ଏହି ଡିଜିଟାଲ ଚିତ୍ରକୁ ସେ ଏନଏଫଟି ପ୍ଲାଟଫର୍ମରେ ବିକ୍ରି କରିଥିଲେ। ପାଞ୍ଚ ବର୍ଷ ବୟସରୁ କୋଡିଂ ଆରମ୍ଭ କରିଥିବା
ବେନ୍ୟାମିନ ଏହି ବର୍ଷ ଏନଏଫଟିରେ ମନୋନିବେଶ କରିଥିଲେ। ଏହା ପରେ ବିଭିନ୍ନ ତିମି ମାଛର ଡିଜିଟାଲ ଚିତ୍ର ବନେଇବାରେ ଲାଗିପଡିଥିଲେ।

ବେନ୍ୟାମିନ ଜାତୀୟ ଗଣମାଧ୍ୟମରେ କହିଛନ୍ତି ଯେ, ସେ ଜଣେ ପ୍ରଫେସନାଲ କଳାକାର ନୁହଁନ୍ତି , କିନ୍ତୁ ସେ ୟୁଟ୍ୟୁବରୁ ଭିଡିଓ ଦେଖି ନିଜର ବୁଦ୍ଧି ଖଟାଇଥିଲେ ଯେ କିଭଳି ତିମି ମାଛର ଚିତ୍ରକୁ ପିକ୍ସଏଲରେ ପ୍ରୟୋଗ କରିପାରିବେ। ୱେବସାଇଟ ମିରର ହିସାବରେ ବେନ୍ୟାମିନ କହିଛନ୍ତି ଯେ, ବିଭିନ୍ନ ସହାୟକ ଉପକରଣ ତିଆରି କରିବାରେ ତାଙ୍କୁ କିଛି ସପ୍ତାହ ଲାଗିଥିଲା। ଆଉ ତା ପରେ ସେଗୁଡିକୁ ସେ ପ୍ରୋଜେକ୍ଟରେ ମିଶାଇ ତିମି ମାଛର ଚିତ୍ର ତିଆରି କରିଥିଲେ।

ଜୁଲାଇରେ ଅନଲାଇନରେ ବିକ୍ରି ପାଇଁ ଯିବା ପରେ ଚିତ୍ରଟି ମାତ୍ର ୯ ଘଣ୍ଟାରେ ବିକ୍ରି ହୋଇଯାଇଥିଲା । ଏହା ଦ୍ୱିତୀୟ ଏନଏଫଟି ଅଟେ ଯାହା କି ଜଣେ ୧୨ ବର୍ଷର ପିଲା ତିଆରି କରିଛନ୍ତି। ଏନଏଫଟି ଏକ ପ୍ରକାର ଆର୍ଟ ଓ ଡିଜିଟାଲ ଦୁନିଆର ମିଶ୍ରଣ ଅଟେ। ଯେତେବେଳେ ଆପଣଙ୍କ ଚିତ୍ର ଦୁନିଆରେ ପରିଚିତ ହୋଇଯାଏ ଏବଂ ଲୋକଙ୍କୁ ଏହାର ଭିନ୍ନତା ପସନ୍ଦ ଆସିଥାଏ, ତାହାହେଲେ ତାହା ଏକ ଏନଏଫଟି ଭାବରେ ଘୋଷଣା କରାଯାଇଥାଏ । କ୍ରିପ୍ଟୋ
କରେନ୍ସି ମାଧ୍ୟମରେ ଏହାକୁ କିଣା ବିକା କରାଯାଇଥାଏ ।

Leave A Reply

Your email address will not be published.