ପ୍ରମୁଖ ଖବର

ୟୁପିଆଇ କାରବାରରେ ନୂଆ ଶୁଳ୍କ ଲାଗୁ ନେଇ ଅନିଶ୍ଚିତତା, ୨୦୨୭ ଯାଏଁ ଘୁଞ୍ଚିପାରେ ତାରିଖ
ନନ୍ଦିଗ୍ରାମରେ ବିଜେପିର ବଡ଼ ବିଜୟ, ୧.୨୨ ଲକ୍ଷ ଭୋଟରେ ଜିତିଲେ ହସିରାଣୀ
ମୋଦିଙ୍କ ନାମରେ ନାମିତ ହେବ ଜେୱର ଅନ୍ତର୍ଜାତୀୟ ବିମାନବନ୍ଦର
ଭାରତୀୟ ପାଇଲଟ୍ ସ୍ମିତ୍ ମଚ୍ଛରଙ୍କୁ ଇସ୍ରାଏଲର ସର୍ବୋଚ୍ଚ ବୀରତ୍ୱ ସମ୍ମାନ

ପୁଣି ବଢ଼ିଲା ସିଏନଜି ଦର, ୪ ମାସରେ ୧୦ ଟଙ୍କା ମହଙ୍ଗା

0

ନୂଆଦିଲ୍ଲୀ: ଇରାନ ଓ ଆମେରିକା ମଧ୍ୟରେ ଚାଲିଥିବା ଯୁଦ୍ଧର ପ୍ରଭାବ ଏବେ ଇନ୍ଧନ ଦର ଉପରେ ମଧ୍ୟ ପଡ଼ିବାରେ ଲାଗିଛି। ଦେଶରେ ମହଙ୍ଗା ମାଡ଼ ମଧ୍ୟରେ ଇନ୍ଦ୍ରପ୍ରସ୍ଥ ଗ୍ୟାସ୍‌ ଲିମିଟେଡ୍‌ (ଆଇଜିଏଲ) ପୁଣିଥରେ ସିଏନଜି ଦର ବଢ଼ାଇଛି। ଦିଲ୍ଲୀରେ ସିଏନଜି ଦର କିଲୋଗ୍ରାମ ପିଛା ୩ ଟଙ୍କା ୮୯ ପଇସା ବୃଦ୍ଧି ପାଇଛି।
ଚଳିତ ବର୍ଷ ଏହା ପ୍ରଥମ ସିଏନଜି ଦର ବୃଦ୍ଧି ନୁହେଁ। ଗତ ୪ ମାସ ମଧ୍ୟରେ ଦିଲ୍ଲୀ-ଏନସିଆର ଅଞ୍ଚଳରେ ସିଏନଜି ଦର ପ୍ରାୟ ୧୦ ଟଙ୍କା ପ୍ରତି କିଲୋଗ୍ରାମ ବଢ଼ିସାରିଛି। ଏହି ଅବଧିରେ ମୋଟ ୫ ଥର ଦର ବୃଦ୍ଧି କରାଯାଇଥିବା ଜଣାପଡ଼ିଛି। ଯୁଦ୍ଧ ଆରମ୍ଭ ପରେ ମେ’ ୧୫ ତାରିଖରେ ପ୍ରଥମଥର ପାଇଁ ସିଏନଜି ଦର ବଢ଼ିଥିଲା। ସେତେବେଳେ ଆଇଜିଏଲ କିଲୋଗ୍ରାମ ପିଛା ୨ ଟଙ୍କା ବୃଦ୍ଧି କରିଥିଲା। ଏହାପରେ ମେ’ ୧୭, ୨୩ ଏବଂ ୨୬ ତାରିଖରେ ପର୍ଯ୍ୟାୟକ୍ରମେ ଦର ବଢ଼ାଯାଇଥିଲା।

ବିଶେଷକରି ମେ’ ୧୭ରୁ ୨୬ ମଧ୍ୟରେ ମାତ୍ର ୧୦ ଦିନରେ ସିଏନଜି ଦର କିଲୋଗ୍ରାମ ପିଛା ୬ ଟଙ୍କା ବୃଦ୍ଧି ପାଇଥିଲା। ବାରମ୍ବାର ଦର ବୃଦ୍ଧି ଯୋଗୁ ଦିଲ୍ଲୀ-ଏନସିଆରରେ ସିଏନଜି ଗାଡ଼ି ଚଳାଉଥିବା ଲୋକଙ୍କ ମାସିକ ଖର୍ଚ୍ଚ ବଢ଼ିଛି। ଏହାର ପରୋକ୍ଷ ପ୍ରଭାବ ପରିବହନ ଖର୍ଚ୍ଚ ଓ ସାଧାରଣ ଲୋକଙ୍କ ଉପରେ ମଧ୍ୟ ପଡ଼ିବାର ଆଶଙ୍କା ରହିଛି।

Leave A Reply

Your email address will not be published.