ଭୁବନେଶ୍ୱର: ଖୋର୍ଧା ଜିଲ୍ଲା ବେଗୁନିଆ ଦେଉଳି ଗ୍ରାମ ନିକଟରେ ବୁଲୁଥିବା ଯୁବକ ସୁରେଶ ମାଓବାଦୀ ନୁହଁନ୍ତି । ବରଂ ସେ ଜଣେ ଇଟାଭାଟି ଶ୍ରମିକ । ଲୁଚିକି ଆସି ଜଙ୍ଗଲରେ ରହୁଥିଲା । ରାତିତମାମ ଛାନ୍ଭିନ୍ ଓ ପଚରାଉଚରା କରିବା ପରେ କେନ୍ଦ୍ରାଞ୍ଚଳ ଆଇଜି ସୌମେନ୍ଦ୍ର ପ୍ରିୟଦର୍ଶୀ ଆଜି ଗଣମାଧ୍ୟମକୁ ଏଭଳି ସୂଚନା ଦେଇଛନ୍ତି ।
ଆଇଜି କହିଛନ୍ତି, ସୁରେଶ ସହିତ ତାର ଦୁଇ ବନ୍ଧୁ ମଧ୍ୟ ଲୁଚିକି ଆସି ଏହି ଜଙ୍ଗଲରେ ରହିଥିଲେ । ଫଳରେ ବେଗୁନିଆ ଅଞ୍ଚଳରେ ମାଓବାଦୀ ଥିବା ନେଇ ଚାଲିଥିବା ଚର୍ଚ୍ଚା ଆଲୋଚନାର ପରିସମାପñି ଘଟିଛି । ସୁରେଶର ଘର ନୂଆପଡା ଜିଲ୍ଲାରେ ।
ଗତକାଲି ରାତିରେ ଆଇଜି ଅପରେସନ୍ ଆର୍ ପି କୋଚେ ଘଟଣାସ୍ଥଳ ପରିଦର୍ଶନ କରିଥିଲେ । ଏସ୍ଓଜି କମାଣ୍ଡାଣ୍ଟ ବି ତାଙ୍କ ସହିତ ଯାଇଥିଲେ । ସୁରେଶକୁ ନେଇ ସେମାନେ ରହୁଥିିବା ସ୍ଥାନକୁ ଯିବା ବେଳକୁ ତାର ଅନ୍ୟ ଦୁଇ ସହଯୋଗୀ ସେଠାରୁ ଚାଲିଯାଇଥିବା ସୂଚନା ମିଳିଛି ।
ଗୁରୁବାର ମଧ୍ୟାହ୍ନରେ ସୁରେଶ କିଛି ଖାଇବା ସାମଗ୍ରୀ କିଣୁଥିବା ବେଳେ ସ୍ଥାନୀୟ ଲୋକେ ତାକୁ ସନ୍ଦେହ କରି ପିଛା କରିଥିଲେ । ପରେ ସେ ଲୋକଙ୍କୁ ଦେଖି ଦୌଡିବାରୁ ତାକୁ କାବୁ କରି ମାଓବାଦୀ ସନ୍ଦେହରେ ପୁଲିସକୁ ଦେଇଥିଲେ ।
ପ୍ରମୁଖ ଖବର
ଲୋକସେବା ଭବନରେ ରିଲ୍ସ କଲେ ନିଆଯିବ କଡା କାର୍ଯ୍ୟାନୁଷ୍ଠାନ: ମନ୍ତ୍ରୀ
ଖଣ୍ଡଗିରି ମାଘ ମେଳାରେ ଲାଗିବ ୧୦୦ଟି ସିସିଟିଭି, ହେବନି ଅଶ୍ଳୀଳ ନୃତ୍ୟ
ବସ୍ ଓ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା: ୩ ମୃତ
ପୂର୍ବତନ କଂଗ୍ରେସ ବିଧାୟକ ଅକ୍ଷୟ ଆଚାର୍ଯ୍ୟଙ୍କ ପରଲୋକ
ବୋଲେରୋ-ସ୍କୁଟି ଧକ୍କାରେ ନାବାଳକ ମୃତ: ୪ ଲକ୍ଷ ଟଙ୍କା ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ