ପ୍ରମୁଖ ଖବର

କର୍ଣ୍ଣାଟକ ଉପନିର୍ବାଚନ: ସିଦ୍ଦରାମାଇୟାଙ୍କୁ ବିଜେପିର ନିଶାନା
କେନ୍ଦ୍ରାପଡାରେ ନିଖୋଜ ଶିଶୁର ମୃତଦେହ ଉଦ୍ଧାର
“ମୋତେ ଚୁପ୍ କରାଯାଇଛି, କିନ୍ତୁ ମୁଁ ହାର ମାନିନାହିଁ।”: ରାଘବ ଚଡ୍ଡା
ନୂଆ ଅବକାରୀ ନୀତି: ଟେଟ୍ରା ପ୍ୟାକ୍‌ରେ ମଦ ବିକ୍ରୟକୁ ଅନୁମତି
ଏଲ୍‌ପିଜି ସଙ୍କଟ: ସିଲିଣ୍ଡର ବଣ୍ଟନ ପାଇଁ ବାୟୋମେଟ୍ରିକ ବାଧ୍ୟତାମୂଳକ
ପାକିସ୍ତାନରେ ଆତ୍ମଘାତୀ କାର୍ ବୋମା ବିସ୍ଫୋରଣ, ୫ ମୃତ
ଡୋନାଲ୍ଡ ଟ୍ରମ୍ପଙ୍କ ଟାରିଫ୍ ଝଟକା: ଔଷଧ ଉପରେ ୧୦୦% ଶୁଳ୍କ
ବାଣ ଭିଡିବା ବେଳେ ଭୟଙ୍କର ବିସ୍ଫୋରଣ, ୬ ଜଣ ଗୁରୁତର
ସମସ୍ତ ସରକାରୀ କୋଠା ପ୍ରକଳ୍ପରେ ଅଗ୍ନି ନିରାପତ୍ତା ବାଧ୍ୟତାମୂଳକ
ଜନଗଣନା ନ ସରିବା ପର୍ଯ୍ୟନ୍ତ ହେବନି କର୍ମଚାରୀଙ୍କ ବଦଳି

ମାଓବାଦୀ ନୁହେଁ, ଇଟାଭାଟି ଶ୍ରମିକ

0

ଭୁବନେଶ୍ୱର: ଖୋର୍ଧା ଜିଲ୍ଲା ବେଗୁନିଆ ଦେଉଳି ଗ୍ରାମ ନିକଟରେ ବୁଲୁଥିବା ଯୁବକ ସୁରେଶ ମାଓବାଦୀ ନୁହଁନ୍ତି । ବରଂ ସେ ଜଣେ ଇଟାଭାଟି ଶ୍ରମିକ । ଲୁଚିକି ଆସି ଜଙ୍ଗଲରେ ରହୁଥିଲା । ରାତିତମାମ ଛାନ୍‍ଭିନ୍‍ ଓ ପଚରାଉଚରା କରିବା ପରେ କେନ୍ଦ୍ରାଞ୍ଚଳ ଆଇଜି ସୌମେନ୍ଦ୍ର ପ୍ରିୟଦର୍ଶୀ ଆଜି ଗଣମାଧ୍ୟମକୁ ଏଭଳି ସୂଚନା ଦେଇଛନ୍ତି ।
ଆଇଜି କହିଛନ୍ତି, ସୁରେଶ ସହିତ ତାର ଦୁଇ ବନ୍ଧୁ ମଧ୍ୟ ଲୁଚିକି ଆସି ଏହି ଜଙ୍ଗଲରେ ରହିଥିଲେ । ଫଳରେ ବେଗୁନିଆ ଅଞ୍ଚଳରେ ମାଓବାଦୀ ଥିବା ନେଇ ଚାଲିଥିବା ଚର୍ଚ୍ଚା ଆଲୋଚନାର ପରିସମାପñି ଘଟିଛି । ସୁରେଶର ଘର ନୂଆପଡା ଜିଲ୍ଲାରେ ।
ଗତକାଲି ରାତିରେ ଆଇଜି ଅପରେସନ୍‍ ଆର୍‍ ପି କୋଚେ ଘଟଣାସ୍ଥଳ ପରିଦର୍ଶନ କରିଥିଲେ । ଏସ୍‍ଓଜି କମାଣ୍ଡାଣ୍ଟ ବି ତାଙ୍କ ସହିତ ଯାଇଥିଲେ । ସୁରେଶକୁ ନେଇ ସେମାନେ ରହୁଥିିବା ସ୍ଥାନକୁ ଯିବା ବେଳକୁ ତାର ଅନ୍ୟ ଦୁଇ ସହଯୋଗୀ ସେଠାରୁ ଚାଲିଯାଇଥିବା ସୂଚନା ମିଳିଛି ।
ଗୁରୁବାର ମଧ୍ୟାହ୍ନରେ ସୁରେଶ କିଛି ଖାଇବା ସାମଗ୍ରୀ କିଣୁଥିବା ବେଳେ ସ୍ଥାନୀୟ ଲୋକେ ତାକୁ ସନ୍ଦେହ କରି ପିଛା କରିଥିଲେ । ପରେ ସେ ଲୋକଙ୍କୁ ଦେଖି ଦୌଡିବାରୁ ତାକୁ କାବୁ କରି ମାଓବାଦୀ ସନ୍ଦେହରେ ପୁଲିସକୁ ଦେଇଥିଲେ ।

Leave A Reply

Your email address will not be published.