- ବିଜେପିକୁ ମାରୁ ମାରୁ ନିଜେ ଅକଳରେ ପଡିଗଲା କଂଗ୍ରେସ
ନୂଆଦିଲ୍ଲୀ: କେନ୍ଦ୍ର ସରକାର ଓ ରିଜର୍ଭ ବ୍ୟାଙ୍କ ମଧ୍ୟରେ ସୃଷ୍ଟି ହୋଇଥିବା ବିବାଦ ମାମଲାରେ କଂଗ୍ରେସକୁ ଶକ୍ତ ଝଟ୍କା ଲାଗିଛି । ଏହାକୁ ପ୍ରସଙ୍ଗ କରି ଦଳ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଟାର୍ଗେଟ କରୁଥିଲା । ହେଲେ ଜଣାପଡିଲାଣି ଯେ କେବଳ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସରକାର ନୁହେଁ, ପଣ୍ଡିତ ଜବାହରଲାଲ ନେହରୁଙ୍କ ସରକାରରେ ବି ଅନୁରୂପ ବିବାଦ ମୁଣ୍ଡ ଟେକିଥିଲା । କେବଳ ସେତିକି ନୁହେଁ, ତତ୍କାଳୀନ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣରଙ୍କୁ ପଦ ଛାଡିବାକୁ ପଡିଥିଲା । ଆଜି ଜାତୀୟ ଗଣମାଧ୍ୟମରେ ଏଭଳି ଖବର ପଦାକୁ ଆସିବା ପରେ କଂଗ୍ରେସ ଏହି ପ୍ରସଙ୍ଗକୁ ନେଇ ଆଗକୁ ବଢିବ ନା ନାହିଁ, ସେ ନେଇ ଦ୍ୱିବିଧାରେ ପଡିଯାଇଛି ।
ଦେଶ ସ୍ୱାଧୀନ ହେବା ପୂର୍ବରୁ ମଧ୍ୟ ଆର୍ବିଆଇ ଭଳି ସଂସ୍ଥା ସହିତ ବିବାଦ ସରକାରମାନଙ୍କର ରହିଛି । ଖାସ୍ ଏମିତି ଏକ ବିବାଦ ୧୯୩୫ ମସିହାରେ ଦେଖାଯାଇଥିଲା ଓ ତତ୍କାଳୀନ ସାର୍ ଜନ୍ ଓ ସ୍ମିଥ୍ଙ୍କୁ ଇସ୍ତଫା ଦେବାକୁ ପଡିଥିଲା । ଜବାହରଲାଲ ନେହରୁଙ୍କ ସରକାରରେ ବି ଆର୍ବିଆଇ ସହିତ ବିବାଦ ହୋଇଥିଲା କେନ୍ଦ୍ର ସରକାରଙ୍କର । ସେ ସମୟରେ ଆର୍ବିଆଇ ଗଭର୍ଣ୍ଣର ଥିବା ବେନେଗାଲ ରାମାରାଉଙ୍କୁ ଇସ୍ତଫା ଦେବାକୁ ହୋଇଥିଲା । ଏହି ବିବାଦରେ ପଣ୍ଡିତ ନେହରୁ ତତ୍କାଳୀନ ଅର୍ଥମନ୍ତ୍ରୀ ଟି ଟି କ୍ରିଷ୍ଣମାଚାରିଙ୍କ ପକ୍ଷ ନେଇଥିଲେ । ବଜେଟ୍ ପ୍ରସ୍ତାବକୁ ନେଇ ଅର୍ଥମନ୍ତ୍ରୀ ଓ ଆର୍ବିଆଇ ଗଭର୍ଣ୍ଣରଙ୍କ ବିବାଦ ହୋଇଥିବା କୁହାଯାଏ । ସେତେବେଳେ ପଣ୍ଡିତ ନେହରୁ ସ୍ପଷ୍ଟ ଭାଷାରେ କହିିଥିଲେ ଯେ ଆର୍ବିଆଇ କେନ୍ଦ୍ର ସରକାରଙ୍କର ଏକ ଅଂଶ ।ଏହା ସରକାରଙ୍କୁ ଉପଦେଶ ବା ପରାମର୍ଶ ଦେବା ପାଇଁ ରହିଛି । ଏହି ସଂସ୍ଥା ସରକାରଙ୍କ ସହିତ ଏକ ସରଳରେଖାରେ ରହିବା ଦରକାର ।
ଉଲ୍ଲେଖଯୋଗ୍ୟ, କେନ୍ଦ୍ର ସରକାର ଓ ଭାରତର ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଉର୍ଜିତ ପଟେଲଙ୍କ ସଂପର୍କ ଦିନକୁ ଦିନ ତିକ୍ତ ହେବାରେ ଲାଗିଛି । ବଡ ଋଣ ଖିଲାପକାରୀଙ୍କ ନାମ ତାଲିକା ପ୍ରକାଶ ଲାଗି ସୁପ୍ରିମକୋର୍ଟ ଦେଇଥିବା ନିର୍ଦେଶନାମା ମାନି ନାହାନ୍ତି ବୋଲି କେନ୍ଦ୍ରୀୟ ସୂଚନା କମିସନ ତାଙ୍କୁ ନୋଟିସ ଜାରି କରିଛନ୍ତି । ମାମୁଲି ଖିଲାପି ଏପରିକି, କୃଷକ ଋଣ ଅର୍ଥ ପରିଶୋଧ କରୁନଥିବା ବେଳେ ସେମାନଙ୍କ ନାମ ପ୍ରକାଶ କରାଯାଉଛି । ଏପରିସ୍ଥଳେ ବଡ଼ବଡିଆ କାହିଁକି ନୁହେଁ ବୋଲି ସୂଚନା କମିସନ ପ୍ରଶ୍ନ କରିଛନ୍ତି । ୧୯୯୮ରୁ ୨୦୧୮ ମଧ୍ୟରେ ଋଣ ପରିଶୋଧ କରିନପାରି ଆତ୍ମହତ୍ୟା କରିଛନ୍ତି ବୋଲି କମିସନ ଟିପ୍ପଣୀ ଦେଇଛନ୍ତି ।
ପ୍ରମୁଖ ଖବର
ବାରବାରୀ ଷ୍ଟାଡିୟମକୁ ଏନଜିଟିର ନୋଟିସ
ହରଭଜନ ସିଂଙ୍କ ଘର କାନ୍ଥରେ ଦେଶଦ୍ରୋହୀ ଲେଖିଲେ ଆପ କର୍ମୀ
ଭବାନୀପୁରରେ ଟିଏମସି ସମ୍ପୂର୍ଣ୍ଣ ସଫା ହେବ ହେବ କହିଲେ ଶୁଭେନ୍ଦୁ ଅଧିକାରୀ
ଶାହଙ୍କ ମନ୍ତବ୍ୟକୁ ନେଇ ମମତାଙ୍କ ତୀବ୍ର ପ୍ରତିକ୍ରିୟା, ଆଇନଗତ ମାମଲା ରୁଜୁ ଚେତାବନୀ
ଇସ୍ପାତ୍ ରାଜଧାନୀ ହେବ ଓଡ଼ିଶା : ମୁଖ୍ୟମନ୍ତ୍ରୀ
ରାଜସ୍ଥାନରେ କବାଡି ଗୋଦାମରେ ଭୟାବହ ଅଗ୍ନିକାଣ୍ଡ: ୪ ଜୀବନ୍ତ ଦଗ୍ଧ