ପ୍ରମୁଖ ଖବର

ଭୁବନେଶ୍ୱର ସ୍ଥିତ ଲାଇଫ୍ ହୋଟେଲରେ ‘ଗୋ-ହୋମଷ୍ଟେ’ ପୋର୍ଟାଲର ଶୁଭାରମ୍ଭ
ଇଂଲଣ୍ଡକୁ ପରାସ୍ତ କରି ଫାଇନାଲ୍ ରେ ଭାରତ
ପଶ୍ଚିମବଙ୍ଗ ରାଜ୍ୟପାଳ ସିଭି ଆନନ୍ଦ ବୋଷ ଗୁରୁବାର ସନ୍ଧ୍ୟାରେ ନୂଆଦିଲ୍ଲୀରେ ତାଙ୍କ ପଦବୀରୁ ଇସ୍ତଫା ଦେଇଛନ୍ତି
ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ରାଜ୍ୟସଭା ପାଇଁ ନାମାଙ୍କନ ଦାଖଲ କରିଛନ୍ତି
ରାଜ୍ୟସଭା ଆସନ ପାଇଁ ନାମାଙ୍କନ ଭରିଲେ ସ୍ଵାଧୀନ ପ୍ରାର୍ଥୀ ଦିଲ୍ଲୀପ ରାୟ
ଦିଲ୍ଲୀ ଏମ୍ସ ସ୍ଥାନାନ୍ତର ହେଲେ ସୁରେଶ ପୂଜାରୀ

ବିଦ୍ରୋହ ଘୋଷଣା କଲେ ଶ୍ରୀକାନ୍ତ, ସବୁ କମିଟିରୁ ଦେଲେ ଇସ୍ତଫା

0

ଦଳରୁ ତଡି ପାରନ୍ତି ରାହୁଲ, କଂଗ୍ରେସ ଶିବିରରେ ଆଲୋଡନ
ଭୁବନେଶ୍ୱର: ରାଜ୍ୟ କଂଗ୍ରେସରେ ଅନ୍ତଃକନ୍ଦଳ ଧୀରେ ଧୀରେ ଉଗ୍ର ରୂପ ନେବାରେ ଲାଗିଛି । ନିର୍ବାଚନ ପୂର୍ବରୁ ପିସିସି ସଭାପତି ଓ ତାଙ୍କ ଟିମ୍‍ ଏବଂ ବରିଷ୍ଠ ନେତା ଶ୍ରୀକାନ୍ତ ଜେନା ମୁହାଁମୁହିଁ ସ୍ଥିତିକୁ ଚାଲିଆସିଛନ୍ତି । ଦଳ ଭିତରେ ଏକ ଘରକିଆ ହୋଇଯିବା ପରେ ଆଜି ଶ୍ରୀ ଜେନା ଅଧିକ ଆକ୍ରମଣାତ୍ମକ ଆଭିମୁଖ୍ୟ ଗ୍ରହଣ କରି ନେତୃତ୍ୱ ଉପରେ ଚାପ ସୃଷ୍ଟି କରିଛନ୍ତି । ଦଳର କାର୍ଯ୍ୟକାରୀ କମିଟି ଓ ନିର୍ବାଚନ କମିଟିରୁ ସେ ଇସ୍ତଫା ଦେଇଛନ୍ତି । ଏ ସଂପର୍କରେ ସେ ଦଳର ମୁଖିଆ ରାହୁଲ ଗାନ୍ଧୀଙ୍କୁ ଜଣାଇଛନ୍ତି । ପୂର୍ବରୁ ରାହୁଲ ତାଙ୍କୁ ଦଳର ଇସ୍ତାହାର କମିଟିର ମୁଖିଆ ପଦରୁ ବିଦା କରିଥିଲେ ।
ଶ୍ରୀ ଜେନାଙ୍କ ଇସ୍ତଫାକୁ କେନ୍ଦ୍ରୀୟ ନେତୃତ୍ୱ ଗ୍ରହଣ କଲେ କି ନାହିଁ ତାହା ଜଣାପଡିନାହିଁ । କିନ୍ତୁ ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ମୁତାବକ, ଶ୍ରୀକାନ୍ତଙ୍କ ସପକ୍ଷରେ କେନ୍ଦ୍ରୀୟ ନେତୃତ୍ୱ ଆଉ ନାହାନ୍ତି । ବିଶେଷକରି ପୂର୍ବତନ ବିଧାୟକ କୃଷ୍ଣ ଚନ୍ଦ୍ର ଶଗରିଆଙ୍କ କ୍ଷେତ୍ରରେ ତାଙ୍କର ଭୂମିକା, କଂଗ୍ରେସ ବିଧାୟକ ଦଳରେ ଫାଟ ସୃଷ୍ଟି କରିବା ଭଳି ସାଂଘାତିକ ଅଭିଯୋଗ ତାଙ୍କ ନାମରେ ଲାଗିଥିଲା ।
ଏଣୁ ଦଳରେ ବିଶୃଙ୍ଖଳିତ ଆଚରଣ ଅଭିଯୋଗରେ ନେତୃତ୍ୱ ଶ୍ରୀକାନ୍ତଙ୍କୁ ପ୍ରଥମେ ଇସ୍ତାହାର କମିଟିରୁ ବିଦା କରିଥିଲେ । ଏହାପରେ ମଧ୍ୟ ଶ୍ରୀକାନ୍ତ ନରମି ନ ଯାଇ ରାହୁଲଙ୍କ ଏଭଳି ନିଷ୍ପତ୍ତି ବିରୋଧରେ ପରୋକ୍ଷରେ ବିଷୋଦଗାର କରିଥିଲେ । ନିଜେ ଠିକ୍‍, ଆଉ ସମସ୍ତେ ଭୁଲ ଏକଥା ପ୍ରମାଣିତ କରିବା ଲାଗି ସେ ନିର୍ବାଚନ ପୂର୍ବରୁ ଆଉ ଏକ ବୁଥ ବାµ ବସାଇ ଭୋଟ ଗ୍ରହଣ କରିବେ ବୋଲି ଧମକ ଦେଇଥିଲେ । କଂଗ୍ରେସ ରାଜ୍ୟରେ ବିପଜ୍ଜନକ ସ୍ଥିତିରେ ଥିବା ବେଳେ ଶ୍ରୀକାନ୍ତଙ୍କ ଏଭଳି ଉଦ୍ୟମ ରାଜ୍ୟରେ ଦଳକୁ ଆହୁରି ତଳକୁ ଟାଣି ନେଉଥିବା ଧରିନେଇ କେନ୍ଦ୍ରୀୟ ନେତୃତ୍ୱ ତାଙ୍କୁ ଦଳରୁ ବିଦା କରିବା ଲାଗି ଯୋଜନା ଆରମ୍ଭ କରିଥିବା ସୂଚନା ମିଳିଛି । ତେବେ ଏହା ପୂର୍ବରୁ ଶ୍ରୀକାନ୍ତ ସବୁ କମିଟିରୁ ଇସ୍ତଫା ଦେଇ ଏ ରାସ୍ତାକୁ ଆହୁରି ସୁଗମ କରିଦେଇଛନ୍ତି ଓ ସେ ନିଜେ ଦଳ ଛାଡି ଚାଲିଯିବା ଲାଗି ଏକ ପ୍ରକାର ବାଟ ଖୋଲିଥିବା କୁହାଯାଉଛି ।

Leave A Reply

Your email address will not be published.