ପ୍ରମୁଖ ଖବର

ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ, ଅଳ୍ପକେ ବର୍ତ୍ତିଲେ ମନ୍ତ୍ରୀ
ୟୁନିଟ୍-୧ ହାଟରେ ଲାଗିବ ଅତ୍ୟାଧୁନିକ ଫାୟାର ଫାଇଟିଂ ସିଷ୍ଟମ, ଅଗ୍ନିକାଣ୍ଡ ରୋକିବାକୁ ବିଏମସିର ମେଗା ପ୍ଲାନ
ଆଇଏସ୍‌ଆଇ ସହ ଲିଙ୍କ୍‌: ଦିଲ୍ଲୀରେ ଆଉ ୫ ଆତଙ୍କବାଦୀ ଗିରଫ
ପ୍ରବଳ ଖରା ପାଇଁ ଖୋର୍ଦ୍ଧାରେ ୧୯ରୁ ୨୫ ଜୁନ୍ ପର୍ଯ୍ୟନ୍ତ ସକାଳୁଆ ସ୍କୁଲ
ଦୀର୍ଘକାଳୀନ ଅନୁପସ୍ଥିତ ଡାକ୍ତରଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ
୨୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଲେ ଡେଲାଙ୍ଗ ଫରେଷ୍ଟର୍
ବିଜେପି ନେତାଙ୍କ ସହ ୩ ଜଣଙ୍କୁ ଜୀଅନ୍ତା ପୋଡ଼ିଦେଲେ ଦୁର୍ବୃତ୍ତ

ରାକ୍ଷସ ପାଲଟିଗଲା ଯୁବକ; ହତ୍ୟା ପରେ…

0

ଜୟପୁର: ନିଶାରେ ବେଳେ ବେଳେ ମଣିଷ ଅମଣିଷ ପାଲଟିଯାଏ। ରାକ୍ଷସ ପାଲଟିବାକୁ ମଧ୍ୟ ପଛାଏନାହିଁ। ରାଜସ୍ଥାନ ହନୁମାନଗଡ଼ରୁ ଏକ ଲଜ୍ଜାଜନକ ଘଟଣା ସାମନାକୁ ଆସିଛି। ଜଣେ ୬୦ ବର୍ଷୀୟା ମହିଳାଙ୍କ ସହ ଦୁଷ୍କର୍ମ କରିବାକୁ ଚେଷ୍ଟା କରିବାକୁ ଉଦ୍ୟମ କରିଛି ୧୯ ବର୍ଷର ଯୁବକ। ଆଉ ଦୁଷ୍କର୍ମ ଉଦ୍ୟମରେ ବିଫଳ ହେବା ପରେ ମହିଳାଙ୍କ ତଣ୍ଟି ଚିପି ହତ୍ୟା କରିଥିଲା। ଶେଷରେ ଶବ ସହ ଦୁଷ୍କର୍ମ କରିବାକୁ ପଛାଇନଥିଲା।

ଏଭଳି ହୃଦୟଥରା ଘଟଣା ହନୁମାନଗଡ଼ ପିଲିବଙ୍ଗା ଜିଲ୍ଲାରୁ ଆସିଛି। ଦୁଲମାନା ଗାଁର ଜଣେ ୧୯ ବର୍ଷୀୟ ଯୁବକ ନିଶାଶକ୍ତ ଅବସ୍ଥାରେ ମଣିଷପଣିଆକୁ ଭୁଲିଯାଇଛି। ଏଭଳି ଲଜ୍ଜାଜନକ ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି। ପୁଲିସ ଏହି ଘଟଣାକୁ ଗମ୍ଭୀରତାର ସହ ନେଇଛି । ଅଭିଯୁକ୍ତ ଯୁବକ ଦବିସ ଦେକରକୁ ଗିରଫ କରିଛି। ମହିଳାଙ୍କ ମୃତଦେହକୁ ମଧ୍ୟ ବ୍ୟବଚ୍ଛେଦ ପାଇଁ ପଠାଯାଇଛି ।

Leave A Reply

Your email address will not be published.