ପ୍ରମୁଖ ଖବର

ଶ୍ରୀକ୍ଷେତ୍ର ପୁରୀରେ ଆଜି ଆଷାଢ଼ ଶୁକ୍ଳ ଦ୍ୱାଦଶୀ ତିଥିରେ ରଥାରୂଢ଼ ଚତୁର୍ଦ୍ଧାମୂର୍ତ୍ତିଙ୍କ ପବିତ୍ର ଅଧରପଣା ନୀତି ସମ୍ପନ୍ନ
ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତକୁ ପ୍ରଥମ ରୌପ୍ୟ, ଋଷିକାନ୍ତ ସିଂହଙ୍କ କମାଲ
ଓଡ଼ିଶାର ଝିଅ ଜ୍ୟୋତିର୍ମୟୀ ନାୟକ ହେଲେ ‘ଇଣ୍ଡିଆନ୍ ଆଇଡଲ୍ ସିଜନ୍-୧୬’ ବିଜେତା
ପ୍ରତିଯୋଗିତାମୂଳକ ପରୀକ୍ଷାରେ ସଂସ୍କାର ପାଇଁ ଗଠନ ହେବ ଉଚ୍ଚସ୍ତରୀୟ ଟାସ୍କ ଫୋର୍ସ:ପ୍ରଧାନମନ୍ତ୍ରୀ
ହାଇୱେ ଯାତ୍ରୀଙ୍କ ପାଇଁ ବଡ଼ ଆଶ୍ୱସ୍ତି: ଦୂରତା ଅନୁସାରେ ଦେବେ ଟୋଲ ଶୁଳ୍କ
ମହାରାଷ୍ଟ୍ର ଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲା: ବିହାରରୁ ମୁଖ୍ୟ ଅଭିଯୁକ୍ତ ଗିରଫ
ସରକାରଙ୍କ ସହ ଆଲୋଚନା ପରେ ସିଜେପିର ଆନ୍ଦୋଳନ ପ୍ରତ୍ୟାହାର
ଲଗାଣ ବର୍ଷା ପାଇଁ ଜଗତସିଂହପୁରରେ କାଲି ସ୍କୁଲ ଓ ଅଙ୍ଗନବାଡ଼ି ଛୁଟି
ବୌଦ୍ଧରେ ଭୟଙ୍କର ସଡ଼କ ଦୁର୍ଘଟଣା: ଟ୍ୟାଙ୍କର ସହ କାର ଧକ୍କା, ୩ ଗୁରୁତର
ଧର୍ମେନ୍ଦ୍ର ପ୍ରଧାନଙ୍କ ସ୍ଥାନରେ ଶିକ୍ଷା ମନ୍ତ୍ରଣାଳୟର ଅତିରିକ୍ତ ଦାୟିତ୍ୱ ନେଲେ ପ୍ରହ୍ଲାଦ ଯୋଶୀ

‘ଶଙ୍ଖା ସିନ୍ଦୁର ପିନ୍ଧିବନି, ମାନ୍ୟବର ଡାକିବ’

0

ଭୁବନେଶ୍ବର: ମାନବବାଦ ସଂଗଠନରେ ସାମିଲ ହେବାକୁ ହେଲେ ମାନିବାକୁ ହେବ ସମସ୍ତ ନିୟମ। ମାନବବାଦ ସଂଗଠନର ଏବେ ଗୋଟେ ପରେ ଗୋଟେ ଗୁମର ପଦାକୁ ଆସିବାରେ ଲାଗିଛି। ନିଜକୁ ମାନବବାଦୀ ସଂଗଠନର ମୁଖ୍ୟ କହୁଥିବା ମାନସ ଦାସ କିଭଳି ଗରିବ ଓ ନିଃସହାୟ ଲୋକଙ୍କୁ ନିର୍ଯାତନା ଦେଉଥିଲା ତାର ଚିତ୍ର ଏବେ ସାମନାକୁ ଆସୁଛି।

ସଂଗଠନରେ ସାମିଲ ହେବାକୁ ହେଲେ କଠୋର ସର୍ତ୍ତ ରଖୁଥିଲେ ମାନସ ଦାସ। ଯେଉଁ ସର୍ତ୍ତ ଗୁଡିକ ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ସ୍ତ୍ରୀ ଲୋକମାନେ ସିନ୍ଦୁର ଶଙ୍ଖା ପିନ୍ଧିବେନାହିଁ। ମହିଳାଙ୍କୁ ମନ୍ଦିରକୁ ଯିବାକୁ ମଧ୍ୟ ବାରଣ କରାଯାଉଥିଲ। ଏପରିକି ମହିଳା ମାନେ ବିବାହ କରିପାରିବେନି । ବାପା ମାଆ ମଲେ ଶୁଦ୍ଧି ହେବେ ନାହିଁ। ଆଉ ଚାକିରି କରିଥିଲେ ଅଧା ଦରମା ସଂଗଠନକୁ ଦେବେ।

ମାନସ ଦାସଙ୍କ ନିର୍ଯାତନାର ଶିକାର ହୋଇ ଗାଁ ଛାଡିଥିବା କିଛି ଲୋକ ଏଭଳି ସାଂଘାତିକ କଥା କ୍ୟାମେରା ଆଗରେ କହିଛନ୍ତି। ସଂଗଠନରେ ସାମିଲ ନ ହେବାରୁ ପ୍ରାୟ ୮ ବର୍ଷ ହେଲା ଗାଁ ଛାଡିଛନ୍ତି ୬ ପରିବାର। ରମେଶ ନାୟକ, ଡମ୍ବରୁ ପ୍ରଧାନ,ଯୋଗୀ ପ୍ରଧାନ,ସର୍ବେଶ୍ୱର ପ୍ରଧାନ, ସାଧୁ ନାୟକ ଓ ଭୀମ ପ୍ରଧାନଙ୍କ ପରିବାର ମାନସ ଦାସଙ୍କ ନିର୍ଦ୍ଦେଶରେ ଗାଁରୁ ତଡାଖାଇଛନ୍ତି।

ଖୋର୍ଦ୍ଧା ଡାଳତୋଳା ଆଦିବାସୀ ସାହିରୁ ଏଭଳି ଅଭିଯୋଗ ଆସିଛି। କେମିତି ଅକଥନୀୟ ଅତ୍ୟାଚାର ଦିଆଯାଉଥିଲା ଗାଁ ଛାଡିଥିବା ଜଣେ ଅଭିଯୋଗକାରିଣୀ କାନ୍ଦି କାନ୍ଦି କହିଛନ୍ତି। ଜଣେ ମହିଳା ଗଣମାଧ୍ୟମରେ କହିଛନ୍ତି ଯେ, ଗାଁରେ ରହୁଥିବାରୁ ତାଙ୍କୁ ପ୍ରତିଦିନ ୫୦ଟଙ୍କା ଚାନ୍ଦା ଦେବାକୁ ମାଗୁଥିଲେ ମାନବବାଦ ସଂଗଠନର କର୍ମୀ। ଆଉ ଚାନ୍ଦା ନଦେବାରୁ ମାନସ ଦାସଙ୍କ ଲୋକ ମହିଳା ଓ ତାଙ୍କ ପୁଅକୁ ଅମାନୁଷିକ ଭାବେ ମାଡ ମାରିଥିଲେ। । ଏନେଇ ଥାନାରେ ଅଭିଯୋଗ।

ମାନବବାଦ ସଂଗଠନରେ ସାମିଲ ନ ହେବାରୁ ବାପ, ପୁଅଙ୍କୁ ଗଡେଇ ତଡେଇ ମାଡ଼ ମାରିବାକୁ ଭିଡ଼ିଓ ଭାଇରାଲ ହୋଇଥିଲ। ଗୋଟେ ଘର ଭିତରେ ଅମାନୁଷିକ ଭାବେ ମାଡ ମାରିଚାଲିଥିଲେ ବାପା ପୁଅଙ୍କୁ। ସୋସିଆଲ ମିଡିଆରେ ଏହି ଭିଡିଓ ଭାଇରାଲ ହେବା ପରେ ଏବଂ ମାଡ ଖାଇଥିବା ବାପ, ପୁଅ ମୁହଁ ଖୋଲିବା ପରେ ଏବେ ଅଭିଯୋଗର କାହାଣୀ ବଢିବାରେ ଲାଗିଛି।

Leave A Reply

Your email address will not be published.