ପ୍ରମୁଖ ଖବର

ଶ୍ରୀକ୍ଷେତ୍ର ପୁରୀରେ ଆଜି ଆଷାଢ଼ ଶୁକ୍ଳ ଦ୍ୱାଦଶୀ ତିଥିରେ ରଥାରୂଢ଼ ଚତୁର୍ଦ୍ଧାମୂର୍ତ୍ତିଙ୍କ ପବିତ୍ର ଅଧରପଣା ନୀତି ସମ୍ପନ୍ନ
ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତକୁ ପ୍ରଥମ ରୌପ୍ୟ, ଋଷିକାନ୍ତ ସିଂହଙ୍କ କମାଲ
ଓଡ଼ିଶାର ଝିଅ ଜ୍ୟୋତିର୍ମୟୀ ନାୟକ ହେଲେ ‘ଇଣ୍ଡିଆନ୍ ଆଇଡଲ୍ ସିଜନ୍-୧୬’ ବିଜେତା
ପ୍ରତିଯୋଗିତାମୂଳକ ପରୀକ୍ଷାରେ ସଂସ୍କାର ପାଇଁ ଗଠନ ହେବ ଉଚ୍ଚସ୍ତରୀୟ ଟାସ୍କ ଫୋର୍ସ:ପ୍ରଧାନମନ୍ତ୍ରୀ
ହାଇୱେ ଯାତ୍ରୀଙ୍କ ପାଇଁ ବଡ଼ ଆଶ୍ୱସ୍ତି: ଦୂରତା ଅନୁସାରେ ଦେବେ ଟୋଲ ଶୁଳ୍କ
ମହାରାଷ୍ଟ୍ର ଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲା: ବିହାରରୁ ମୁଖ୍ୟ ଅଭିଯୁକ୍ତ ଗିରଫ
ସରକାରଙ୍କ ସହ ଆଲୋଚନା ପରେ ସିଜେପିର ଆନ୍ଦୋଳନ ପ୍ରତ୍ୟାହାର
ଲଗାଣ ବର୍ଷା ପାଇଁ ଜଗତସିଂହପୁରରେ କାଲି ସ୍କୁଲ ଓ ଅଙ୍ଗନବାଡ଼ି ଛୁଟି
ବୌଦ୍ଧରେ ଭୟଙ୍କର ସଡ଼କ ଦୁର୍ଘଟଣା: ଟ୍ୟାଙ୍କର ସହ କାର ଧକ୍କା, ୩ ଗୁରୁତର
ଧର୍ମେନ୍ଦ୍ର ପ୍ରଧାନଙ୍କ ସ୍ଥାନରେ ଶିକ୍ଷା ମନ୍ତ୍ରଣାଳୟର ଅତିରିକ୍ତ ଦାୟିତ୍ୱ ନେଲେ ପ୍ରହ୍ଲାଦ ଯୋଶୀ

କେମିତି କରୁଥିଲେ ଏଟିଏମରୁ ଲୁଟ୍, ଡେମୋ ଦେଖାଇଲେ

0

ଭୁବନେଶ୍ବର: ପୁରୁଣା ଏଟିଏମକୁ ଟାର୍ଗେଟ କରୁଥିଲେ। ଆଉ ଲୁଟ କରି ଚମ୍ପଟ ମାରୁଥିଲେ। ଭୁବନେଶ୍ୱର ବଢେଇବାଙ୍କ ଏସ୍‌ବିଆଇ ଏଟିଏମ ଲୁଟ ଘଟଣାରେ ପୁଲିସ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରିଥିବା ବେଳେ ଆଜି ଅଭିଯୁକ୍ତଙ୍କୁ ଘଟଣା ସ୍ଥଳକୁ ନେଇଥିଲା। ସ୍ପଟରେ ସେମାନେ କେମିତି ଉପାୟରେ ଲୁଟ କରିଥିଲେ ତାହା ଡେମୋ କରାଇଛି କମିସନରେଟ ପୁଲିସ।

ବଢେଇବାଙ୍କ ଏଟିଏମ ଲୁଟ ଘଟଣାରେ ପୁଲିସ ୩ ଜଣଙ୍କୁ ଗିରଫ କରିଛି। ସେମାନଙ୍କଠୁ ଏକ ଦାମୀ କାର ଓ ଟଙ୍କା ଜବତ କରାଯାଇଛି। ଏଟିଏମରେ ଏକ ସ୍ୱତନ୍ତ୍ର ଡିଭାଇସ ଲଗାଇ ଏମାନେ ଟଙ୍କା ଲୁଟି ନେଉଥିଲେ। ଡିଭାଇସ ଲଗାଇବାକୁ ଏମାନଙ୍କୁ ମାତ୍ର ୨ ରୁ ୩ ମିନିଟ ସମୟ ଲାଗୁଥିଲା । ଏହି ଡିଭାଇସ ଲଗାଇବା ପରେ ଏଟିଏମରୁ ଟଙ୍କା ଉଠାଇଲେ ଆଉ ଟଙ୍କା ବାହାରେନାହିଁ। ଗ୍ରାହକ ମାନେ ପଳାଇବା ପରେ ସେହିଟଙ୍କା ଏମାନେ ଡିଭାଇସ ଦ୍ୱାରା ବାହାରକୁ ବାହର କରନ୍ତି।

ତେବେ କଟକ, ପୁରୀ ଓ ଭୁବନେଶ୍ୱରର କିଛି ଏଟିଏମକୁ ଏମାନେ ଟାର୍ଗେଟ କରୁଥିଲେ । ଗତ ୬ ମାସ ମଧ୍ୟରେ ଏମାନେ ପ୍ରାୟ ୮ କୋଟି ଟଙ୍କା ଏଟିଏମରୁ ଲୁଟି ନେଇଥିବା ସୂଚନା ରହିଛି । ଗିରଫ ଅଭିଯୁକ୍ତମାନେ ଉତ୍ତରପ୍ରଦେଶର ବୋଲି ଜଣାପଡିଛି।। ଏମାନେ କେବଳ ଓଡିଶାରେ ନୁହେଁ ବିଭିନ୍ନ ରାଜ୍ୟରେ ଏଭଳି ଏଟିଏମରୁ ଲୁଟ କରୁଥିବା ଜଣାପଡିଛି ।

Leave A Reply

Your email address will not be published.