ପ୍ରମୁଖ ଖବର

ଆଇଏମ୍‌ଏସ୍ ଆଣ୍ଡ ସମ ହସ୍ପିଟାଲ୍ କ୍ୟାମ୍ପସ-୨ରେ ଏଆରଟି ସେଂଟର ଉଦ୍‌ଘାଟିତ
ପଞ୍ଚମ ଏବଂ ଅଷ୍ଟମ ଶ୍ରେଣୀ ପାଇଁ ୧୭ଟି ନୂତନ ପାଠ୍ୟପୁସ୍ତକକୁ ମିଳିଲା ଅନୁମୋଦନ
କ୍ୟାବିନେଟରେ ୫ବିଭାଗର ୬ପ୍ରସ୍ତାବକୁ ମଞ୍ଜୁରୀ
ବିନା ଅନୁମତିରେ ବିଡିଓ ଓ ତହସିଲଦାର ଛୁଟିରେ ରହିଲେ ନିଆଯିବ କାର୍ଯ୍ୟାନୁଷ୍ଠାନ
ଯାତ୍ରୀଙ୍କ ପାଇଁ ଆଡଭାଇଜରି ଜାରି କଲା ଦିଲ୍ଲୀ ବିମାନବନ୍ଦର
ବାଲେଶ୍ବର ଜିଲ୍ଲା ମୁଖ୍ୟ ହସ୍ପିଟାଲରେ ଅଗ୍ନିକାଣ୍ଡ

ବିଦ୍ୟୁତ୍‌ କରେଣ୍ଟ ଲାଗି ୧୦ ଶିଶୁ ଗୁରୁତର

0

ଦିଗପହଣ୍ଡି: ଗଞ୍ଜାମ ଜିଲା ଦିଗପହଣ୍ଡିର ଫାଶିଗୁଡ଼ାରେ ଏକ ଅଘଟଣ ଘଟିଛି। ବିଦ୍ୟୁତ୍‌ କରେଣ୍ଟ ଲାଗି ୧୦ ଶିଶୁ ଗୁରୁତର ହୋଇଛନ୍ତି। ଫାଶିଗୁଡ଼ା ଗାଁରେ ମନ୍ଦିର ପ୍ରତିଷ୍ଠା ପାଇଁ ରାମାୟଣ ନାଟକ ମଞ୍ଚସ୍ଥ ହେଉଥିବା ବେଳେଷ୍ଟେଜ ନିକଟରେ ବିଦ୍ୟୁତ ଆଘାତରେ ଶିଶୁମାନେ ଗୁରୁତର ହୋଇଛନ୍ତି। ଗୁରୁତର ଶିଶୁମାନଙ୍କ ବୟସ ୭ରୁ ୧୨ ବର୍ଷ ମଧ୍ୟରେ ହେବ। ସମସ୍ତ ଆହତ ଶିଶୁଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି।

ସୂଚନା ଅନୁସାରେ, ଗ୍ରାମରେ ଠାକୁରାଣୀ ଯାତ୍ରା ଚାଲିଥିଲା। ଯାତ୍ରା ସମୟରେ ରାମାୟଣ ନାଟକ ପରିବେଷଣ ହେଉଥିଲା। ଷ୍ଟେଜରେ ନାଟକ ପରିବେଷଣ ସମୟରେ ବିଦ୍ୟୁତ ତାର ଲାଗିଯିବା ଫଳରେ ପିଲାମାନେ ଆହତ ହୋଇଥିବା ଜଣାପଡ଼ିଛି। ଆହତ ଶିଶୁମାନଙ୍କ ବୟସ ୭ରୁ ୧୨ ବର୍ଷ ମଧ୍ୟରେ ଥିବା କୁହାଯାଉଛି। ଅସୁସ୍ଥ ପିଲାମାନଙ୍କୁ ପ୍ରଥମେ ଦିଗପହଣ୍ଡି ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରୁ ଗୁରୁତର ଥିବା ୪ ପିଲାଙ୍କୁ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ଘଟଣା ସମ୍ପର୍କରେ ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

Leave A Reply

Your email address will not be published.