ପ୍ରମୁଖ ଖବର

ଆଗାମୀ ୪୮ ଘଣ୍ଟା ପରେ ପୁଣି ବଢିବ ତାତି, ଏନେଇ ପାଣିପାଗ କେନ୍ଦ୍ର ଭୁବନେଶ୍ୱରର ନିର୍ଦ୍ଦେଶିକା ମନୋରମା ମହାନ୍ତି ସୂଚନା ଦେଇଛନ୍ତି
୧୬ ତାରିଖରେ ଭୁବନେଶ୍ୱରରେ ମେଗା ରୋଡ୍ ସୋ କରିବେ ମୁଖ୍ୟମନ୍ତ୍ରୀ: ଗଙ୍ଗନଗର ଛକରୁ ବାହାରି ରୁପାଲି ଛକରେ ପହଁଚିବ ନବୀନଙ୍କ ବିଶାଳ ଯାତ୍ରା
ଓଡ଼ିଶାରେ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ସରିବ ନାମାଙ୍କନ, ଆସନ୍ତାକାଲି ନାମାଙ୍କନ ଯାଞ୍ଚ ଓ ୧୭ ତାରିଖରେ ନାମାଙ୍କନ ପ୍ରତ୍ୟାହାର କରାଯାଇପାରିବ
ନାମାଙ୍କନ ଭରିଲେ ମୋଦୀ, ବାରାଣାସୀ ଆସନରୁ ତୃତୀୟ ଥର ପାଇଁ କଲେ ପ୍ରାର୍ଥୀପତ୍ର ଦାଖଲ
ବ୍ରହ୍ମପୁରର ବିଜେପି ଲୋକସଭା ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀଙ୍କୁ ଆକ୍ରମଣ ଘଟଣାରେ ଗିରଫ ହେଲେ ସ୍ୱାଧୀନ ପ୍ରାର୍ଥୀ ଶିବଶଙ୍କର ଦାସ
ବିହାରର ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ ତଥା ରାଜ୍ୟସଭା ସାଂସଦ ସୁଶୀଲ ମୋଦିଙ୍କ ପରଲୋକ

‘ଶଙ୍ଖା ସିନ୍ଦୁର ପିନ୍ଧିବନି, ମାନ୍ୟବର ଡାକିବ’

0

ଭୁବନେଶ୍ବର: ମାନବବାଦ ସଂଗଠନରେ ସାମିଲ ହେବାକୁ ହେଲେ ମାନିବାକୁ ହେବ ସମସ୍ତ ନିୟମ। ମାନବବାଦ ସଂଗଠନର ଏବେ ଗୋଟେ ପରେ ଗୋଟେ ଗୁମର ପଦାକୁ ଆସିବାରେ ଲାଗିଛି। ନିଜକୁ ମାନବବାଦୀ ସଂଗଠନର ମୁଖ୍ୟ କହୁଥିବା ମାନସ ଦାସ କିଭଳି ଗରିବ ଓ ନିଃସହାୟ ଲୋକଙ୍କୁ ନିର୍ଯାତନା ଦେଉଥିଲା ତାର ଚିତ୍ର ଏବେ ସାମନାକୁ ଆସୁଛି।

ସଂଗଠନରେ ସାମିଲ ହେବାକୁ ହେଲେ କଠୋର ସର୍ତ୍ତ ରଖୁଥିଲେ ମାନସ ଦାସ। ଯେଉଁ ସର୍ତ୍ତ ଗୁଡିକ ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ସ୍ତ୍ରୀ ଲୋକମାନେ ସିନ୍ଦୁର ଶଙ୍ଖା ପିନ୍ଧିବେନାହିଁ। ମହିଳାଙ୍କୁ ମନ୍ଦିରକୁ ଯିବାକୁ ମଧ୍ୟ ବାରଣ କରାଯାଉଥିଲ। ଏପରିକି ମହିଳା ମାନେ ବିବାହ କରିପାରିବେନି । ବାପା ମାଆ ମଲେ ଶୁଦ୍ଧି ହେବେ ନାହିଁ। ଆଉ ଚାକିରି କରିଥିଲେ ଅଧା ଦରମା ସଂଗଠନକୁ ଦେବେ।

ମାନସ ଦାସଙ୍କ ନିର୍ଯାତନାର ଶିକାର ହୋଇ ଗାଁ ଛାଡିଥିବା କିଛି ଲୋକ ଏଭଳି ସାଂଘାତିକ କଥା କ୍ୟାମେରା ଆଗରେ କହିଛନ୍ତି। ସଂଗଠନରେ ସାମିଲ ନ ହେବାରୁ ପ୍ରାୟ ୮ ବର୍ଷ ହେଲା ଗାଁ ଛାଡିଛନ୍ତି ୬ ପରିବାର। ରମେଶ ନାୟକ, ଡମ୍ବରୁ ପ୍ରଧାନ,ଯୋଗୀ ପ୍ରଧାନ,ସର୍ବେଶ୍ୱର ପ୍ରଧାନ, ସାଧୁ ନାୟକ ଓ ଭୀମ ପ୍ରଧାନଙ୍କ ପରିବାର ମାନସ ଦାସଙ୍କ ନିର୍ଦ୍ଦେଶରେ ଗାଁରୁ ତଡାଖାଇଛନ୍ତି।

ଖୋର୍ଦ୍ଧା ଡାଳତୋଳା ଆଦିବାସୀ ସାହିରୁ ଏଭଳି ଅଭିଯୋଗ ଆସିଛି। କେମିତି ଅକଥନୀୟ ଅତ୍ୟାଚାର ଦିଆଯାଉଥିଲା ଗାଁ ଛାଡିଥିବା ଜଣେ ଅଭିଯୋଗକାରିଣୀ କାନ୍ଦି କାନ୍ଦି କହିଛନ୍ତି। ଜଣେ ମହିଳା ଗଣମାଧ୍ୟମରେ କହିଛନ୍ତି ଯେ, ଗାଁରେ ରହୁଥିବାରୁ ତାଙ୍କୁ ପ୍ରତିଦିନ ୫୦ଟଙ୍କା ଚାନ୍ଦା ଦେବାକୁ ମାଗୁଥିଲେ ମାନବବାଦ ସଂଗଠନର କର୍ମୀ। ଆଉ ଚାନ୍ଦା ନଦେବାରୁ ମାନସ ଦାସଙ୍କ ଲୋକ ମହିଳା ଓ ତାଙ୍କ ପୁଅକୁ ଅମାନୁଷିକ ଭାବେ ମାଡ ମାରିଥିଲେ। । ଏନେଇ ଥାନାରେ ଅଭିଯୋଗ।

ମାନବବାଦ ସଂଗଠନରେ ସାମିଲ ନ ହେବାରୁ ବାପ, ପୁଅଙ୍କୁ ଗଡେଇ ତଡେଇ ମାଡ଼ ମାରିବାକୁ ଭିଡ଼ିଓ ଭାଇରାଲ ହୋଇଥିଲ। ଗୋଟେ ଘର ଭିତରେ ଅମାନୁଷିକ ଭାବେ ମାଡ ମାରିଚାଲିଥିଲେ ବାପା ପୁଅଙ୍କୁ। ସୋସିଆଲ ମିଡିଆରେ ଏହି ଭିଡିଓ ଭାଇରାଲ ହେବା ପରେ ଏବଂ ମାଡ ଖାଇଥିବା ବାପ, ପୁଅ ମୁହଁ ଖୋଲିବା ପରେ ଏବେ ଅଭିଯୋଗର କାହାଣୀ ବଢିବାରେ ଲାଗିଛି।

Leave A Reply

Your email address will not be published.