ପ୍ରମୁଖ ଖବର

ବିଜେପି ଛାଡ଼ି ଆଜି କଂଗ୍ରେସରେ ଯୋଗ ଦେଇଛନ୍ତି ଦେବାଶିଷ ନାୟକ
ଅମିତ ଶାହାଙ୍କ ନକଲି ଭିଡିଓ ମାମଲାରେ ୩ ଦିନିଆ ପୁଲିସ ହେପାଜତରେ ଗଲେ କଂଗ୍ରେସ ନେତା ଅରୁଣ ରେଡ୍ଡୀ
ଆସନ୍ତାକାଲି ରାତି ସାଢ଼େ ୯ଟାରେ ଭୁବନେଶ୍ବରରେ ପହଞ୍ଚିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ସୋମବାର ବ୍ରହ୍ମପୁର ଏବଂ ନବରଙ୍ଗପୁରରେ ଆୟୋଜିତ ସଭାରେ ଉଦବୋଧନ ଦେବେ
ନବୀନଙ୍କ ୪ ଜିଲ୍ଲା ଗସ୍ତ: ପ୍ରଥମ ପର୍ଯ୍ୟାୟରେ କୋରାପୁଟ, ପରେ ନବରଙ୍ଗପୁର, ରାୟଗଡ଼ା ଓ ଗଜପତି ଜିଲ୍ଲାରେ ନିର୍ବାଚନ ଥିବାବେଳେ, ବିଜେଡି ପ୍ରାର୍ଥୀଙ୍କ ଲାଗି ଭୋଟ ଭିକ୍ଷା କରିବେ ନବୀନ
ଟିକେଟ ଫେରାଇ ଦେଲେ ପୁରୀ ଲୋକସଭା ପ୍ରାର୍ଥୀ; ମେଲରେ ଏଆଇସିସି କୁ ଲେଖିଲେ କଡ଼ା କଥା,ନିର୍ବାଚନ ଲଢ଼ିବା ପାଇଁ ଦଳ ଫଣ୍ଡିଂ ନ ଦେବାରୁ ଟିକେଟ୍ ଫେରାଇ ଦେଇଥିବା ସେ ମେଲ ଜରିଆରେ ଏଆଇସିସିକୁ ଜଣାଇଛନ୍ତି

ବିଜୟ ଘରୁ ଗୋଡକାଢିଲେ: କେନ୍ଦ୍ରାପଡା ପରେ ପୁରୀ ଯୋଜନା

0

ଭୁବନେଶ୍ବର: ଘଣ୍ଟାଏ ଧରି ରୁଦ୍ଧ ଦ୍ବାର ବୈଠକରେ କି ଚର୍ଚ୍ଚା ହେଲା, ସେ ନେଇ ନା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁହଁ ଖୋଲିଲେ, ନା ବିଜେପି ନେତା ବିଜୟ ମହାପାତ୍ର। ଉଭୟ ଏହି ଭେଟଘାଟକୁ ସୌଜନ୍ୟମୂଳକ ବୋଲି କହି ହାଲୁକା କରିବାକୁ ଚାହିଁଲେ। ଅତି ବିଶ୍ବସ୍ତ ସୂତ୍ରରୁ ମିଳୁଥିବା ସୂଚନା ଅନୁସାରେ, ଶ୍ରୀ ମହାପାତ୍ରଙ୍କୁ ସକ୍ରିୟ ହେବା ପାଇଁ ଇସାରା ମିଳିଥିବା ସଂପର୍କରେ ଆର୍‌ଏନ୍ଏରେ କୁହାଯାଇଥିଲା। ଧୀରେ ଧୀରେ ଏହା ଉପରୁ ପରଦା ଉଠିବା ଆରମ୍ଭ କଲାଣି।

ଗତ କିଛି ମାସ ମଧ୍ୟରେ ନିର୍ବାଚନମଣ୍ଡଳୀ ବାହାରକୁ କ୍ବଚିତ୍ ଯାଇଥିବା ଶ୍ରୀ ମହାପାତ୍ର ଗତ ସପ୍ତାହରେ ହଠାତ୍ ଖରସ୍ରୋତା ଆନ୍ଦୋଳନସ୍ଥଳରେ ପହଞ୍ଚିିଥିଲେ। ଆନ୍ଦୋଳନକାରୀଙ୍କ ସହିତ ଆଲୋଚନା କାଳରେ ଯେଉଁ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗଟି ଉଠାଇଲେ, ତାହା ଏବେ ସେଠାରେ ଆନ୍ଦୋଳନର ମୋଡ ବଦଳାଇ ଦେଇଛି। ଶ୍ରୀ ମହାପାତ୍ର ପାଣି ପ୍ରକଳ୍ପକୁ ବିରୋଧ କରିନାହାନ୍ତି। ହେଲେ ତଥ୍ୟ ମାଗି ରାଜ୍ୟ ସରକାରଙ୍କ ଅଡୁଆ ବଢାଇ ଦେଇଛନ୍ତି।

ତାଙ୍କର କହିବା କଥା ହେଉଛି, ଭଦ୍ରକକୁ ପାଣି ଦେବାରେ କିଛି ଅସୁବିଧା ନାହିଁ। କିନ୍ତୁ ଏହି ପ୍ରକଳ୍ପ ଅନୁମୋଦନ ହେବା ପୂର୍ବରୁ ରାଜ୍ୟ ସରକାର ଜଳସଂପଦ ବିଭାଗର ଅନୁମତି ନେଇଛନ୍ତି ନା ନାହିଁ? ଯଦି ନେଇନାହାନ୍ତି, ତେବେ ଖରସ୍ରୋତାରେ କେତେ ପାଣି ରହୁଛି, ଏ ସଂପର୍କରେ ସରକାର କେଉଁ ତଥ୍ୟ ବଳରେ ଆକଳନ କରିପାରିଲେ? ଗ୍ରାଉଣ୍ଡ ଜିରୋ ରିପୋର୍ଟ ଯାହା, ପ୍ରକଳ୍ପ କରାଗଲେ ବି ଭଦ୍ରକ ସହରକୁ ବର୍ଷକରୁ ଅଧାଦିନ ପାଣି ଯିବନି। ଏଭଳି ସ୍ଥିତିରେ ପ୍ରକଳ୍ପ କରିବା ପୂର୍ବରୁ ରାଜ୍ୟ ସରକାର ଉପରମୁଣ୍ଡରେ ବ୍ୟାରେଜ୍ କରିବାର ଆବଶ୍ୟକତା ରହିଛି। ଏହାଦ୍ବାରା ସ୍ଥାନୀୟ ଲୋକଙ୍କ ଭିତରେ ଯେଉଁ ଆଶଙ୍କା ପ୍ରକାଶ ପାଉଛି, ତାହା ଦୂର ହୋଇଯିବ। ଭିତରକନିକା ସୁରକ୍ଷିତ ରହିବ ଏବଂ ଭଦ୍ରକ ଲୋକଙ୍କ ପାଇଁ ସରକାର ଯେଉଁ ପ୍ରକଳ୍ପ ହାତକୁ ନେଇଛନ୍ତି, ତାହାର ଉଦ୍ଦେଶ୍ୟ ସଫଳ ହେବ।

ରାଜ୍ୟ ସରକାର ଏ ସଂପର୍କରେ କୌଣସି ମତ ରଖିନାହାନ୍ତି। ବ୍ରାହ୍ମଣୀ ସଂପର୍କରେ ଶେଷ ଥର କେବେ ଅଧ୍ୟୟନ ହୋଇଛି, କେବେ ଠାରୁ ପାଣି ସ୍ରୋତ କମିଲାଣି ଏସବୁ ସଂପର୍କରେ କୌଣସି ରିପୋର୍ଟ ସାମ୍ନାକୁ ଆସିପାରିନାହିଁ। ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ଥମିନି କି ଆନ୍ଦୋଳନକାରୀ ପଛଘୁଞ୍ଚା ଦେଇନାହାନ୍ତି।

ଏବେ ବିଜୟ ମହାପାତ୍ର ତାଙ୍କର ଦ୍ବିିତୀୟଗସ୍ତ ପାଇଁ ପାଗ ଭିଡୁଛନ୍ତି। ସେ ବୁଧବାର ଦିନ ପୁରୀ ଯିବାର କାର୍ଯ୍ୟକ୍ରମ ରହିଛି। ଲକ୍‌ଡାଉନ୍ କଟକଣା ହଟିବା ପରେ ଶ୍ରୀ ମହାପାତ୍ର ଶ୍ରୀଜଗନ୍ନାଥଙ୍କ ଦର୍ଶନ କରିବା ଲାଗି ପୁରୀ ଯାଉଥିବା କହିଛନ୍ତି। କିନ୍ତୁ ତାଙ୍କ ନିକଟତମ ମହଲରୁ ମିଳୁଥିବା ସୂଚନା ଅନୁସାରେ, ଶ୍ରୀ ମହାପାତ୍ର ମହାପ୍ରଭୁଙ୍କ ଦର୍ଶନ କରିବେ ସତ କିନ୍ତୁ ଏହା ପରେ ଐତିହ୍ୟ ପ୍ରକଳ୍ପର ଅଗ୍ରଗତି ସଂପର୍କରେ ବୁଲି ଦେଖିବା ଲାଗି ମନସ୍ଥିର କରିଛନ୍ତି। ଏ ସଂପର୍କରେ ସେ ପ୍ରାକ୍ ପ୍ରସ୍ତୁତି କରିଥିବା ବି ଖବର ମିଳିଛି।

ଗୋଟିଏ ପଟେ ପଞ୍ଚାୟତ ନିର୍ବାଚନକୁ ଦୃଷ୍ଚିରେ ରଖି ରାଜ୍ୟ ବିଜେପି ତାର ସ୍ବରକୁ ଧୀରେ ଧୀରେ ଶାଣିତ କରୁଛି। ଅନ୍ୟପଟରେ ଶ୍ରୀ ମହାପାତ୍ର ରାଜ୍ୟ ସରକାରଙ୍କ ବିକାଶମୂଳକ କାର୍ଯ୍ୟକୁ ଆଦୌ ବିରୋଧ କରୁନଥିଲେ ହେଁ, ସରକାରୀ କାର୍ଯ୍ୟାନ୍ବୟନ ପ୍ରକ୍ରିୟା ଆଡକୁ ଆଙ୍ଗୁଠି ଉଠାଇ ପ୍ରଶାସନ ପାଇଁ ଅଡୁଆ ବଢାଉଥିବା ଲକ୍ଷ୍ୟ କରାଯାଉଛି।

ଜନତାଦଳର ପୁରୁଖା ନେତାମାନଙ୍କର କହିବା କଥା ହେଉଛି, ଶ୍ରୀ ମହାପାତ୍ରଙ୍କର ଏହା ପୁରୁଣା ରଣନୀତି। ସେ ଜାନକୀ ବଲ୍ଲଭ ପଟ୍ଟନାୟକ ସରକାର ସମୟରେ ମଧ୍ୟ ଅନୁରୂପ କୌଶଳ ପ୍ରୟୋଗ କରୁଥିଲେ। ରାଜନେତାଙ୍କୁ କମ୍, ବରଂ ପ୍ରଶାସକଙ୍କ ଉପରେ ତାଙ୍କର ଶକ୍ତ ଦୃଷ୍ଟି ସବୁବେଳେ ନିବଦ୍ଧ ଥିଲା। ଏବେ ବିଜୟ ଫର୍ମ ପୁରୁଣା ଫର୍ମ ଫେରିପାଇଛନ୍ତି। ପଞ୍ଚାୟତ ନିର୍ବାଚନ ପୂର୍ବରୁ ରାଜ୍ୟର ସବୁ ପ୍ରମୁଖ ପ୍ରକଳ୍ପକୁ ସେ ବୁଲିବାର କାର୍ଯ୍ୟକ୍ରମ ରଖିଥିବା କୁହାଯାଉଛି।

Leave A Reply

Your email address will not be published.