ମାଲକାନଗିରି: ଛତିଶଗଡରେ ମାଓବାଦୀ ହିଂସା କମିବାର ନା ଧରୁନାହିଁ । ରବିବାର କାଙ୍କେର ଜିଲ୍ଲାରେ ମାଓବାଦୀ ପୁଣି ଏକ ହିଂସାକାଣ୍ଡ ଘଟାଇଛନ୍ତି । ଜଣେ ସରପଞ୍ଚଙ୍କ ସ୍ୱାମୀଙ୍କୁ ପୁଲିସ ସୂଚନାଦାତା ବୋଲି ସନ୍ଦେହ କରି ମାଓବାଦୀମାନେ ତାଙ୍କୁ ମୃତୁ୍୍ୟ ଦଣ୍ଡ ଦେଇଛନ୍ତି । ମୃତକ ଜଣକ ସିକସୋଡି ଥାନା ଅନ୍ତର୍ଗତ ଛୋଟେ ବଦଲି ଗାଁର ସରପଞ୍ଚଙ୍କ ସ୍ୱାମୀ ଲାଲ ସ୍ୱାଗା ଦୁଗା ବୋଲି ପୁଲିସ କହିଛି ।
ଶନିବାର ରାତିରେ ସେମାନେ ତାଙ୍କୁ ଘରୁ ଟେକି ନେଇଯାଇଥିଲେ । ମାରପିଟ ପରେ ହତ୍ୟା କରିଛନ୍ତି । ନିର୍ବାଚନ ପୂର୍ବରୁ ଏମିତି ଘଟଣା ଘଟାଇ ସ୍ଥାନୀୟ ଲୋକଙ୍କୁ ଡରାଇବାକୁ ଚାହୁଁଥିବା ପୁଲିସ କହିଛି । ଏହି ଘଟଣାରେ ବହୁ ସଂଖ୍ୟାରେ ସଶସ୍ତ୍ର ମାଓବାଦୀଙ୍କ ଯୋଗଦାନ ରହିଥିବା ପ୍ରାରମ୍ଭିକ ଅନୁସନ୍ଧାନରୁ ପୁଲିସ ଜାଣିପାରିଛି ।
ପ୍ରମୁଖ ଖବର
ଛତିଶଗଡ ବିଜାପୁର ଜିଲାରେ ପୋଲିସ ଇନ୍ଫର୍ମର ସନ୍ଦେହରେ ଜଣେ ଯୁବକଙ୍କୁ ହତ୍ୟା କଲେ ମାଓବାଦୀ
ଆବାସିକ ବିଦ୍ୟାଳୟରୁ ଦଶମ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
ଚେନ୍ନାଇ ମେମେଡ଼ିକାଲରେ ଡାକ୍ତରଙ୍କୁ ଛୁରାମାଡ଼
ରାଜ୍ୟ କ୍ୟାବିନେଟରେ ୮ ପ୍ରସ୍ତାବ କୁ ମିଳିଲା ମଞ୍ଜୁରୀ
ଏବେ ୭ ବର୍ଷ ପରେ ଜଣେ ଏସଆଇ ଇନ୍ସପେକ୍ଟର ହୋଇପାରିବେ
ଜାନୁଆରୀରେ ମିଳିବ ନୂଆ ରାସନ କାର୍ଡ