ଦଳରୁ ତଡି ପାରନ୍ତି ରାହୁଲ, କଂଗ୍ରେସ ଶିବିରରେ ଆଲୋଡନ
ଭୁବନେଶ୍ୱର: ରାଜ୍ୟ କଂଗ୍ରେସରେ ଅନ୍ତଃକନ୍ଦଳ ଧୀରେ ଧୀରେ ଉଗ୍ର ରୂପ ନେବାରେ ଲାଗିଛି । ନିର୍ବାଚନ ପୂର୍ବରୁ ପିସିସି ସଭାପତି ଓ ତାଙ୍କ ଟିମ୍ ଏବଂ ବରିଷ୍ଠ ନେତା ଶ୍ରୀକାନ୍ତ ଜେନା ମୁହାଁମୁହିଁ ସ୍ଥିତିକୁ ଚାଲିଆସିଛନ୍ତି । ଦଳ ଭିତରେ ଏକ ଘରକିଆ ହୋଇଯିବା ପରେ ଆଜି ଶ୍ରୀ ଜେନା ଅଧିକ ଆକ୍ରମଣାତ୍ମକ ଆଭିମୁଖ୍ୟ ଗ୍ରହଣ କରି ନେତୃତ୍ୱ ଉପରେ ଚାପ ସୃଷ୍ଟି କରିଛନ୍ତି । ଦଳର କାର୍ଯ୍ୟକାରୀ କମିଟି ଓ ନିର୍ବାଚନ କମିଟିରୁ ସେ ଇସ୍ତଫା ଦେଇଛନ୍ତି । ଏ ସଂପର୍କରେ ସେ ଦଳର ମୁଖିଆ ରାହୁଲ ଗାନ୍ଧୀଙ୍କୁ ଜଣାଇଛନ୍ତି । ପୂର୍ବରୁ ରାହୁଲ ତାଙ୍କୁ ଦଳର ଇସ୍ତାହାର କମିଟିର ମୁଖିଆ ପଦରୁ ବିଦା କରିଥିଲେ ।
ଶ୍ରୀ ଜେନାଙ୍କ ଇସ୍ତଫାକୁ କେନ୍ଦ୍ରୀୟ ନେତୃତ୍ୱ ଗ୍ରହଣ କଲେ କି ନାହିଁ ତାହା ଜଣାପଡିନାହିଁ । କିନ୍ତୁ ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ମୁତାବକ, ଶ୍ରୀକାନ୍ତଙ୍କ ସପକ୍ଷରେ କେନ୍ଦ୍ରୀୟ ନେତୃତ୍ୱ ଆଉ ନାହାନ୍ତି । ବିଶେଷକରି ପୂର୍ବତନ ବିଧାୟକ କୃଷ୍ଣ ଚନ୍ଦ୍ର ଶଗରିଆଙ୍କ କ୍ଷେତ୍ରରେ ତାଙ୍କର ଭୂମିକା, କଂଗ୍ରେସ ବିଧାୟକ ଦଳରେ ଫାଟ ସୃଷ୍ଟି କରିବା ଭଳି ସାଂଘାତିକ ଅଭିଯୋଗ ତାଙ୍କ ନାମରେ ଲାଗିଥିଲା ।
ଏଣୁ ଦଳରେ ବିଶୃଙ୍ଖଳିତ ଆଚରଣ ଅଭିଯୋଗରେ ନେତୃତ୍ୱ ଶ୍ରୀକାନ୍ତଙ୍କୁ ପ୍ରଥମେ ଇସ୍ତାହାର କମିଟିରୁ ବିଦା କରିଥିଲେ । ଏହାପରେ ମଧ୍ୟ ଶ୍ରୀକାନ୍ତ ନରମି ନ ଯାଇ ରାହୁଲଙ୍କ ଏଭଳି ନିଷ୍ପତ୍ତି ବିରୋଧରେ ପରୋକ୍ଷରେ ବିଷୋଦଗାର କରିଥିଲେ । ନିଜେ ଠିକ୍, ଆଉ ସମସ୍ତେ ଭୁଲ ଏକଥା ପ୍ରମାଣିତ କରିବା ଲାଗି ସେ ନିର୍ବାଚନ ପୂର୍ବରୁ ଆଉ ଏକ ବୁଥ ବାµ ବସାଇ ଭୋଟ ଗ୍ରହଣ କରିବେ ବୋଲି ଧମକ ଦେଇଥିଲେ । କଂଗ୍ରେସ ରାଜ୍ୟରେ ବିପଜ୍ଜନକ ସ୍ଥିତିରେ ଥିବା ବେଳେ ଶ୍ରୀକାନ୍ତଙ୍କ ଏଭଳି ଉଦ୍ୟମ ରାଜ୍ୟରେ ଦଳକୁ ଆହୁରି ତଳକୁ ଟାଣି ନେଉଥିବା ଧରିନେଇ କେନ୍ଦ୍ରୀୟ ନେତୃତ୍ୱ ତାଙ୍କୁ ଦଳରୁ ବିଦା କରିବା ଲାଗି ଯୋଜନା ଆରମ୍ଭ କରିଥିବା ସୂଚନା ମିଳିଛି । ତେବେ ଏହା ପୂର୍ବରୁ ଶ୍ରୀକାନ୍ତ ସବୁ କମିଟିରୁ ଇସ୍ତଫା ଦେଇ ଏ ରାସ୍ତାକୁ ଆହୁରି ସୁଗମ କରିଦେଇଛନ୍ତି ଓ ସେ ନିଜେ ଦଳ ଛାଡି ଚାଲିଯିବା ଲାଗି ଏକ ପ୍ରକାର ବାଟ ଖୋଲିଥିବା କୁହାଯାଉଛି ।
ପ୍ରମୁଖ ଖବର
ୟୁପିଆଇ ପେମେଣ୍ଟରେ ଲାଗିପାରେ ଚାର୍ଜ, ସଂସଦରେ ସଂଶୋଧନ ବିଲ୍
ବିକଶିତ ଓଡ଼ିଶା ଲକ୍ଷ୍ୟରେ ସଚିବସ୍ତରୀୟ ବୈଠକ, ଗଜପତି ବିକାଶ ରୋଡମ୍ୟାପ୍କୁ ମିଳିଲା ଗୁରୁତ୍ୱ
ପୋଲିସ ଅଫିସ୍ରେ ଆଉ ଚାର୍ଜ ହେବନି ଇଭି, ବିଦ୍ୟୁତ ଅପବ୍ୟବହାର ରୋକିବାକୁ କଡ଼ା ନିର୍ଦ୍ଦେଶ
ତ୍ରିଷାଙ୍କୁ ନେଇ ବିବାଦୀୟ ମନ୍ତବ୍ୟ: ଉଦୟନିଧି ଷ୍ଟାଲିନ ଗିରଫ
ଯୌନ ନିର୍ଯାତନା ମାମଲା: ଫେରାର ପୂର୍ବତନ ଆଇଆଇସି ସୁଜିତ ଦାସଙ୍କ ଆତ୍ମସମର୍ପଣ
ଓୟୁଏଟି ପିଜି ଓ ପିଏଚ୍ଡି ଛାତ୍ରଙ୍କ ପାଇଁ ମାସିକ ଭତ୍ତା ଘୋଷଣା, ଜାଣନ୍ତୁ କିଏ ପାଇବେ ଓ କିଏ ପାଇବେନି
ବରିଷ୍ଠ ଓଏଏସ୍ ଅଧିକାରୀସ୍ତରରେ ଅଦଳବଦଳ, ଜାରି ହେଲା ନୂଆ ନିଯୁକ୍ତି ତାଲିକା
‘ପ୍ରେସିଡେଣ୍ଟ ସ୍ପେଶାଲ’ ଟ୍ରେନରେ ବ୍ରହ୍ମପୁର ପହଞ୍ଚିଲେ ରାଷ୍ଟ୍ରପତି, ଭବ୍ୟ ସ୍ୱାଗତ
ଓୟୁଏଟି ପିଜି ଓ ପିଏଚ୍ଡି ଛାତ୍ରଙ୍କୁ ମାସିକ ଭତ୍ତା, ପିଜିଙ୍କୁ ୧୦ ହଜାର ଓ ପିଏଚ୍ଡି ଗବେଷକଙ୍କୁ ୧୫ ହଜାର ଟଙ୍କା
ସୁପ୍ରିମକୋର୍ଟରେ ବଢ଼ିବ ବିଚାରପତି ସଂଖ୍ୟା, ଲୋକସଭାରେ ବିଲ୍ ଗୃହୀତ
ପେଟ୍ରୋଲ-ଡିଜେଲ ରପ୍ତାନି ଉପରେ ବଢ଼ିଲା ୱିଣ୍ଡଫଲ ଟ୍ୟାକ୍ସ
ବିହାରରେ ପ୍ରଶାନ୍ତ କିଶୋରଙ୍କ ବଡ଼ ବିଜୟ, ବାଙ୍କିପୁରରେ ଭାଙ୍ଗିଲା ବିଜେପିର ୩୧ ବର୍ଷର ଦୁର୍ଗ
ୟୁନେସ୍କୋ ଅମୂର୍ତ୍ତ ଐତିହ୍ୟ ତାଲିକାରେ ରଥଯାତ୍ରା ସାମିଲ ପାଇଁ କେନ୍ଦ୍ରକୁ ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ