ପ୍ରମୁଖ ଖବର

ପ୍ରତିରକ୍ଷା କ୍ଷେତ୍ରରେ ୨.୧୨ ଲକ୍ଷ କୋଟିର କ୍ରୟ ପ୍ରସ୍ତାବକୁ ମଞ୍ଜୁରି
ଆର୍‌ଜି କର ମାମଲା: ସିବିଆଇ ବିରୋଧୀ ଅଭିଯାନରୁ ଦୂରେଇଲେ ପୀଡ଼ିତାଙ୍କ ମା’
ମୋଦୀଙ୍କ ପିତାଙ୍କୁ ନେଇ ଟିପ୍ପଣୀ ପ୍ରସଙ୍ଗ: କଂଗ୍ରେସକୁ ଟାର୍ଗେଟ୍‌ କଲେ ବିଜେପି ଅଧ୍ୟକ୍ଷ
ଭାରତ-ଆମେରିକା ବାଣିଜ୍ୟ ଚୁକ୍ତି ଚୂଡ଼ାନ୍ତ ପର୍ଯ୍ୟାୟରେ: ପୀୟୂଷ ଗୋୟଲ
ଏଣିକି E100 ଇନ୍ଧନରେ ଚାଲିବ ଗାଡ଼ି! ନିୟମରେ ସଂଶୋଧନ କଲେ କେନ୍ଦ୍ର ସରକାର
ନର୍ଥ ବ୍ଲକ୍‌ରେ ଅଗ୍ନିକାଣ୍ଡ, ନିଆଁ ଲିଭାଇଲେ ଅଗ୍ନିଶମ କର୍ମଚାରୀ
ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ ଅର୍ଣ୍ଣବ ‘

ଏବେ ୩୫ ଟଙ୍କାରେ ମିଳିବ ପିଆଜ

0

ନୂଆଦିଲ୍ଲୀ: ପିଆଜ ଦରରେ ଲଗାମ ଦେବାକୁ କେନ୍ଦ୍ର ସରକାର ଗୁରୁବାରଠାରୁ ଦିଲ୍ଲୀରେ କିଲୋପିଛା ୩୫ ଟଙ୍କା ଦରରେ ପିଆଜ ବିକ୍ରି କରିବେ। ବର୍ତ୍ତମାନ ଦିଲ୍ଲୀ ବଜାରରେ ପିଆଜ ଦର ୫୫ରୁ ୬୦ ପ୍ରତି କିଲୋ ରହିଛି। ୨୦୨୬ ପାଇଁ ସଂରକ୍ଷିତ ୧.୨୧ ଲକ୍ଷ ଟନ୍‌ର ବଫର ଷ୍ଟକ୍‌ରୁ ପିଆଜ ବଜାରକୁ ଛଡ଼ାଯିବ। ନାଫେଡ୍‌, ଏନ୍‌ସିସିଏଫ୍‌ ଓ କେନ୍ଦ୍ରୀୟ ଭଣ୍ଡାର ମାଧ୍ୟମରେ ଏହାର ବିକ୍ରି କରାଯିବ। ଏନ୍‌ସିସିଏଫ୍‌ ଦିଲ୍ଲୀର ୧୦୦ଟି କେନ୍ଦ୍ରୀୟ ଭଣ୍ଡାର ଷ୍ଟୋର୍‌ରେ ପିଆଜ ବିକ୍ରି କରିବା ସହ ଦିଲ୍ଲୀ-ଏନ୍‌ସିଆର୍‌ର ମଦର ଡେୟାରୀ ଆଉଟ୍‌ଲେଟ୍‌ରେ ମଧ୍ୟ ବିକ୍ରି ବଢ଼ାଇବ।

ନାଶିକରୁ ୪୦୦ ଟନ୍‌ ପିଆଜ ‘କନ୍ଦା ଏକ୍ସପ୍ରେସ୍‌’ ଯୋଗେ ଦିଲ୍ଲୀ ପଠାଯାଉଛି। ଦିଲ୍ଲୀ ବ୍ୟତୀତ ଚେନ୍ନାଇ, ଏର୍ଣ୍ଣାକୁଲମ୍‌, ମଦୁରାଇ ଓ ଗୁଆହାଟୀକୁ ମଧ୍ୟ ସ୍ୱତନ୍ତ୍ର ମାଲବାହୀ ଟ୍ରେନ୍‌ରେ ପିଆଜ ପଠାଯାଉଛି। ଆଗାମୀ ଦିନରେ ଭୁବନେଶ୍ୱର ସମେତ କୋଲକାତା, ହାଇଦ୍ରାବାଦ, ବେଙ୍ଗାଲୁରୁ, ଅହମଦାବାଦ ଓ ରାୟପୁରରେ ମଧ୍ୟ ସରକାରୀ ହସ୍ତକ୍ଷେପରେ ପିଆଜ ବିକ୍ରି କରାଯିବ। ସରକାରଙ୍କ ପଦକ୍ଷେପ ପରେ ମହାରାଷ୍ଟ୍ରର ନାଶିକ ଓ ଲାସଲଗାଓଁ ଥୋକ ବଜାରରେ ପିଆଜ ଦର କମିବା ଆରମ୍ଭ ହୋଇଛି। ତଥ୍ୟ ଅନୁସାରେ, ଜୁଲାଇ ୨୫ରେ ଦେଶରେ ପିଆଜର ହାରାହାରି ଖୁଚୁରା ଦର ୩୪.୮୦ ଥିବାବେଳେ ଅଗଷ୍ଟ ୨୫ରେ ଏହା ୪୪.୭୨ରେ ପହଞ୍ଚିଛି। ଅର୍ଥାତ୍‌ ମାସକ ମଧ୍ୟରେ ଦର ୨୮ ପ୍ରତିଶତରୁ ଅଧିକ ବଢ଼ିଥିବା ବେଳେ ଗତବର୍ଷ ତୁଳନାରେ ପିଆଜ ପ୍ରାୟ ୫୬ ପ୍ରତିଶତ ମହଙ୍ଗା ହୋଇଛି।

Leave A Reply

Your email address will not be published.