ପ୍ରମୁଖ ଖବର

ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକ ମୟାଙ୍ଗି ଛକ ନିକଟରେ ଘଟିଥିବା ଭୟାବହ ସଡ଼କ ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ
ଓଡିଶାର ନୂଆପଡାରେ ହୀରା ଓ କଳାହାଣ୍ଡିରେ ରହିଛି ମାଣିକ ଖଣି: ମନ୍ତ୍ରୀ ବିଭୂତି ଭୂଷଣ ଜେନା
ପଶ୍ଚିମ ଏସିଆ ପରିସ୍ଥିତି ନେଇ ୩ ଦେଶର ଶୀର୍ଷ ନେତୃତ୍ୱଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ
ଅଯୋଧ୍ୟାରେ ରାଷ୍ଟ୍ରପତିଙ୍କ ପ୍ରାର୍ଥନା; ଶ୍ରୀରାମ ଯନ୍ତ୍ର ସ୍ଥାପନ ସହ ମନ୍ଦିର କାର୍ଯ୍ୟ ପୂର୍ଣ୍ଣ
ପାକିସ୍ତାନରେ ଝଡ଼-ବର୍ଷାର ତାଣ୍ଡବ; ୧୯ ମୃତ
ପ୍ରଧାନମନ୍ତ୍ରୀଙ୍କ ନୂଆ ଉପସଚିବ ହେଲେ ଆଇଏଏସ ରବି ମିତ୍ତଲ
ଆସାମ ନିର୍ବାଚନ: ୮୮ ଆସନ ପାଇଁ ବିଜେପି ପ୍ରଥମ ପ୍ରାର୍ଥୀ ତାଲିକା

ବିଶ୍ୱାସ ଅଟକାଇଛି ସର୍ବୋଚ୍ଚ ଅଦାଲତ ନିର୍ଦେଶ

0

ନୂଆଦିଲ୍ଲୀ: ପୁରୀ ଶ୍ରୀମନ୍ଦିର ସଂକ୍ରାନ୍ତରେ ସୁପ୍ରିମକୋର୍ଟ ଦେଇଥିବା ରାୟ ପାଳନ କରାଯିବା ବେଳେ ନିକଟରେ ହିଂସାକାଣ୍ଡ ଘଟିଛି । ଏହି ଘଟଣାରେ ଏଯାଏ ୮୬ଜଣଙ୍କୁ ଗିରଫ କରିସାରିଲାଣି ପୁଲିସ ପ୍ରଶାସନ । ସେପଟେ ସାବରିମାଳାରେ ମହିଳାଙ୍କ ପ୍ରବେଶ ପ୍ରସଙ୍ଗକୁ ନେଇ ବିବାଦ ଥମିବାର ନାଁ ଧରୁନାହିଁ । ସାବରିମାଳାରେ ସବୁ ବୟସର ମହିଳା ପ୍ରବେଶ କରିପାରିବେ ବୋଲି ସର୍ବୋଚ୍ଚ ଅଦାଲତ ରାୟ ଦେବା ପରେ ବି ମାସିକ ପୂଜା କରାଯାଇପାରୁନାହିଁ ।

ଗତ ପାଞ୍ଚଦିନ ହେଲା ମନ୍ଦିର ଖୋଲାଯାଇଥିଲେ ହେଁ ପୁରୁଷ ଶ୍ରଦ୍ଧାଳୁମାନେ ମହିଳାଙ୍କୁ ମନ୍ଦିରରେ ପ୍ରବେଶ ଅନୁମତି ଦେଉନାହାନ୍ତି । ମହିଳାମାନଙ୍କୁ ଆୟାପ୍ପା ମନ୍ତ୍ର ଉଚ୍ଚାରଣ କରି ଶ୍ରଦ୍ଧାଳୁମାନେ ଅଟକାଉଛନ୍ତି । ଫଳରେ ଏଯାଏ ସୁପ୍ରିମକୋର୍ଟଙ୍କ ନିର୍ଦେଶର କାର୍ଯ୍ୟାନ୍ୱୟନ ହୋଇପାରୁନାହିଁ । ୧୦ ବର୍ଷିୟା ନାବାଳିକା ଠାରୁ ୫୦ ବର୍ଷର ମହିଳା ନାସ୍ତିକ ବ୍ରହ୍ମଚାରୀ ଆୟାପ୍ପାଙ୍କ ଦର୍ଶନ କରିବା ମହାପାପ ବୋଲି ସ୍ଥାନୀୟ ଅଞ୍ଚଳରେ ବିଶ୍ୱାସ ରହିଥିଲା । କୋର୍ଟ ଏହି ବର୍ଗର ନାବାଳିକା ଓ ମହିଳାଙ୍କୁ ମନ୍ଦିର ପ୍ରବେଶ କରିବା ଲାଗି ରୋକାଯାଇପାରିବ ନାହିଁ ବୋଲି ସ୍ପଷ୍ଟ କରିଦେଇଥିଲେ ।

Leave A Reply

Your email address will not be published.