ପ୍ରମୁଖ ଖବର

ମଧ୍ୟାହ୍ନଭୋଜନରେ ପ୍ରତି ବିଦ୍ୟାର୍ଥୀଙ୍କ ପିଛା ୧ ଟଙ୍କା ବୃଦ୍ଧି କଲେ ମୁଖ୍ୟମନ୍ତ୍ରୀ
ବଲାଙ୍ଗିର ଜିଲ୍ଲା ତୁରେଇକେଲା ବ୍ଲକ ପଲ୍ଲୀବିକାଶ ପଞ୍ଚାୟତ ହାଇସ୍କୁଲରେ ଭାଷଣ ଦେବାବେଳେ ଚାଲିଗଲା ପ୍ରଧାନଶିକ୍ଷକଙ୍କ ଜୀବନ
ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣା
ଚିଙ୍ଗୁଡ଼ି ଗୋଦାମରେ ଭୟାବହ ଅଗ୍ନିକାଣ୍ଡ
ଡୋମିନିକାର ସର୍ବୋଚ୍ଚ ସମ୍ମାନ ପାଇବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ଜେସପିଏଲ ଫାଉଣ୍ଡେସନ୍ ମହାତ୍ମା ସମ୍ମାନ ପୁରସ୍କାରରେ ସମ୍ମାନିତ

0

ନୂଆଦିଲ୍ଲୀ / ଭୁବନେଶ୍ୱର, ଅକ୍ଟୋବର ୦୧, ୨୦୨୧:କୋଭିଡ ମହାମାରୀ ମୁକାବିଲା ପାଇଁ ବହୁମୁଖୀ ସାମାଜିକ କାର୍ଯ୍ଯକ୍ରମ ନିମନ୍ତେ ଜେଏସପିଏଲ ଫାଉଣ୍ଡେସନକୁ ସମ୍ମାନଜନକ ମହାତ୍ମା ପୁରସ୍କାରରେ ସମ୍ମାନିତ କରାଯାଇଛି | ପୁଡୁଚେରୀର ପୂର୍ବତନ ଲେଫ୍ଟନାଣ୍ଟ ଗଭର୍ଣ୍ଣର ଡ କିରଣ ବେଦୀ, ଆଇପିଏସ୍, ଆଜି (୧ ଅକ୍ଟୋବର ୨୦୨୧) ନୂଆଦିଲ୍ଲୀରେ ଆୟୋଜିତ ଏକ ପୁରସ୍କାର ବିତରଣ ଉତ୍ସବରେ ଜେଏସପିଏଲର ପ୍ରେସିଡେଣ୍ଟ ତଥା ଗୃପ ସିଏସ୍ଆର୍ ମୁଖ୍ୟ ଶ୍ରୀ ପ୍ରଶାନ୍ତ କୁମାର ହୋତାଙ୍କୁ ଏହି ପୁରସ୍କାର ପ୍ରଦାନ କରିଥିଲେ।ଏହି ଅବସରରେ JSPL ଫାଉଣ୍ଡେସନର ଅଧ୍ୟକ୍ଷା ଶ୍ରୀମତୀ ଶାଲୁ ଜିନ୍ଦଲ କହିଛନ୍ତି ଯେ, “ଲଗାତାର ତିନି ବର୍ଷ ପାଇଁ ‘ମହାତ୍ମା ପୁରସ୍କାର’ ଜିତିବା ପାଇଁ ଜେଏସପିଏଲ ଫାଉଣ୍ଡେସନକୁ ହାର୍ଦ୍ଦିକ ଅଭିନନ୍ଦନ।  କୋଭିଡ ମହାମାରୀର ମୁକାବିଲା ପାଇଁ ଜେଏସପିଏଲ ଫାଉଣ୍ଡେସନର ବହୁମୁଖୀ ପଦକ୍ଷେପକୁ ସ୍ୱୀକୃତି ଦେଇଥିବାରୁ ମୁଁ ସମ୍ମାନିତ ଜୁରିଙ୍କୁ କୃତଜ୍ଞତା ଜଣାଉଛି”  |କୋଭିଡ ମହାମାରୀର ମୁକାବିଲା ନିମନ୍ତେ ଖାଦ୍ୟ ଯୋଗାଇବା ଠାରୁ ଆରମ୍ଭ କରି ଲୋକଙ୍କ ଚିକିତ୍ସା ସୁବିଧା ପାଇଁ ଜେଏସପିଏଲ ଏବଂ ଜେଏସପିଏଲ ଫାଉଣ୍ଡେସନ୍ ବିଭିନ୍ନ ପଦକ୍ଷେପ ଆରମ୍ଭ କରିଥିଲା | ଜେଏସପିଏଲ ପକ୍ଷରୁ ୧୩ରୁ ଅଧିକ ରାଜ୍ୟର ବିଭିନ୍ନ ଡାକ୍ତରଖାନାକୁ ପ୍ରାୟ ୫୦୦୦ ଟନ୍ ଲିକ୍ୱିଡ୍ ମେଡିକାଲ୍ ଅମ୍ଳଜାନ (LMO) ଯୋଗାଇ ଦିଆଯାଇଥିଲା | ମହାମାରୀର ପ୍ରଥମ ଏବଂ ଦ୍ୱିତୀୟ ଲହର ସମୟରେ ଜେଏସପିଏଲ ଫାଉଣ୍ଡେସନ୍ ଦ୍ଵାରା ଓଡିଶା, ଝାଡଖଣ୍ଡ, ଛତିଶଗଡ, ନୂଆଦିଲ୍ଲୀ ଏବଂ ଭାରତର ଅନ୍ୟାନ୍ୟ ଅଞ୍ଚଳରେ ୧୦ ଲକ୍ଷରୁ ଅଧିକ ଲୋକଙ୍କ ନିକଟରେ ରନ୍ଧା ଖାଦ୍ୟ ଏବଂ ଶୁଖିଲା ରାସନ ଯୋଗା ଦିଆଯାଇଥିଲା |କୋଭିଡ ରୋଗୀଙ୍କ ଚିକିତ୍ସା ପାଇଁ କମ୍ପାନୀ ଏହାର ଛତିଶଗଡର ରାୟଗଡ ଏବଂ ତାମନାରରେ ଥିବା ଫର୍ଟିସ୍ ଓପି ଜିନ୍ଦଲ ହସ୍ପିଟାଲ୍ ଏବଂ ଅନୁସନ୍ଧାନ କେନ୍ଦ୍ରରେ ୩୦୨ ଶଯ୍ୟା ବ୍ୟବସ୍ଥା କରିଛି । ଓଡିଶାରେ, କମ୍ପାନୀ ଜୁନ୍ ୨୦୨୧ ରେ ୨୭୦ ଅମ୍ଳଜାନ ସମର୍ଥିତ ଶଯ୍ୟା ସହିତ ଅନୁଗୁଳରେ ଏକ କୋଭିଡ କେୟାର ସେଣ୍ଟର ନିର୍ମାଣ କରିଥିଲା, ଯେଉଁଥିରେ ଭେଣ୍ଟିଲେଟର ସହିତ ପାଞ୍ଚଟି ଆଇସିୟୁ ବେଡ୍ ମଧ୍ୟ ଅନ୍ତର୍ଭୁକ୍ତ |ଲୋକମାନଙ୍କ ମଧ୍ୟରେ ଫେସ୍ କଭର ମାସ୍କ, ସାନିଟାଇଜର ଏବଂ ହାତ ଧୋଇବା ସାମଗ୍ରୀ ବଣ୍ଟନ କରିବା ସହିତ କୋଭିଡର ପ୍ରତିରୋଧ ଏବଂ ଚିକିତ୍ସା, ଟୀକାକରଣ, ଉପରେ ଏକ ବ୍ୟାପକ ସଚେତନତା କାର୍ଯ୍ୟକ୍ରମ ମଧ୍ୟ ଜେଏସପିଏଲ ଫାଉଣ୍ଡେସନ ପକ୍ଷରୁ କରାଯାଉଛି ।

Leave A Reply

Your email address will not be published.