ପ୍ରମୁଖ ଖବର

ଭଞ୍ଜନଗର ଜଳଭଣ୍ଡାରରେ ବୁଡି ଦୁଇ କଲେଜ୍ ଛାତ୍ରଙ୍କ ମୃତ୍ୟୁ
ପଶ୍ଚିମବଙ୍ଗରେ ନିର୍ବାଚନ ପୂର୍ବରୁ ଟିଏମ୍‌ସି ନେତାଙ୍କ ଘରେ ଆୟକର ଚଢଉ
ସ୍ମାର୍ଟଫୋନ୍‌ରେ ଆଧାର ଆପ୍‌ ପ୍ରି-ଇନଷ୍ଟଲେସନ୍‌ ପ୍ରସ୍ତାବକୁ ପ୍ରତ୍ୟାହାର କଲେ ସରକାର
ତାମିଲନାଡୁର ବାଣ କାରଖାନାରେ ଭୟଙ୍କର ବିସ୍ଫୋରଣ: ୧୬ ମୃତ
ଇଟାଲୀରେ ଗୁରୁଦ୍ୱାର ବାହାରେ ଗୁଳିକାଣ୍ଡ: ଦୁଇ ଭାରତୀୟ ଶିଖଙ୍କ ମୃତ୍ୟୁ
ଖୋର୍ଦ୍ଧାରେ ୨୦ରୁ ୨୩ ପର୍ଯ୍ୟନ୍ତ ସ୍କୁଲ ଛୁଟି
ଫିରୋଜାବାଦରେ ଭୟଙ୍କର ଅଗ୍ନିକାଣ୍ଡ: ୬୦ରୁ ଅଧିକ ଦୋକାନ ଜଳି ଛାରଖାର
ମହିଳା ସଂରକ୍ଷଣ ବିଲ୍ ବାବଦରେ ବିଜେପି ଦେଶବାସୀଙ୍କୁ ଭ୍ରମିତ କରୁଛି: ବିଜେଡି

ରୋଗୀସେବାରେ ସାମିଲ ହେବ ୨୦୦ଟି ନୂଆ ୧୦୮ ଆମ୍ବୁଲାନ୍ସ

0

ଭୁବନେଶ୍ଵର: ରାଜ୍ୟରେ ଗଡିବ ଆଉ ୨୦୦ଟି ନୂଆ ୧୦୮ ଆମ୍ବୁଲାନ୍ସ। ନୂଆବର୍ଷ ପୂର୍ବରୁ ଗଡିବା ନେଇ ଯୋଜନା ରହିଥିବାବେଳେ, ଗାଡ଼ି ଆସି ସାରିଛି। ଏବେ ଏହାର ବ୍ରାଣ୍ଡିଂ ଚାଲିଥିବା ଜଣାପଡ଼ିଛି। ନିର୍ଦ୍ଦେଶନାମା ଅନୁସାରେ ୫ ବର୍ଷ ପୂରଣ ହୋଇଥିବା ୧୧୨ ଗାଡ଼ିର ଅବଧି ଆସନ୍ତା ୨୦୨୬ ଜାନୁଆରୀ ମଧ୍ୟରେ ଶେଷ ହେବ। ତେଣୁ ଜାତୀୟ ସ୍ବାସ୍ଥ୍ୟ ମିଶନ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଉଥିବା ଜଣାପଡ଼ିଛି।

ପୂର୍ବ ସରକାରଙ୍କ ସମୟରେ ମାଗଣା ରୋଗୀସେବାକୁ ଗୁରୁତ୍ବ ଦେଇ ଆରମ୍ଭ ହୋଇଥିଲା ୧୦୮ ଆମ୍ବୁଲାନ୍ସ ସେବା। ହେଲେ ପରବର୍ତ୍ତୀ ସମୟରେ ରକ୍ଷଣାବେକ୍ଷଣ ଅଭାବରୁ ଗାଡ଼ି ନଷ୍ଟ ହେବା ସହ ରୋଗୀ ନେବା ସମୟରେ ବହୁ ଅସୁବିଧାର ସମ୍ମୁଖୀନ ହୋଇଥିବା ଘଟଣା ଅନେକ ସମୟରେ ନଜରକୁ ଆସିଛି।

ପ୍ରାୟ ବର୍ଷେ ହେବ ରାଜ୍ୟରେ ୪୨୦ଟି ୧୦୮ ଆମ୍ବୁଲାନ୍ସର ସ୍ଥିତି ବେହାଲ ହୋଇପଡ଼ିଛି। ଏହି ୪୨୦ଟି ଆମ୍ବୁଲାନ୍ସ ବାଦ ଆଉ ଚାରି ମାସ ପରେ ପୁଣି ୧୧୨ଟି ଆମ୍ବୁଲାନ୍ସ ଅବଧି ଶେଷ ହେବ। ଆସନ୍ତା ମାସରେ ଏହି ସେବାରେ ୨୦୦ଟି ଆମ୍ବୁଲାନ୍ସ ସାମିଲ ହେବ ଏବଂ ପରବର୍ତ୍ତୀ ସମୟରେ ବଳକା ଆମ୍ବୁଲାନ୍ସ ଆସିବ ବୋଲି ଜଣାପଡ଼ିଛି।

Leave A Reply

Your email address will not be published.