ପ୍ରମୁଖ ଖବର

୫ରୁ ୧୭ ବର୍ଷ ପିଲାଙ୍କ ଆଧାର ବାୟୋମେଟ୍ରିକ୍‌ ଅପଡେଟ୍‌ ମାଗଣା
‘ଚଳିବ’ ମାନସିକତା ବଦଳାଇ ସମୟାନୁବର୍ତ୍ତିତାକୁ ଗୁରୁତ୍ୱ: ମୋଦୀଙ୍କ ଆହ୍ୱାନ
ଏନ୍‌ଟିପିସି ପ୍ଲାଣ୍ଟରେ ଭୟଙ୍କର ବିସ୍ଫୋରଣ, ୫ ଶ୍ରମିକ ଆହତ
ରାଜ୍ୟ ସହିବ ୧ ଲକ୍ଷ କୋଟିର କ୍ଷତି: ଏମ୍‌ଏମ୍‌ଡିଆର୍‌ ବିଲ୍‌କୁ କଂଗ୍ରେସର ବିରୋଧ, ସ୍ୱତନ୍ତ୍ର ଅଧିବେଶନ ଦାବି
ୟୁପିର ୫୨ ନେତାଙ୍କୁ ମିଳିବ ବୁଲେଟ୍‌ପ୍ରୁଫ୍‌ ଜାକେଟ୍‌
୪ ବର୍ଷରୁ କମ୍ ପିଲାଙ୍କ ପାଇଁ କାଶ-ଥଣ୍ଡା ଔଷଧ ଉପରେ କେନ୍ଦ୍ରର କଟକଣା
ଚିନି ଦରରେ ରେକର୍ଡ ବୃଦ୍ଧି
ନେତାନ୍ୟାହୁଙ୍କ ବିରୋଧରେ ତୁର୍କୀର ଗିରଫ ପରୱାନା

ଅଧିକ କଠୋର ହେଲେ ଟ୍ରମ୍ଫ, ୩୧ବର୍ଷର ଚୁକ୍ତିରୁ ଓହରିବେ

0

ଓ୍ୱାଂଶିଟନ: ଆମେରିକା ଓ ଋଷିଆ ମଧ୍ୟରେ ବିବାଦ ଧୀରେ ଧୀରେ ଉଗ୍ର ହେବାରେ ଲାଗିଲାଣି । ଏମିତି ଯେ ଦୀର୍ଘ କାଟ୍‍ସା ଆଇନ ଲାଗୁ କରିବା ପରେ ମିସାଇଲ୍‍ ପରୀକ୍ଷଣ ନେଇ ଉଭୟ ରାଷ୍ଟ୍ର ମଧ୍ୟରେ ଥିବା ଦୀର୍ଘ ୩୧ବର୍ଷର ଏକ ଚୁକ୍ତିରୁ ଓହରିଯିବା ଲାଗି ଆମେରିକା ରାଷ୍ଟ୍ରପତି ଡୋନାଲ୍‍ଡ ଟ୍ରମ୍ପ ଘୋଷଣା କରିଛନ୍ତି । କେବଳ ସେତିକ ନୁହେଁ, ପୂର୍ବତନ ରାଷ୍ଟ୍ରପତି ବାରାକ୍‍ ଓବାମାଙ୍କ ଆଡକୁ ଆଙ୍ଗୁଠି ଉଠାଇ ଏକଥା ବି କହିଛନ୍ତି ଯେ ତାଙ୍କ ଦେଶ ଯଥେଷ୍ଟ ପୂର୍ବରୁ ଏ ନିଷ୍ପତ୍ତି ନେବାର ଥିଲା । ଟ୍ରମ୍ଫଙ୍କ ଏଭଳି ନିଷ୍ପତ୍ତି ପରେ ଋଷିଆଙ୍କୁ ଏକ ଶକ୍ତ ଝଟ୍‍କା ଲାଗିଛି ।
ଆମେରିକା ଓ ଋଷିଆ ମଧ୍ୟରେ ୧୯୮୭ ମସିହାରେ ଏକ ଗୁରୁତ୍ୱପୂର୍ଣ୍ଣ ଚୁକ୍ତି ସ୍ୱାକ୍ଷର ହୋଇଥିଲା ।ଇଣ୍ଟରିମିଡିଏଟ୍‍ ରେଞ୍ଜ ନ୍ୟୁକ୍ଲିୟର ଫୋର୍ସେସ୍‍ ବା ଆଇଏନ୍‍ଏଫ୍‍ ଚୁକ୍ତିରେ ୟୁଏସ୍‍ଏସ୍‍ଆର୍‍ ତତ୍କାଳୀନ ମହାସଚିବ ମିଖେଲ୍‍ ଗୋର୍ବାଚୋଭ ଏବଂ ଆମେରିକାର ତତ୍କାଳୀନ ରାଷ୍ଟ୍ରପତି ରୋନାଲ୍‍ଡ ରିଗାନ୍‍ ଦସ୍ତଖତ କରିଥିଲେ । ଏଥିରେ କୁହାଯାଇଥିଲା ଯେ ଉଭୟ ରାଷ୍ଟ୍ର ୩୦୦ରୁ ୩୪୦୦ ମାଇଲ୍‍ ଦୂରତା ବିଶିଷ୍ଟ କ୍ରୁଜ୍‍ ପରୀକ୍ଷଣ କରିପାରିବେ ନାହିଁ । ଆମେରିାକା ଓ ୟୁରୋପୀୟ ବହୁରାଷ୍ଟ୍ର ସୁରକ୍ଷା ଲାଗି ଏହା ବେଶ୍‍ ସହାୟକ ହେଉଥିଲା ।
ହେଲେ ଟ୍ରମ୍ପ ପ୍ରଶାସନ ଅଭିଯୋଗ କରିଛି ଯେ ୨୦୦୮ ମସିହାରୁ ଋଷିଆ ଏହି ଚୁକ୍ତିକୁ ମାନୁନାହିଁ । ଏଣୁ ଚୁକ୍ତିର ଅବଧି ପୂରଣର ଦୁଇ ବର୍ଷ ପୂର୍ବରୁ ଶୀତଳଯୁଦ୍ଧ ସମୟର ଏହି ଅସ୍ତ୍ର ନିୟନ୍ତ୍ରଣ ଚୁକ୍ତିରୁ ଆମେରିକା ପ୍ରଶାସନ ଓହରିବାକୁ ନିଷ୍ପତ୍ତି ନେଇଛି ।

Leave A Reply

Your email address will not be published.