ପ୍ରମୁଖ ଖବର

ଦିଲ୍ଲୀ ଏମ୍ସରେ ସମସ୍ତ ଛୁଟି ବାତିଲ, ଯେତେ ଶୀଘ୍ର ସମ୍ଭବ କାର୍ଯ୍ୟରେ ଯୋଗ ଦେବାକୁ ନିର୍ଦ୍ଦେଶ
ହାଇ ଆଲର୍ଟରେ ଭୁବନେଶ୍ୱର ଏୟାରପୋର୍ଟ
ବାଲେଶ୍ୱର ଚାନ୍ଦିପୁରରେ ହାଇ ଆଲର୍ଟ ଜାରି କରିଛି ଓଡ଼ିଶା ପୋଲିସ
ଅନିର୍ଦ୍ଦିଷ୍ଟ କାଳ ଯାଏ ଆଇପିଏଲ ସ୍ଥଗିତ
ମେ ୧୫ ତାରିଖ ସକାଳ ସାଢେ ୫ଟା ଯାଏଁ ଦେଶର ୨୪ଟି ବିମାନବନ୍ଦର ବନ୍ଦ ରହିବ
ସବୁ ରାଜ୍ୟକୁ ଜରୁରୀ କ୍ଷମତା ପ୍ରୟୋଗ ପାଇଁ ନିର୍ଦ୍ଦେଶ, ସିଭିଲ ଡିଫେନ୍ସ ନିୟମ ଅନୁଯାୟୀ ଜରୁରୀ କ୍ଷମତା ହେବ ପ୍ରୟୋଗ

ପୁଞ୍ଜି ବଜାର ଅସ୍ଥିର, ନିବେଶକାରୀ ଚିନ୍ତାରେ

0

ନୂଆଦିଲ୍ଲୀ: ଭାରତର ପୁଞ୍ଜି ବଜାରରେ ଅସ୍ଥିରତାର ସାଂଘାତିକ ପ୍ରଭାବ ପଡିଲାଣି । ଗୋଟିଏ ପଟେ କ୍ଷତି ସହିନପାରି ଏକ ଗାର୍ମେଣ୍ଟ କଂପାନିର ପରିଚାଳନା ନିର୍ଦେଶକ ହର୍ଷଦ ଠକର ଲୁଚିଛନ୍ତି । ତାଙ୍କର ପତ୍ତା ମିଳୁନାହିଁ । ପରିବାର ପକ୍ଷରୁ ଥାନାରେ ଏତଲା ଦିଆଯାଇଛି । ହର୍ଷଦଙ୍କ କଂପାନିର ମୂଲ୍ୟ ଗତ ୬ମାସ ଧରି ହ୍ରାସ ପାଇ ଚାଲିଥିଲା । ପରିଣାମ ହେଲା ତାଙ୍କର ବଜାର ପୁଞ୍ଜି ଏକହଜାର କୋଟି ଟଙ୍କା କମିଯାଇଥିଲା ।
ଏପଟେ ବିଦେଶୀ ନିବେଶକମାନେ ପୁଞ୍ଜି ପ୍ରତ୍ୟାହାର କରିବା ଆରମ୍ଭ କରିଦେଲେଣି । ସେପ୍‍ଟେମ୍ୱର ମାସରେ ପାଖାପାଖି ୨୧ ହଜାର କୋଟି ଟଙ୍କା ପ୍ରତ୍ୟାହାର କରିଥିଲେ । ଚଳିତମାସରେ ପାଖାପାଖି ୩୨ ହଜାର କୋଟି ଟଙ୍କା ଉଠାଇ ନେଲେଣି । ଏଥିସହିତ ପାଖାପାଖି ୯୦ ହଜାର କୋଟି ଟଙ୍କା ସେମାନେ ପ୍ରତ୍ୟାହାର କରିଥିବା ସୂଚନା ମିଳିଛି । ଏହାକୁ ନେଇ ଅର୍ଥନୀତିଜ୍ଞମାନେ ଚିନ୍ତା ବ୍ୟକ୍ତ କଲେଣି ।
ଉଲ୍ଲେଖଯୋଗ୍ୟ, ଆମେରିକା ଓ ଚୀନ୍‍ ମଧ୍ୟରେ ଚାଲିଥିବା ବାଣିଜ୍ୟିକ ଲଢେଇ, ଅଶୋଧିତ ତେଲ ବଜାରରେ ଅସ୍ଥିରତା ଏବଂ ବିଶ୍ୱ ଅର୍ଥନୀତିରେ ମାନ୍ଦାବସ୍ଥା କାରଣରୁ ନିବେଶକମାନେ ଚିନ୍ତାରେ ଅଛନ୍ତି । ଠିକ ଏମିତି ଏକ ସମୟରେ ଭାରତର ଷ୍ଟକ ବଜାରରେ ନିବେଶରୁ ଉପଯୁକ୍ତ ଲାଭ ମିଳୁନଥିବାରୁ ଅର୍ଥନୈତିକ ମେରୁଦଣ୍ଡ ଦୋହଲିଲାଣି । ଏଣୁ ସେମାନେ ମୂଳ ପୁଞ୍ଜି ବଞ୍ଚାଇବା ଲାଗି ସେୟାର ଓ ବଣ୍ଡ ବିକ୍ରି କରିବା ଆରମ୍ଭ କରିଛନ୍ତି ।

Leave A Reply

Your email address will not be published.