ପ୍ରମୁଖ ଖବର

ଆଇଏମ୍‌ଏସ୍ ଆଣ୍ଡ ସମ ହସ୍ପିଟାଲ୍ କ୍ୟାମ୍ପସ-୨ରେ ଏଆରଟି ସେଂଟର ଉଦ୍‌ଘାଟିତ
ପଞ୍ଚମ ଏବଂ ଅଷ୍ଟମ ଶ୍ରେଣୀ ପାଇଁ ୧୭ଟି ନୂତନ ପାଠ୍ୟପୁସ୍ତକକୁ ମିଳିଲା ଅନୁମୋଦନ
କ୍ୟାବିନେଟରେ ୫ବିଭାଗର ୬ପ୍ରସ୍ତାବକୁ ମଞ୍ଜୁରୀ
ବିନା ଅନୁମତିରେ ବିଡିଓ ଓ ତହସିଲଦାର ଛୁଟିରେ ରହିଲେ ନିଆଯିବ କାର୍ଯ୍ୟାନୁଷ୍ଠାନ
ଯାତ୍ରୀଙ୍କ ପାଇଁ ଆଡଭାଇଜରି ଜାରି କଲା ଦିଲ୍ଲୀ ବିମାନବନ୍ଦର
ବାଲେଶ୍ବର ଜିଲ୍ଲା ମୁଖ୍ୟ ହସ୍ପିଟାଲରେ ଅଗ୍ନିକାଣ୍ଡ

ଭୁବନେଶ୍ୱର ସହ ୧୧ଟି ବିମାନ ବନ୍ଦର ହେବ ଘରୋଇକରଣ

0

ଭୁବନେଶ୍ବର: ଦେଶର ୧୧ଟି ବିମାନ ବନ୍ଦରକୁ ଘରୋଇକରଣ କରାଯିବ। ସେଥିମଧ୍ୟରେ ରହିଛି ଭୁବନେଶ୍ୱର, ଇନ୍ଦୋର, ରାୟପୁର, ତ୍ରିଚି, ଅମୃତସର, କାଲିକଟ, କୋଏମ୍ବାଟୁର, ନାଗପୁର, ପାଟନା, ମଦୁରାଇ, ସୁରଟ, ରାଞ୍ଚି, ଯୋଧପୁର, ଚେନ୍ନାଇ, ବିଜୟୱାଡା, ଭଦୋଦରା, ଭୋପାଳ, ତିରୁପତି, ହବଲି, ଇମ୍ଫାଲ, ରାଜତାଲ, ଉଦୟପୁର ଭଳି ବିମାନ ବନ୍ଦର।

ଏହି ସବୁ ବିମାନମନ୍ଦରକୁ ୨୦୨୨ରୁ ୨୦୨୫ ମଧ୍ୟରେ ଲିଜ୍‌ ସୁତ୍ରରେ ଘରୋଇ କମ୍ପାନୀକୁ ଦିଆଯିବ। ଏହା ଦ୍ବାରା ଏହି ବିମାନ ବନ୍ଦରର ଉନ୍ନତି ଓ ପରିସୀମାକୁ ବୃଦ୍ଧି କରାଯିବ। ତେବେ ଯେଁଉ ବିମାନ ବନ୍ଦର ଗୁଡିକ କ୍ଷତିରେ ଚାଲୁଛି ସେଗୁଡିକୁ ଘରୋଇ କମ୍ପାନୀକୁ ଦିଆଯିବ। ବିମାନ ବନ୍ଦର ଗୁଡିକର ତାଲିକା ପ୍ରସ୍ତୁତ କରାଯିବ ଯେଉଁ ବିମାନ ବନ୍ଦର ଗୁଡିକ ଲାଭ ଓ କ୍ଷତି ସହୁଥିବ ତାର ବିଡିଂ କରାଯିବ। ଏହାପରେ କଣ ରହିବ ପ୍ରକ୍ରିୟା ତାର ନିଷ୍ପତ୍ତି କେନ୍ଦ୍ର କ୍ୟାବିନେଟ୍ ନେବ।

Leave A Reply

Your email address will not be published.