ପ୍ରମୁଖ ଖବର

ୟୁପିଆଇ କାରବାରରେ ନୂଆ ଶୁଳ୍କ ଲାଗୁ ନେଇ ଅନିଶ୍ଚିତତା, ୨୦୨୭ ଯାଏଁ ଘୁଞ୍ଚିପାରେ ତାରିଖ
ନନ୍ଦିଗ୍ରାମରେ ବିଜେପିର ବଡ଼ ବିଜୟ, ୧.୨୨ ଲକ୍ଷ ଭୋଟରେ ଜିତିଲେ ହସିରାଣୀ
ମୋଦିଙ୍କ ନାମରେ ନାମିତ ହେବ ଜେୱର ଅନ୍ତର୍ଜାତୀୟ ବିମାନବନ୍ଦର
ଭାରତୀୟ ପାଇଲଟ୍ ସ୍ମିତ୍ ମଚ୍ଛରଙ୍କୁ ଇସ୍ରାଏଲର ସର୍ବୋଚ୍ଚ ବୀରତ୍ୱ ସମ୍ମାନ

ଆଜିଠୁ ନୂଆ ରୂପରେ ‘ବଡ଼େ ଅଛେ ଲଗତେ ହେଁ’

0

ଆଜିଠୁ ଆରମ୍ଭ ହେବାକୁ ଯାଉଛି ବହୁ ପ୍ରତିକ୍ଷୀତ ମେଗା ଧାରାବାହିକ ବଡ଼େ ଅଛେ ଲଗତେ ହେଁର ସିଜିନ ଟୁ। ଦର୍ଶକଙ୍କ ପସନ୍ଦ ପାଲଟିଥିବା ଏହି ଧାରାବାହିକ ଟି ପ୍ରାୟ ୧୦ ବର୍ଷ ପରେ ପରଦାକୁ ଫେରୁଛି। ଏହି ଧାରାବାହିକର ନାଁ ସମାନ ରହିଥିଲେ ମଧ୍ୟ ଏହାର କାହାଣୀ ଓ ଏଥିରେ ମୁଖ୍ୟ ଚରିତ୍ରରେ ଅଭିନୟ କରୁଥିବା ନାୟକ ଓ ନାୟିକ ଭିନ୍ନ ରହିଛନ୍ତି।

ସିଜିନ ଟୁରେ ଦର୍ଶକ ବହୁ ଚର୍ଚ୍ଚିତ ଯୋଡି ରାମ-ପ୍ରିୟାଙ୍କ(ରାମ କପୁର-ସାକ୍ଷସୀ ତନବର)ଙ୍କ କେମେଷ୍ଟ୍ରି ଦେଖିବାକୁ ବଞ୍ଚିତ ହେବେ। କାରଣ ମୁଖ୍ୟ ଭୂମିକାରେ ନଜର ଆସିବେ ଦୁଇ ନୂଆ ଚେହେରା । ନକୁଳ ମେହେଟ୍ଟା ଓ ଦିଶା ପରମାରଙ୍କୁ ରାମ ଓ ସାକ୍ଷସୀ ଭୁମିକାରେ ଦେଖିବାକୁ ମିଳିବ । ନକୁଳ ଓ ଦିଶାଙ୍କୁ ଏହା ପୂର୍ବରୁ ପ୍ୟାର କା ଦର୍ଦ ହେ, ମିଠା ମିଠା ପ୍ୟାରା ପ୍ୟାରା ସିରିଏଲରେ ଏକାଠି ଅଭିନୟ କରୁଥିବାର ଦେଖିବାକୁ ମିଳିଥିଲା।

ତେବେ ଏହି ଯୋଡିର କମବ୍ୟାକ କୁ ନେଇ ଫ୍ୟାନ ବେଶ ଉତ୍ସାହିତ ଅଛନ୍ତି। ସିରିଏଲ ସୋମବାରରୁ ଶୁକ୍ରବାର ରାତି ୮ଟାରେ ସୋନି ଟିଭିରେ ପ୍ରସାରିତ ହେବ। ଧାରାବାହିକାର ନିର୍ମାତା ଏକତା କପୁର ଏନେଇ ଏକ ଭିଡିଓ ତାଙ୍କ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି । ଯାହା କି ଧାରିବାହିକର ପ୍ରଥମ ପ୍ରମୋ ରହିଥିଲା ତେବେ ଦର୍ଶକ ସିଜିନ ୱାନରେ ରାମ ଓ ପ୍ରିୟାଙ୍କ ଯୋଡି ଖୁବ ପସନ୍ଦ କରୁଥିବା ବେଳେ ଏବେ ଏହି ନୂଆ ଯୋଡି ବି ଦର୍ଶକଙ୍କ ମନ ଜିଣିବେ ବୋଲି ଆଶା ରହିଛି।

Leave A Reply

Your email address will not be published.