ପ୍ରମୁଖ ଖବର

ଆଇଏମ୍‌ଏସ୍ ଆଣ୍ଡ ସମ ହସ୍ପିଟାଲ୍ କ୍ୟାମ୍ପସ-୨ରେ ଏଆରଟି ସେଂଟର ଉଦ୍‌ଘାଟିତ
ପଞ୍ଚମ ଏବଂ ଅଷ୍ଟମ ଶ୍ରେଣୀ ପାଇଁ ୧୭ଟି ନୂତନ ପାଠ୍ୟପୁସ୍ତକକୁ ମିଳିଲା ଅନୁମୋଦନ
କ୍ୟାବିନେଟରେ ୫ବିଭାଗର ୬ପ୍ରସ୍ତାବକୁ ମଞ୍ଜୁରୀ
ବିନା ଅନୁମତିରେ ବିଡିଓ ଓ ତହସିଲଦାର ଛୁଟିରେ ରହିଲେ ନିଆଯିବ କାର୍ଯ୍ୟାନୁଷ୍ଠାନ
ଯାତ୍ରୀଙ୍କ ପାଇଁ ଆଡଭାଇଜରି ଜାରି କଲା ଦିଲ୍ଲୀ ବିମାନବନ୍ଦର
ବାଲେଶ୍ବର ଜିଲ୍ଲା ମୁଖ୍ୟ ହସ୍ପିଟାଲରେ ଅଗ୍ନିକାଣ୍ଡ

ରାକ୍ଷସ ପାଲଟିଗଲା ଯୁବକ; ହତ୍ୟା ପରେ…

0

ଜୟପୁର: ନିଶାରେ ବେଳେ ବେଳେ ମଣିଷ ଅମଣିଷ ପାଲଟିଯାଏ। ରାକ୍ଷସ ପାଲଟିବାକୁ ମଧ୍ୟ ପଛାଏନାହିଁ। ରାଜସ୍ଥାନ ହନୁମାନଗଡ଼ରୁ ଏକ ଲଜ୍ଜାଜନକ ଘଟଣା ସାମନାକୁ ଆସିଛି। ଜଣେ ୬୦ ବର୍ଷୀୟା ମହିଳାଙ୍କ ସହ ଦୁଷ୍କର୍ମ କରିବାକୁ ଚେଷ୍ଟା କରିବାକୁ ଉଦ୍ୟମ କରିଛି ୧୯ ବର୍ଷର ଯୁବକ। ଆଉ ଦୁଷ୍କର୍ମ ଉଦ୍ୟମରେ ବିଫଳ ହେବା ପରେ ମହିଳାଙ୍କ ତଣ୍ଟି ଚିପି ହତ୍ୟା କରିଥିଲା। ଶେଷରେ ଶବ ସହ ଦୁଷ୍କର୍ମ କରିବାକୁ ପଛାଇନଥିଲା।

ଏଭଳି ହୃଦୟଥରା ଘଟଣା ହନୁମାନଗଡ଼ ପିଲିବଙ୍ଗା ଜିଲ୍ଲାରୁ ଆସିଛି। ଦୁଲମାନା ଗାଁର ଜଣେ ୧୯ ବର୍ଷୀୟ ଯୁବକ ନିଶାଶକ୍ତ ଅବସ୍ଥାରେ ମଣିଷପଣିଆକୁ ଭୁଲିଯାଇଛି। ଏଭଳି ଲଜ୍ଜାଜନକ ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି। ପୁଲିସ ଏହି ଘଟଣାକୁ ଗମ୍ଭୀରତାର ସହ ନେଇଛି । ଅଭିଯୁକ୍ତ ଯୁବକ ଦବିସ ଦେକରକୁ ଗିରଫ କରିଛି। ମହିଳାଙ୍କ ମୃତଦେହକୁ ମଧ୍ୟ ବ୍ୟବଚ୍ଛେଦ ପାଇଁ ପଠାଯାଇଛି ।

Leave A Reply

Your email address will not be published.