ପ୍ରମୁଖ ଖବର

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ୟୁଏଇ ଗସ୍ତର ପ୍ରଥମ ଦିନରେ ଓଡ଼ିଶାରେ ନିବେଶ ଓ ବାଣିଜ୍ୟିକ ସହଯୋଗ ବୃଦ୍ଧି ନେଇ ଏକାଧିକ ଗୁରୁତ୍ୱପୂର୍ଣ୍ଣ ଆଲୋଚନା
ଭୋଟର ତାଲିକାରେ ନାମର ବନାନ ତ୍ରୁଟି; ଭାରତ ରତ୍ନ ବୈଜ୍ଞାନିକ ସିଏନଆର ରାଓଙ୍କୁ ନୋଟିସ୍‌
ଫାୟାର ସେଫ୍ଟି ନିୟମ ଭାଙ୍ଗିଲେ ବନ୍ଦ ହେବ କୋଚିଂ ସେଣ୍ଟର; ସେପ୍ଟେମ୍ବର ୧୫ରୁ ସ୍ୱତନ୍ତ୍ର ଯାଞ୍ଚ
ଇରାନ-ଆମେରିକା ମୁହାଁମୁହିଁ; ଖାର୍ଗ ଦ୍ୱୀପ ନିକଟରେ ୫ ତୈଳ ଟ୍ୟାଙ୍କର ଧ୍ୱଂସ
୧୧ରେ ମୋଦୀ-ପୁଟିନ୍‌ ଦ୍ୱିପାକ୍ଷିକ ଆଲୋଚନା
୭ଟି ହାଇ-ଡେନ୍ସିଟି ରେଳ କରିଡୋରକୁ ଫୋର୍‌-ଲେନ୍‌ କରିବାକୁ କେନ୍ଦ୍ର କ୍ୟାବିନେଟର ମଞ୍ଜୁରୀ
୨୪ ଘଣ୍ଟା ମଧ୍ୟରେ ବଙ୍ଗୋପସାଗରରେ ସୃଷ୍ଟି ହେବ ଲଘୁଚାପ କ୍ଷେତ୍ର, ୩ ଦିନ ଯାଏଁ ବର୍ଷା ସମ୍ଭାବନା
ସମ୍ ରେ ପଂଚମ ମଲ୍‌ଟିପଲ୍ କ୍ୟାଡାଭେରିକ୍ ଅର୍ଗାନ୍ ରିଟ୍ରିଭାଲ୍‌

ଏବେ ୩୫ ଟଙ୍କାରେ ମିଳିବ ପିଆଜ

0

ନୂଆଦିଲ୍ଲୀ: ପିଆଜ ଦରରେ ଲଗାମ ଦେବାକୁ କେନ୍ଦ୍ର ସରକାର ଗୁରୁବାରଠାରୁ ଦିଲ୍ଲୀରେ କିଲୋପିଛା ୩୫ ଟଙ୍କା ଦରରେ ପିଆଜ ବିକ୍ରି କରିବେ। ବର୍ତ୍ତମାନ ଦିଲ୍ଲୀ ବଜାରରେ ପିଆଜ ଦର ୫୫ରୁ ୬୦ ପ୍ରତି କିଲୋ ରହିଛି। ୨୦୨୬ ପାଇଁ ସଂରକ୍ଷିତ ୧.୨୧ ଲକ୍ଷ ଟନ୍‌ର ବଫର ଷ୍ଟକ୍‌ରୁ ପିଆଜ ବଜାରକୁ ଛଡ଼ାଯିବ। ନାଫେଡ୍‌, ଏନ୍‌ସିସିଏଫ୍‌ ଓ କେନ୍ଦ୍ରୀୟ ଭଣ୍ଡାର ମାଧ୍ୟମରେ ଏହାର ବିକ୍ରି କରାଯିବ। ଏନ୍‌ସିସିଏଫ୍‌ ଦିଲ୍ଲୀର ୧୦୦ଟି କେନ୍ଦ୍ରୀୟ ଭଣ୍ଡାର ଷ୍ଟୋର୍‌ରେ ପିଆଜ ବିକ୍ରି କରିବା ସହ ଦିଲ୍ଲୀ-ଏନ୍‌ସିଆର୍‌ର ମଦର ଡେୟାରୀ ଆଉଟ୍‌ଲେଟ୍‌ରେ ମଧ୍ୟ ବିକ୍ରି ବଢ଼ାଇବ।

ନାଶିକରୁ ୪୦୦ ଟନ୍‌ ପିଆଜ ‘କନ୍ଦା ଏକ୍ସପ୍ରେସ୍‌’ ଯୋଗେ ଦିଲ୍ଲୀ ପଠାଯାଉଛି। ଦିଲ୍ଲୀ ବ୍ୟତୀତ ଚେନ୍ନାଇ, ଏର୍ଣ୍ଣାକୁଲମ୍‌, ମଦୁରାଇ ଓ ଗୁଆହାଟୀକୁ ମଧ୍ୟ ସ୍ୱତନ୍ତ୍ର ମାଲବାହୀ ଟ୍ରେନ୍‌ରେ ପିଆଜ ପଠାଯାଉଛି। ଆଗାମୀ ଦିନରେ ଭୁବନେଶ୍ୱର ସମେତ କୋଲକାତା, ହାଇଦ୍ରାବାଦ, ବେଙ୍ଗାଲୁରୁ, ଅହମଦାବାଦ ଓ ରାୟପୁରରେ ମଧ୍ୟ ସରକାରୀ ହସ୍ତକ୍ଷେପରେ ପିଆଜ ବିକ୍ରି କରାଯିବ। ସରକାରଙ୍କ ପଦକ୍ଷେପ ପରେ ମହାରାଷ୍ଟ୍ରର ନାଶିକ ଓ ଲାସଲଗାଓଁ ଥୋକ ବଜାରରେ ପିଆଜ ଦର କମିବା ଆରମ୍ଭ ହୋଇଛି। ତଥ୍ୟ ଅନୁସାରେ, ଜୁଲାଇ ୨୫ରେ ଦେଶରେ ପିଆଜର ହାରାହାରି ଖୁଚୁରା ଦର ୩୪.୮୦ ଥିବାବେଳେ ଅଗଷ୍ଟ ୨୫ରେ ଏହା ୪୪.୭୨ରେ ପହଞ୍ଚିଛି। ଅର୍ଥାତ୍‌ ମାସକ ମଧ୍ୟରେ ଦର ୨୮ ପ୍ରତିଶତରୁ ଅଧିକ ବଢ଼ିଥିବା ବେଳେ ଗତବର୍ଷ ତୁଳନାରେ ପିଆଜ ପ୍ରାୟ ୫୬ ପ୍ରତିଶତ ମହଙ୍ଗା ହୋଇଛି।

Leave A Reply

Your email address will not be published.