ପ୍ରମୁଖ ଖବର

ଏସ୍‌ଆଇ ପରୀକ୍ଷା ଘୋଟାଲା: ୧୧୯ ଜଣଙ୍କ ଜାମିନ୍ ଆବେଦନ ଖାରଜ
ଆଇପିଏସ୍‍ ଅଧିକାରୀ ଆତ୍ମହତ୍ୟା ମାମଲା, ଘରୁ ମିଳିଲା ୮ ପୃଷ୍ଠାର ସୁଇସାଇଡ୍ ନୋଟ
ରସାୟନ ବିଜ୍ଞାନରେ ନୋବେଲ ପାଇଁ ୩ ବୈଜ୍ଞାନିକଙ୍କ ନାମ ଘୋଷଣା
ଗ୍ରାନାଇଟ୍ ଖାଦାନରେ ବିସ୍ଫୋରଣ, ୩ ଶ୍ରମିକ ମୃତ
ଭିଜିଲାନ୍ସ ଜାଲରେ ଓଏଏସ୍‌ ଅଧିକାରୀ

ମହାପ୍ରଭୁଙ୍କର ମାଳଚୂଳ ସେବା କ’ଣ?

0

ପୁରୀ: ଶ୍ର୍ରୀମନ୍ଦିର ସ୍ୱତ୍ତ୍ୱଲିପିରେ ମହାପ୍ରଭୁଙ୍କର ମାଳଚୂଳ ସେବା ବିଷୟରେ ବର୍ଣ୍ଣିତ ଅଛି। ବିଶେଷ ପର୍ବପର୍ବାଣୀ ତଥା ଯାନିଯାତ୍ରା ଦିବସ ମାନଙ୍କରେ ମାଳଚୂଳ ସେବକ ସେବା ନିର୍ବାହ କରିଥାଆନ୍ତି।

ପ୍ରତିବର୍ଷ ମକରସଂକ୍ରାନ୍ତି ପୂର୍ବ ଦିନ ଶ୍ରୀଜଗନ୍ନାଥଙ୍କ ବାଡରେ ଫୁଲ, ତୁଳସୀର ଚୂଳ ଓ ଜଳା କବରୀ ବେଣୀ ତିଆରି କରି ଆଣି ଖୁଣ୍ଟିଆ ଫୁଲବଟାରେ ପାଳିଆ ଖୁଣ୍ଟିଆଙ୍କ ମାର୍ଫତରେ ପ୍ରଦାନ କରିଥାଆନ୍ତି। ସ୍ନାନ ବେଦୀରେ ଜଗନ୍ନାଥଙ୍କ ବାଡରେ ଫୁଲ ଓ ତୁଳସୀ ଚୂଳ,ରଥ,ଗୁଣ୍ଡିଚାଘର ଲାଗିରେ ସେହି ବାଡର ଚୂଳ ଓ ଜଳା କବରୀ ଯୋଗାନ୍ତି। ବାହୁଡା ଏକାଦଶୀ ଦିନ ସିଂହଦ୍ୱାରର ରଥ ଉପରେ ସେହିପରି ଦିଅନ୍ତି । ଚନ୍ଦନଯାତ୍ରାର ୪୨ ଦିନ ଗୋଟିଏ ଅଳକା ଯୋଗାନ୍ତି।

ଅତୀତରେ ସେବା ନିର୍ବାହ ନିମନ୍ତେ ଏହି ସେବକ ଜଗନ୍ନାଥ ମୌଜାରେ ଜମି ପାଇଥିଲେ ସେତେବେଳେ ଏହି ଜମିର ପରିମାଣ ଥିଲା ୧୯ବାଟି ୧୯ମାଣ । ପରେ ୧୯୫୪ମସିହା ବେଳକୁ ଏହି ଜମି ଏମାର ମଠ ଦଖଲରେ ଅଛି । ଏମାନଙ୍କର ଯାଗିରି ଯାଇଥିବାରୁ ଏମାନେ ସେବା ବନ୍ଦ କଲେ ଏମାର ମଠ ଜାଗିରି ଜମି ଭୋଗ କରୁଥିବାରୁ ଏ ସେବା ଚଳାଇବାକୁ ବାଧ୍ୟ।

Leave A Reply

Your email address will not be published.