ପ୍ରମୁଖ ଖବର

ଓଡିଶା, ଗୁଜୁରାଟ, ସୌରାଷ୍ଟ୍ର, ପଶ୍ଚିମ ମଧ୍ୟପ୍ରଦେଶ, ମଧ୍ୟ ମହାରାଷ୍ଟ୍ର ଏବଂ କୋଙ୍କନ ଅତ୍ୟନ୍ତ ଭାରି ବର୍ଷା ସମ୍ଭାବନା
୨୦ସେମିରୁ ଅଧିକ ବର୍ଷା ସମ୍ଭାବନା ନେଇ ରେଡ ଓ୍ବାର୍ଣ୍ଣିଂ ଜାରି
ସକ୍ରିୟ ସ୍ପଷ୍ଟ-ଚିହ୍ନିତ ଲଘୁଚାପ କ୍ଷେତ୍ର ପ୍ରଭାବରେ କରାଯାଇଛି ବଡ଼ ବର୍ଷାର ପୂର୍ବାନୁମାନ
୮ ଯାଏଁ ବର୍ଷା: ୯ ଜିଲ୍ଲାକୁ ରେଡ୍‌ ଆଲର୍ଟ, ଦକ୍ଷିଣ ଓ ଆଭ୍ୟନ୍ତରୀଣ ଓଡ଼ିଶାକୁ ବିପଦ
ଓମ୍‌ସା ସହିତ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ବୈଠକ ପରେ ନିଷ୍ପତ୍ତି; ଡାକ୍ତର ଆନ୍ଦୋଳନ ସ୍ଥଗିତ
ଭୁବନେଶ୍ୱର ବାଣୀବିହାର ଅଞ୍ଚଳରେ ଡ୍ରେନ୍‌ରେ ଭାସି ଯାଇ ଯୁବକ ନିଖୋଜ
ଚଳଚ୍ଚିତ୍ର ଓ ଓଟିଟି କଣ୍ଟେଣ୍ଟ ପାଇରେସି ଉପରେ କଟକଣା ଲଗାଇବାକୁ ଟେଲିଗ୍ରାମକୁ ନିର୍ଦ୍ଦେଶ
ମମତାଙ୍କୁ ଝଟକା: ବରିଷ୍ଠ ନେତ୍ରୀ ଚନ୍ଦ୍ରିମା ଭଟ୍ଟାଚାର୍ଯ୍ୟ ତୃଣମୂଳର ରାଜ୍ୟ ସଭାପତି ପଦ ସମେତ ଦଳର ସମସ୍ତ ପଦବୀରୁ ଦେଲେ ଇସ୍ତଫା
ଅଧିକ ଦାମ ନେଲେ ଫାର୍ମା କମ୍ପାନୀଙ୍କ ବିରୋଧରେ କଡ଼ା ଆକ୍ସନ
ଥାନା କ୍ୱାର୍ଟର୍ସରୁ ମହିଳା ଆଇଆଇସିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
ସେ ଆତ୍ମହତ୍ୟା କରିଥିବା ସୂଚନା ମିଳୁଛି
ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି
ମୁଖ୍ୟମନ୍ତ୍ରୀ ବିଜୟଙ୍କୁ ନେଇ ବିବାଦୀୟ ମନ୍ତବ୍ୟ: ଡିଏମକେ ବିଧାୟକ ଅନିତା ରାଧାକୃଷ୍ଣନ ଗିରଫ
ରାଜଧାନୀ ବୁଦ୍ଧବିହାର ରାସ୍ତାରେ ଗୋଷ୍ଠୀ ସଂଘର୍ଷ ମାମଲାରେ ବଡ଼ କାର୍ଯ୍ୟାନୁଷ୍ଠାନ
୧୦ ଅଭିଯୁକ୍ତଙ୍କୁ ଗିରଫ କଲା କମିସନରେଟ୍ ପୁଲିସ
ଶୁକ୍ରବାର ରାତିରେ ଖଣ୍ଡା, ଭୁଜାଲି ବୁଲାଇବା ସହ ଟେକାପଥର ଫିଙ୍ଗାଫିଙ୍ଗି ହୋଇଥିଲେ
ରଥଯାତ୍ରାଙ୍କୁ ଶୃଙ୍ଖଳିତ କରିବା ପାଇଁ ବରିଷ୍ଠ ପୁଲିସ ଅଧିକାରୀଙ୍କ ସହିତ ଡିଜିଙ୍କ ସ୍ଥିତି ସମୀକ୍ଷା
ଏଥର ମୁତୟନ ହେବେ ୧୨ହଜାର ପୁଲିସ
୩୦୦୦ ହୋମ୍‌ଗାର୍ଡଙ୍କୁ ମଧ୍ୟ ରଥଯାତ୍ରା ସମୟରେ ମୁତୟନ କରାଯିବ

ବିଜୟ ଘରୁ ଗୋଡକାଢିଲେ: କେନ୍ଦ୍ରାପଡା ପରେ ପୁରୀ ଯୋଜନା

0

ଭୁବନେଶ୍ବର: ଘଣ୍ଟାଏ ଧରି ରୁଦ୍ଧ ଦ୍ବାର ବୈଠକରେ କି ଚର୍ଚ୍ଚା ହେଲା, ସେ ନେଇ ନା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁହଁ ଖୋଲିଲେ, ନା ବିଜେପି ନେତା ବିଜୟ ମହାପାତ୍ର। ଉଭୟ ଏହି ଭେଟଘାଟକୁ ସୌଜନ୍ୟମୂଳକ ବୋଲି କହି ହାଲୁକା କରିବାକୁ ଚାହିଁଲେ। ଅତି ବିଶ୍ବସ୍ତ ସୂତ୍ରରୁ ମିଳୁଥିବା ସୂଚନା ଅନୁସାରେ, ଶ୍ରୀ ମହାପାତ୍ରଙ୍କୁ ସକ୍ରିୟ ହେବା ପାଇଁ ଇସାରା ମିଳିଥିବା ସଂପର୍କରେ ଆର୍‌ଏନ୍ଏରେ କୁହାଯାଇଥିଲା। ଧୀରେ ଧୀରେ ଏହା ଉପରୁ ପରଦା ଉଠିବା ଆରମ୍ଭ କଲାଣି।

ଗତ କିଛି ମାସ ମଧ୍ୟରେ ନିର୍ବାଚନମଣ୍ଡଳୀ ବାହାରକୁ କ୍ବଚିତ୍ ଯାଇଥିବା ଶ୍ରୀ ମହାପାତ୍ର ଗତ ସପ୍ତାହରେ ହଠାତ୍ ଖରସ୍ରୋତା ଆନ୍ଦୋଳନସ୍ଥଳରେ ପହଞ୍ଚିିଥିଲେ। ଆନ୍ଦୋଳନକାରୀଙ୍କ ସହିତ ଆଲୋଚନା କାଳରେ ଯେଉଁ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗଟି ଉଠାଇଲେ, ତାହା ଏବେ ସେଠାରେ ଆନ୍ଦୋଳନର ମୋଡ ବଦଳାଇ ଦେଇଛି। ଶ୍ରୀ ମହାପାତ୍ର ପାଣି ପ୍ରକଳ୍ପକୁ ବିରୋଧ କରିନାହାନ୍ତି। ହେଲେ ତଥ୍ୟ ମାଗି ରାଜ୍ୟ ସରକାରଙ୍କ ଅଡୁଆ ବଢାଇ ଦେଇଛନ୍ତି।

ତାଙ୍କର କହିବା କଥା ହେଉଛି, ଭଦ୍ରକକୁ ପାଣି ଦେବାରେ କିଛି ଅସୁବିଧା ନାହିଁ। କିନ୍ତୁ ଏହି ପ୍ରକଳ୍ପ ଅନୁମୋଦନ ହେବା ପୂର୍ବରୁ ରାଜ୍ୟ ସରକାର ଜଳସଂପଦ ବିଭାଗର ଅନୁମତି ନେଇଛନ୍ତି ନା ନାହିଁ? ଯଦି ନେଇନାହାନ୍ତି, ତେବେ ଖରସ୍ରୋତାରେ କେତେ ପାଣି ରହୁଛି, ଏ ସଂପର୍କରେ ସରକାର କେଉଁ ତଥ୍ୟ ବଳରେ ଆକଳନ କରିପାରିଲେ? ଗ୍ରାଉଣ୍ଡ ଜିରୋ ରିପୋର୍ଟ ଯାହା, ପ୍ରକଳ୍ପ କରାଗଲେ ବି ଭଦ୍ରକ ସହରକୁ ବର୍ଷକରୁ ଅଧାଦିନ ପାଣି ଯିବନି। ଏଭଳି ସ୍ଥିତିରେ ପ୍ରକଳ୍ପ କରିବା ପୂର୍ବରୁ ରାଜ୍ୟ ସରକାର ଉପରମୁଣ୍ଡରେ ବ୍ୟାରେଜ୍ କରିବାର ଆବଶ୍ୟକତା ରହିଛି। ଏହାଦ୍ବାରା ସ୍ଥାନୀୟ ଲୋକଙ୍କ ଭିତରେ ଯେଉଁ ଆଶଙ୍କା ପ୍ରକାଶ ପାଉଛି, ତାହା ଦୂର ହୋଇଯିବ। ଭିତରକନିକା ସୁରକ୍ଷିତ ରହିବ ଏବଂ ଭଦ୍ରକ ଲୋକଙ୍କ ପାଇଁ ସରକାର ଯେଉଁ ପ୍ରକଳ୍ପ ହାତକୁ ନେଇଛନ୍ତି, ତାହାର ଉଦ୍ଦେଶ୍ୟ ସଫଳ ହେବ।

ରାଜ୍ୟ ସରକାର ଏ ସଂପର୍କରେ କୌଣସି ମତ ରଖିନାହାନ୍ତି। ବ୍ରାହ୍ମଣୀ ସଂପର୍କରେ ଶେଷ ଥର କେବେ ଅଧ୍ୟୟନ ହୋଇଛି, କେବେ ଠାରୁ ପାଣି ସ୍ରୋତ କମିଲାଣି ଏସବୁ ସଂପର୍କରେ କୌଣସି ରିପୋର୍ଟ ସାମ୍ନାକୁ ଆସିପାରିନାହିଁ। ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ଥମିନି କି ଆନ୍ଦୋଳନକାରୀ ପଛଘୁଞ୍ଚା ଦେଇନାହାନ୍ତି।

ଏବେ ବିଜୟ ମହାପାତ୍ର ତାଙ୍କର ଦ୍ବିିତୀୟଗସ୍ତ ପାଇଁ ପାଗ ଭିଡୁଛନ୍ତି। ସେ ବୁଧବାର ଦିନ ପୁରୀ ଯିବାର କାର୍ଯ୍ୟକ୍ରମ ରହିଛି। ଲକ୍‌ଡାଉନ୍ କଟକଣା ହଟିବା ପରେ ଶ୍ରୀ ମହାପାତ୍ର ଶ୍ରୀଜଗନ୍ନାଥଙ୍କ ଦର୍ଶନ କରିବା ଲାଗି ପୁରୀ ଯାଉଥିବା କହିଛନ୍ତି। କିନ୍ତୁ ତାଙ୍କ ନିକଟତମ ମହଲରୁ ମିଳୁଥିବା ସୂଚନା ଅନୁସାରେ, ଶ୍ରୀ ମହାପାତ୍ର ମହାପ୍ରଭୁଙ୍କ ଦର୍ଶନ କରିବେ ସତ କିନ୍ତୁ ଏହା ପରେ ଐତିହ୍ୟ ପ୍ରକଳ୍ପର ଅଗ୍ରଗତି ସଂପର୍କରେ ବୁଲି ଦେଖିବା ଲାଗି ମନସ୍ଥିର କରିଛନ୍ତି। ଏ ସଂପର୍କରେ ସେ ପ୍ରାକ୍ ପ୍ରସ୍ତୁତି କରିଥିବା ବି ଖବର ମିଳିଛି।

ଗୋଟିଏ ପଟେ ପଞ୍ଚାୟତ ନିର୍ବାଚନକୁ ଦୃଷ୍ଚିରେ ରଖି ରାଜ୍ୟ ବିଜେପି ତାର ସ୍ବରକୁ ଧୀରେ ଧୀରେ ଶାଣିତ କରୁଛି। ଅନ୍ୟପଟରେ ଶ୍ରୀ ମହାପାତ୍ର ରାଜ୍ୟ ସରକାରଙ୍କ ବିକାଶମୂଳକ କାର୍ଯ୍ୟକୁ ଆଦୌ ବିରୋଧ କରୁନଥିଲେ ହେଁ, ସରକାରୀ କାର୍ଯ୍ୟାନ୍ବୟନ ପ୍ରକ୍ରିୟା ଆଡକୁ ଆଙ୍ଗୁଠି ଉଠାଇ ପ୍ରଶାସନ ପାଇଁ ଅଡୁଆ ବଢାଉଥିବା ଲକ୍ଷ୍ୟ କରାଯାଉଛି।

ଜନତାଦଳର ପୁରୁଖା ନେତାମାନଙ୍କର କହିବା କଥା ହେଉଛି, ଶ୍ରୀ ମହାପାତ୍ରଙ୍କର ଏହା ପୁରୁଣା ରଣନୀତି। ସେ ଜାନକୀ ବଲ୍ଲଭ ପଟ୍ଟନାୟକ ସରକାର ସମୟରେ ମଧ୍ୟ ଅନୁରୂପ କୌଶଳ ପ୍ରୟୋଗ କରୁଥିଲେ। ରାଜନେତାଙ୍କୁ କମ୍, ବରଂ ପ୍ରଶାସକଙ୍କ ଉପରେ ତାଙ୍କର ଶକ୍ତ ଦୃଷ୍ଟି ସବୁବେଳେ ନିବଦ୍ଧ ଥିଲା। ଏବେ ବିଜୟ ଫର୍ମ ପୁରୁଣା ଫର୍ମ ଫେରିପାଇଛନ୍ତି। ପଞ୍ଚାୟତ ନିର୍ବାଚନ ପୂର୍ବରୁ ରାଜ୍ୟର ସବୁ ପ୍ରମୁଖ ପ୍ରକଳ୍ପକୁ ସେ ବୁଲିବାର କାର୍ଯ୍ୟକ୍ରମ ରଖିଥିବା କୁହାଯାଉଛି।

Leave A Reply

Your email address will not be published.