ପ୍ରମୁଖ ଖବର

ଭୁବନେଶ୍ୱର ମାର୍କେଟ ବିଲ୍ଡିଂରେ ଭୟଙ୍କର ଅଗ୍ନିକାଣ୍ଡ, ୧୫ରୁ ଅଧିକ ଦୋକାନ ପୋଡି ପାଉଁଶ
ଖଣ୍ଡଗିରି ଡବଲ ମର୍ଡରର ପର୍ଦ୍ଦାଫାଶ: ଦୁଇ ନାବାଳକ ଅଭିଯୁକ୍ତ ଅଟକ
୩ ବର୍ଷର ଶିଶୁକୁ ଦୁଷ୍କର୍ମ ପରେ ହତ୍ୟା: ୬୫ ବର୍ଷୀୟ ଅଭିଯୁକ୍ତଙ୍କୁ ଫାଶୀ ଦଣ୍ଡ
ଭାରତୀୟ ସ୍ଥଳସେନାର ନୂଆ ମୁଖ୍ୟ ହେଲେ ଲେଫ୍ଟନାଣ୍ଟ ଜେନେରାଲ୍ ଧୀରଜ ସେଠ୍
ଦିଲ୍ଲୀରେ ଇଭିକୁ ବଡ଼ ପ୍ରୋତ୍ସାହନ, ୨୦୨୮ରୁ ବନ୍ଦ ହେବ ପେଟ୍ରୋଲ ଦୁଇଚକିଆ ପଞ୍ଜୀକରଣ

ଡିସେମ୍ବର ୧୮ ରେ ସୋଆରେ ଓଡ଼ିଶା ଏଆଇ ସମ୍ମିଳନୀ

0

ଭୁବନେଶ୍ୱର: ଭାରତରେ ଦ୍ରୁତ ଗତିରେ ବୃଦ୍ଧି ପାଉଥିବା କୃତ୍ରିମ ବୁଦ୍ଧିମତା ଅର୍ଥାତ ଏଆଇର ଦୃଶ୍ୟପଟ୍ଟ ସହ ତାଳ ଦେଇ ଓ ଓଡ଼ିଶାରେ ଏହାକୁ ଦୃଢ଼ୀଭୂତ କରାଇବାର ଲକ୍ଷ୍ୟ ନେଇ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଡିମ୍‌ଡ ଟୁ ବି ୟୁନିଭର୍ସିଟି, ଓଡ଼ିଶା ସୋସାଇଟି ଅଫ୍ ଆମେରିକା (ଓସା) ଏବଂ ଆଇଆଇଟି ଭୁବନେଶ୍ୱରର ଏଆଇ ଆଣ୍ଡ ଏଚ୍‌ପିସି ରିସର୍ଚ୍ଚ ସେଂଟରର ମିଳିତ ଆନୁକୂଲ୍ୟରେ ଡିସେମ୍ବର ୧୮ ତାରିଖରେ ଓଡ଼ିଶା ଏଆଇ ସିମ୍ବୋସିୟମ୍ ଆୟୋଜିତ ହେବାର କାର୍ଯ୍ୟକ୍ରମ ରହିଛି।
୨୦୨୬ରେ ଆୟୋଜିତ ହେବାକୁ ଥିବା ଇଣ୍ଡିଆ ଏଆଇ ଇମ୍ପାକ୍ଟ ସମିଟର ଏହା ହେଉଛି ସରକାରୀ ସ୍ତରର ଏକ ପୂର୍ବ ପ୍ରସ୍ତୁତି। କେନ୍ଦ୍ର ସରକାରଙ୍କ ବୈଦ୍ୟୁତିକ ଏବଂ ସୂଚନା ଓ ପ୍ରଯୁକ୍ତି ମନ୍ତ୍ରଣାଳୟ ଅଧିନସ୍ଥ ଇଣ୍ଡିଆନ୍ ଏଆଇ ମିଶନ୍ ସହ ସୋଆ ମଧ୍ୟ ଏହି କାର୍ଯ୍ୟକ୍ରମରେ ସହଯୋଗୀ ରହିବ।
ପୂର୍ବ ଭାରତର ପ୍ରମୁଖ ବୃତିଗତ ଶିକ୍ଷା କେନ୍ଦ୍ର ସୋଆ କ୍ରମାଗତ ଭାବେ ଏନ୍‌ଆଇଆର୍‌ଏଫ୍ ର‌୍ୟାଙ୍କିଙ୍ଗସ୍‌ରେ ଦେଶର ଶ୍ରେଷ୍ଠ ୨୫ଟି ଉଚ୍ଚ ଶିକ୍ଷାନୁଷ୍ଠାନ ମଧ୍ୟରେ ନିଜକୁ ସ୍ଥାନୀତ କରି ରଖିଛି। ୨୦୨୫ ଏନ୍‌ଆଇଆରଏଫ୍ ର‌୍ୟାଙ୍କିଙ୍ଗସ୍‌ରେ ଦେଶର ୧୫ ତମ ଶ୍ରେଷ୍ଠ ଶିକ୍ଷାନୁଷ୍ଠାନ ଭାବେ ସୋଆ ସ୍ଥାନୀତ ହୋଇଛି । ନାକ ଦ୍ୱାରା ଏହି ବିଶ୍ୱବିଦ୍ୟାଳୟ ୨୦୨୨ ମସିହାରେ ସର୍ବାଧିକ ‘ଏ ପ୍ଲସପ୍ଲସ୍‌’ ଗ୍ରେଡ ହାସଲ କରି ପୁନଃ ସ୍ୱୀକୃତି ପାଇଛି । ସେହିପରି କ୍ୟୁଏସ୍ ଏବଂ ଟିଏଚ୍‌ଇ ର‌୍ୟାଙ୍କିଙ୍ଗ୍‌ରେ ମଧ୍ୟ ବିଶ୍ୱ ସ୍ତରୀୟ ମାନ୍ୟତା ପାଇଛି ସୋଆ।

ଦ ଓଡ଼ିଶା ସୋସାଇଟି ଅଫ୍ ଆମେରିକା (ଓସା) ହେଉଛି ସର୍ବପୁରାତନ ଏବଂ ପ୍ରଭାବ ସମ୍ପନ୍ନ ବିଶ୍ୱସ୍ତରୀୟ ଅନୁଷ୍ଠାନ ଯାହାକି ସାରା ବିଶ୍ୱର ଓଡ଼ିଆମାନଙ୍କର ପ୍ରତିନିଧିତ୍ୱ କରେ। ଏହି ସମ୍ମିଳନୀରେ ଓସାର ସହଭାଗିତା ବିଶ୍ୱ ଦରବାରରେ ଓଡ଼ିଶାର ସ୍ଥାନକୁ ଆହୁରି ସୁଦୃଢ଼ କରିବ ।
ସେହିପରି ଏଆଇ ଆଣ୍ଡ ଏଚ୍‌ପିସି ରିସର୍ଚ୍ଚ ସେଂଟର (ଏଏଚ୍‌ଆରସି) ଆଇଆଇଟି ଭୁବନେଶ୍ୱରର ଏକ ଗବେଷଣା କେନ୍ଦ୍ର ଯାହା ମେ ୨୦୨୩ ରେ ପ୍ରତିଷ୍ଠିତ ହୋଇଛି।

ଏହି ସିମ୍ପୋସିୟମ୍‌ରେ ବିଶିଷ୍ଟ ନୀତି ନିର୍ଦ୍ଧାରକ, ଶିଳ୍ପ କ୍ଷେତ୍ରର ନେତୃତ୍ୱ, ଉଦ୍‌ଭାବକ, ଉଦ୍ୟୋଗୀ ଓ ନିବେଶକ ଗୋଟିଏ ପ୍ଲାଟଫର୍ମରେ ଏକାଠି ହେବେ । ଜାତୀୟ ଏବଂ ଆନ୍ତର୍ଜାତିକ ସ୍ତରର ଏଆଇ ବିଶେଷଜ୍ଞ ମଧ୍ୟ ଏହି ସମ୍ମିଳନୀରେ ଯୋଗ ଦେବେ ।
ସୋଆ ପକ୍ଷରୁ ବିଶ୍ୱବିଦ୍ୟାଳୟ, ଗବେଷଣା ଅନୁଷ୍ଠାନ, ଷ୍ଟାର୍ଟ-ଅପ୍‌, ଇନୋଭେଟର୍ସ, କର୍ପୋରେଟ ଏବଂ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ନିମନ୍ତ୍ରଣ କରାଯାଇଥିବା ବେଳେ ବିଶ୍ୱ ଦରବାରରେ କୃତ୍ରିମ ବୁଦ୍ଧିମତାର ଉତ୍କର୍ଷ କେନ୍ଦ୍ର ଭାବେ ଓଡ଼ିଶାକୁ ସ୍ଥାନୀତ କରିବା ଏହି କାର୍ଯ୍ୟକ୍ରମର ଲକ୍ଷ୍ୟ । ଏହି ସମ୍ମିଳନୀରେ ଭାଗ ନେବାକୁ ଚାହୁଁଥିବା ବ୍ୟକ୍ତି ବିଶେଷ https://odishaaisummit.explarax.com/event/symposium ଆଇଡି ମାଧ୍ୟମରେ ଯୋଗାଯୋଗ କରିବାକୁ ଅନୁରୋଧ ।

Leave A Reply

Your email address will not be published.