ପ୍ରମୁଖ ଖବର

ବନ୍ଧୁକ ଦେଖାଇ ଜୁଏଲାରୀ ମାଲିକଙ୍କଠୁ ଝାମ୍ପିନେଲେ ୪ କୋଟି ଟଙ୍କାର ଅଳଙ୍କାର
ବିଲ୍ ମଞ୍ଜୁରୀ ନେଇ ରାଷ୍ଟ୍ରପତି ଓ ରାଜ୍ୟପାଳଙ୍କ ଲାଗି ରହିବ ନାହିଁ ସମୟ ସୀମା : ସୁପ୍ରିମକୋର୍ଟ
ଅନିଲ୍ ଅମ୍ବାନୀଙ୍କୁ ଇଡି ଝଟକା: ଭୁବନେଶ୍ବରର ସମେତ ଏକାଧିକ ସ୍ଥାନରେ ସମ୍ପତ୍ତି ଆଟାଚ୍
ନୂଆପଡା ବିଧାୟକ ଭାବେ ଶପଥ ନେଲେ ଜୟ ଢ଼ୋଲକିଆ
ପୋଲିସ ସୁରକ୍ଷା ହଟାଇବାକୁ ପୀତବାସ ପଣ୍ଡାଙ୍କ ପତ୍ନୀଙ୍କ ଅନୁରୋଧ
ମୁଖ୍ୟମନ୍ତ୍ରୀ ଭାବେ ନେଲେ ଶପଥ ନୀତୀଶ କୁମାର

କନ୍ଦେଇଦେଲେ ସିଦ୍ଧାର୍ଥ ଶୁକ୍ଳା

0

ମୁମ୍ବାଇ: ଲୋକପ୍ରିୟ ଟେଲି ଅଭିନେତା ସିଦ୍ଧାର୍ଥ ଶୁକ୍ଲାଙ୍କ ପରଲୋକ। ହୃଦଘାତରେ ସିଦ୍ଧାର୍ଥଙ୍କ ପରଲୋକ ହୋଇଛି। ମୁମ୍ବାଇର ଏକ ଘରୋଇ ହସ୍ପିଟାଲରେ ସେ ଚିକିତ୍ସିତ ହେଉଥିବା ବେଳେ ତାଙ୍କର ମୃତ୍ୟୁ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୪୦ ବର୍ଷ ହୋଇଥିଲା।

ସିଦ୍ଧାର୍ଥଙ୍କ ଏତେ କମ ବୟସରେ ମୃତ୍ୟୁକୁ କେହି ସହଜରେ ଗ୍ରହଣ କରିପାରୁନାହାନ୍ତି। ସିଦ୍ଧାର୍ଥଙ୍କ ଫ୍ୟାନଙ୍କୁ ତାଙ୍କ ମୃତ୍ୟୁ ଖବର ସ୍ତବ୍ଧ କରିଦେଇଛି। କେହି ଏହି ଉଦୀୟମାନ କଳାକାରଙ୍କ ଅକାଳ ମୃତ୍ୟୁକୁ ଗ୍ରହଣ କରିପାରୁନାହାନ୍ତି। ସୁଶାନ୍ତ ରାଜପୁତଙ୍କ ପରେ ଏହି କଳାକାରଙ୍କୁ ନେଇ ପ୍ରଶଂସକଙ୍କ ଆଖି କୋଣରେ ଲୁହ ଜମିଯାଇଛି।

ବିଗ ବସ୍ ବିଜେତା ହେଉଛନ୍ତି ସିଦ୍ଧାର୍ଥ ଶୁକ୍ଳା। ବାଳିକାବଧୂରେ ମଧ୍ୟ ମୁଖ୍ୟ ଅଭିନୟ କରିଥିଲେ। ଏହା ସହ ସିଦ୍ଧାର୍ଥ ଏକାଧିକ ହିନ୍ଦୀ ଫିଲ୍ମରେ ମଧ୍ୟ ଅଭିନୟ କରିଛନ୍ତି। ୧୯୮୦ ଡିସେମ୍ବର ୧୨ରେ ଜନ୍ମଗ୍ରହଣ କରିଥିଲେ ସିଦ୍ଧାର୍ଥ । ମଡେଲିଂରୁ କ୍ୟାରିୟର ଆରମ୍ଭ କରିଥିବା ସିଦ୍ଧାର୍ଥ ୨୦୦୪ରେ ସେ ଟିଭି ଡେବ୍ୟୁ କରିଥିଲେ।ବାଳିକା ବଧୂ ସିରିଏଲରୁ ସିଦ୍ଧାର୍ଥ ଘରେ ଘରେ ପରିଚିତ ହୋଇଥିଲେ । ୨୦୦୮ରେ ବାବୁଲ କା ଆଙ୍ଗନ ଛୁଟେନାରେ ତାଙ୍କୁ ଦେଖିବାକୁ ମିଳିଥିଲା ।

Leave A Reply

Your email address will not be published.