ପ୍ରମୁଖ ଖବର

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ୟୁଏଇ ଗସ୍ତର ପ୍ରଥମ ଦିନରେ ଓଡ଼ିଶାରେ ନିବେଶ ଓ ବାଣିଜ୍ୟିକ ସହଯୋଗ ବୃଦ୍ଧି ନେଇ ଏକାଧିକ ଗୁରୁତ୍ୱପୂର୍ଣ୍ଣ ଆଲୋଚନା
ଭୋଟର ତାଲିକାରେ ନାମର ବନାନ ତ୍ରୁଟି; ଭାରତ ରତ୍ନ ବୈଜ୍ଞାନିକ ସିଏନଆର ରାଓଙ୍କୁ ନୋଟିସ୍‌
ଫାୟାର ସେଫ୍ଟି ନିୟମ ଭାଙ୍ଗିଲେ ବନ୍ଦ ହେବ କୋଚିଂ ସେଣ୍ଟର; ସେପ୍ଟେମ୍ବର ୧୫ରୁ ସ୍ୱତନ୍ତ୍ର ଯାଞ୍ଚ
ଇରାନ-ଆମେରିକା ମୁହାଁମୁହିଁ; ଖାର୍ଗ ଦ୍ୱୀପ ନିକଟରେ ୫ ତୈଳ ଟ୍ୟାଙ୍କର ଧ୍ୱଂସ
୧୧ରେ ମୋଦୀ-ପୁଟିନ୍‌ ଦ୍ୱିପାକ୍ଷିକ ଆଲୋଚନା
୭ଟି ହାଇ-ଡେନ୍ସିଟି ରେଳ କରିଡୋରକୁ ଫୋର୍‌-ଲେନ୍‌ କରିବାକୁ କେନ୍ଦ୍ର କ୍ୟାବିନେଟର ମଞ୍ଜୁରୀ
୨୪ ଘଣ୍ଟା ମଧ୍ୟରେ ବଙ୍ଗୋପସାଗରରେ ସୃଷ୍ଟି ହେବ ଲଘୁଚାପ କ୍ଷେତ୍ର, ୩ ଦିନ ଯାଏଁ ବର୍ଷା ସମ୍ଭାବନା
ସମ୍ ରେ ପଂଚମ ମଲ୍‌ଟିପଲ୍ କ୍ୟାଡାଭେରିକ୍ ଅର୍ଗାନ୍ ରିଟ୍ରିଭାଲ୍‌

ବିପଦ ଆଣିବ କି ନୂଆ ଭ୍ୟାରିଆଣ୍ଟ!

0

ଭୁବନେଶ୍ବର: କରୋନାର ନୂଆ ରୂପ ବିଶ୍ୱ ପାଇଁ ବିପଦ ଆଣିପାରେ। ନୂଆ ଭ୍ୟାରିଆଣ୍ଟ ଆଣିବ କି ତୃତୀୟ ଲହର ? ନ୍ୟୁ ଭ୍ୟାରିଆଣ୍ଟ ସି.୧.୨ ପରେ ‘ମ୍ୟୁ’କୁ ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଚିନ୍ତା ପ୍ରକଟ କରିଛି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ କୁହାଯାଇଛି ଯେ, ନୂଆ ଭୂତାଣୁ ‘ମ୍ୟୁ’ ଉପରେ ଏବେ ନଜର ରହିଛି । ଏହି ନୂଆ ଭାଇରସ ଟିକାର ପ୍ରତିରୋଧକ ଶକ୍ତି ଭାଙ୍ଗିପାରେ।

କଲମ୍ବିଆରେ ଜାନୁଆରି ୨୦୨୧ରେ ପ୍ରଥମେ ଏହି ଭାଇରସ ଚିହ୍ନଟ ହୋଇଥିଲା । ଏବେ ଦକ୍ଷିଣ ଆମେରିକା ଓ ୟୁରୋପରେ ଏହା ମାଡ଼ି ଚାଲିଛି। ଏହି ନୁଆ ଭୂତାଣୁର ନାଁ ଦିଆଯାଇଛି ବି.୧.୬୨୧ । ଏହି ଭାଇରସ ଟିକାର ସୁରକ୍ଷା ବଳକୁ ଭେଦ କରି ସଂକ୍ରମିତ କରିପାରେ । ଏବେ ସୁଦ୍ଧା ଏହି ନୂଆ ଭୂତାଣୁ କଲମ୍ବିଆରେ ୪୯ ପ୍ରତିଶତ ଲୋକଙ୍କୁ ସଂକ୍ରମିତ କରିସାରିଛି । ଏବେ ଏହା ଦକ୍ଷିଣ ଆମେରିକାରେ ବ୍ୟାପିଯାଇଛି।

ସେପଟେ ନୂଆ ଭ୍ୟାରିଆଣ୍ଟ ସି.୧.୨ ମଧ୍ୟ ବିଶ୍ୱର ୮ଟି ଦେଶରେ ବ୍ୟାପିଗଲାଣି। ଚୀନ ସମତେ ୭ଟି ଦେଶରେ ବ୍ୟାପୁଛି ନୂଆ ଭ୍ୟାରିଆ । ଏହା ମଧ୍ୟ ଟିକାର ପ୍ରତିରୋଧକ ଶକ୍ତି ଭାଙ୍ଗିପାରେ।। ସି.୧.୨ ଭାଇରସ ପ୍ରଥମେ ଦକ୍ଷିଣ ଆଫ୍ରିକାରେ ମିଳିଥିଲା ଏହା ଡେଲଟା ଭାରିଆ ଠୁ ଅଧିକ ମାରାତ୍ମକ। ଏହା ଆଣ୍ଟିବଡିକୁ ଅଧିକ କ୍ଷତି ପହଞ୍ଚାଇବାରେ ସକ୍ଷମ । ଚୀନ,ଇଂଲଣ୍ଡ,କଙ୍ଗୋ,ପର୍ତ୍ତୁଗାଲ, ନ୍ୟୁଜିଲାଣ୍ଡ, ସୁଇଜରଲ୍ୟାଣ୍ଡରେ ବ୍ୟାପିଗଲାଣି ଏହି ଭାଇରସ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଅନୁସାରେ ଏବେ ୫ ପ୍ରକାର ଭ୍ୟାରିଆଣ୍ଟ୍ ଅଧିକ ଅନୁଧ୍ୟାନ ପାଇଁ ତାଲିକାଭୁକ୍ତ କରାଯାଇଛି।

କରୋନାର ଦ୍ୱିତୀୟ ଲହରର ପ୍ରଭାବ ଭାରତରେ କମିଥିବା ବେଳେ କେରଳରେ କିନ୍ତୁ କିଛି ଦିନ ହେବ ହଜାର ହଜାର ସଂଖ୍ୟାରେ ନୂଆ ମାମଲା ସାମ୍ନାକୁ ଆସୁଛି। ବିଶେଷଜ୍ଞମାନେ ସେପ୍ଟେମ୍ବର କି ଅକ୍ଟୋବରରେ ଦେଶରେ ତୃତୀୟ ଲହର ଆସିବା ନେଇ ଆକଳନ କରିଥିବା ବେଳେ ଏବେ ବିଭିନ୍ନ ଦେଶରେ ଦେଖାଇଥିବା ଏହି ନୂଆ ଭ୍ୟାରିଆଣ୍ଟ୍ ଚିନ୍ତା ବଢାଇଛି।

Leave A Reply

Your email address will not be published.