ପ୍ରମୁଖ ଖବର

କମନୱେଲ୍ଡ ଗେମ୍ସରେ ଇତିହାସ ରଚିଲେ ଅସ୍ମିତା ଦେ’, ଜୁଡୋରେ ଭାରତକୁ ପ୍ରଥମ ସ୍ୱର୍ଣ୍ଣ
ଉମରକୋଟ ଆଶ୍ରମ ବିଦ୍ୟାଳୟ ଛାତ୍ରୀ ମୃତ୍ୟୁ ଘଟଣା: ପ୍ରଧାନଶିକ୍ଷକ ନିଲମ୍ବିତ
୩ ମାସ ପରେ କାଲିଠୁ ଖୋଲିବ ଭିତରକନିକା
‘ପ୍ରଶ୍ନପତ୍ର ଲିକ୍ ନୁହେଁ, ମାଲ୍‌ପ୍ରାକ୍ଟିସ୍’— ସ୍ୱାସ୍ଥ୍ୟ ବିଶ୍ୱବିଦ୍ୟାଳୟ କୁଳପତି
ହୀରାକୁଦରେ ବଢୁଛି ଜଳସ୍ତର, ଖୋଲିଲା ୨୨ ଗେଟ
ରୁଷିଆ-ୟୁକ୍ରେନ ଯୁଦ୍ଧ: ମୃତ ଭାରତୀୟଙ୍କ ପରିବାରକୁ ସହାୟତା ପାଇଁ କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ
ଦିଲ୍ଲୀରେ ଅମିତ ଶାହ ଓ ଅଶ୍ୱିନୀ ବୈଷ୍ଣବଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
ଇ-୨୦ ପେଟ୍ରୋଲରେ ୨–୬% କମିବ ମାଇଲେଜ୍‌, କିନ୍ତୁ ଇଞ୍ଜିନ୍‌କୁ କ୍ଷତିର ପ୍ରମାଣ ନାହିଁ

ଓଃ! ମୃତ୍ୟୁ ତଥ୍ୟରୁ ଟିକେ ନିସ୍ତାର ମିଳିଲା

0

ଭୁବନେଶ୍ବର: ରାଜ୍ୟରେ ଦୀର୍ଘ ଦିନ ପରେ ମୃତ୍ୟୁସଂଖ୍ୟା ୧୦ ତଳକୁ ଆସିଛି। ଅର୍ଥାତ ବଳକା ମୃତ୍ୟୁର ହିସାବ ସରିଯାଇଛି । ଗତ ୨୪ ଘଣ୍ଟାର ନୂଆ ମୃତ୍ୟୁ ତଥ୍ୟ ଦେଇଛନ୍ତି ସରକାର। ଆଜି ରାଜ୍ୟରେ ୬ ଜଣଙ୍କ ମୃତ୍ୟୁ ନେଇ ସରକାର ତଥ୍ୟ ଦେଇଛନ୍ତି । ୬ ଜଣ ମୃତକଙ୍କ ମଧ୍ୟରେ ଖୋର୍ଦ୍ଧାରୁ ୪,ଯାଜପୁର ଓ କଟକରୁ ଜଣେ ଲେଖାଁଏ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି।

ରାଜ୍ୟ ସରକାର ଜୁଲାଇ ମାସ ଆରମ୍ଭରୁ ବଳକା ମୃତ୍ୟୁର ହିସାବ ଦେଉଥିଲେ। ପ୍ରତିଦିନ ପ୍ରାୟ ୬୦ ଉପରେ ମୃତ୍ୟୁର ହିସାବ ଦେଉଥିଲେ ସରକାର। ଜୁଲାଇ
ମାସରେ ୧୨ ଶହ ୬୪ ଜଣଙ୍କ, ଅଗଷ୍ଟ ମାସରେ ୨ ହଜାର ଆକ୍ରାନ୍ତଙ୍କ ବଳକା ମୃତ୍ୟୁର ହିସାବ ଦେଇଥିଲେ ସରକାର । ରାଜ୍ୟରେ ଏବେ ମୋଟ ମୃତ୍ୟୁ ସଂଖ୍ୟା ୮ ହଜାର ୨୮କୁ ବୃଦ୍ଧି ପାଇଛି। ଗତ ୨୪ ଘଣ୍ଟାରେ ରାଜ୍ୟରେ ୬୬ ହଜାର ୯୬୭ ନମୂନା ପରୀକ୍ଷା ହୋଇଥିବା ବେଳେ ୭୫୪ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।ଏମାନଙ୍କ ମଧ୍ୟରୁ ୪୩୮ ଜଣ ସଂଗରୋଧରୁ ଓ ୩୧୬ ଜଣ ସ୍ଥାନୀୟ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।

ଖୋର୍ଦ୍ଧାରୁ ସର୍ବାଧିକ ୨୬୧ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ କଟକରୁ ୧୧୦ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ୧୮ ବର୍ଷରୁ କମ ୧୦୮ ଜଣ ପିଲା କରୋନାରେ ଆକ୍ରାନ୍ତ ହୋଇଛନ୍ତି । ରାଜ୍ୟରେ ଏବେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୯ ହଜାର ୨୨୩କୁ ବୃଦ୍ଧି ପାଇଛି।

Leave A Reply

Your email address will not be published.